News 18 Odia Digital
ଚେନ୍ନାଇ: କିଛି କିଛି ଏମିତି ଘଟଣା ଘଟେ ଯାହା ବିଶ୍ୱାସ କରିବା ଅସମ୍ଭବ। କିନ୍ତୁ ନିକଟରେ ଏମିତି କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଚେନ୍ନାଇର ଅବିନାୟା ୧୨ ବର୍ଷରେ ୫ ଥର ବିବାହ କରିଛନ୍ତି। ଏହି ଖବର ଏବେ ଚର୍ଚ୍ଚାରେ। ସୂଚନା ଅନୁଯାୟୀ, ତାଙ୍କ ପ୍ଲାନ୍ ହିସାବରେ ସେ ପ୍ରତ୍ୟେକ ସ୍ଵାମୀଙ୍କଠୁ ମାସକ ଭିତରେ ଅଲଗା ହୋଉଥିଲେ ଏବଂ ତାଙ୍କ ଦିଆଯାଇଥିବା ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ମଧ୍ୟ ତାଙ୍କ ସହ ନେଇକି ଫେରାର ହୋଇଯାଉଥିଲେ।
କିନ୍ତୁ ଶୁକ୍ରବାର ଦିନ ମଦୁରାଇରୁ ଅବିନାୟାଙ୍କ ସ୍ବାମୀଙ୍କ (ପଞ୍ଚମ) ଅଭିଯୋଗରେ ତାମ୍ବରାମରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଦ୍ୱିତୀୟ ସ୍ୱାମୀ ୪୫ ବର୍ଷିୟ ସେନ୍ଥିଲ କୁମାରଙ୍କୁ ମଧ୍ୟ ଗ୍ଲୋଭରେ ଗିରଫ କରାଯାଇଥିଲା ବୋଲି ପୋଲିସ କହିଛି। ଅବିନାୟା ତାଙ୍କ ଆଧାର କାର୍ଡ ବ୍ୟବହାର କରି ୩୨ଟି ସିମ୍ କାର୍ଡ କିଣିଥିଲେ ଏବଂ ବ୍ଲାକମେଲ କରିବା ପାଇଁ ବିଭିନ୍ନ ନମ୍ବର ବ୍ୟବହାର କରୁଥିବାରୁ ପୋଲିସ ତଦନ୍ତ ଜାରି ରଖିଛି। ଅବିନାୟା ତାମ୍ବରାମର ଏକ ବେକେରୀରେ ସହକର୍ମୀ ହୋଇ ସମ୍ପର୍କ ସ୍ଥାପନ କରିବା ପରେ ଅଗଷ୍ଟରେ ରଙ୍ଗନାଥପୁରମର ନଟରାଜନଙ୍କୁ ବିବାହ କରିଥିଲେ। ନିଜକୁ ଅନାଥ ବୋଲି ପରିଚୟ ଦେଇ ସେ ତାମ୍ବରାମର ଏକ ମନ୍ଦିରରେ ବିବାହ କରିଥିଲେ।
ଦୀପାବଳି ଠିକ୍ ପୂର୍ବରୁ, ଅବିନାୟା ୧୭ଟି ସୁନା ଅଳଙ୍କାର ଏବଂ,୨୦୦୦୦ ନଗଦ ଟଙ୍କା ନେଇ ପଳାଇ ଆସିଥିଲେ। ନଟରାଜନଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ତଦନ୍ତ ଆରମ୍ଭ କରିଛି।ପଚରାଉଚରା ବେଳେ ପୋଲିସ ଅଧିକାରୀ କହିଛନ୍ତି ଯେ, ଅବିନାୟା ସ୍ୱୀକାର କରିଛନ୍ତି ଯେ ସେ ୨୦୧୧ ରେ ବିଜୟଙ୍କୁ ବିବାହ କରିଥିଲେ, ୨୦୧୩ରେ ସେ ବିଜୟଙ୍କୁ ଛାଡି ପଳାଇଆସିଥିଲେ। ତା’ପରେ ସେ ସେନ୍ଥିଲ କୁମାରଙ୍କୁ ବିବାହ କରିଥିଲେ।
ଏହା ପରେ ଅବିନାୟା ଚେନ୍ନାଇକୁ ଆସି ତାଙ୍କ ନାମ କାୟାଲଭେଲିରେ ବଦଳାଇଥିଲେ ଏବଂ ୨୦୨୦ ରେ କେଲାମ୍ବାକ୍କାମର ଅଟୋ ଡ୍ରାଇଭର ପନିରର୍ସେଲଭାମଙ୍କୁ ବିବାହ କରିଥିଲେ। ଛଅ ମାସ ମଧ୍ୟରେ ସେ ତାଙ୍କୁ ଛାଡି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସେ ପୁଣିଥରେ ତାଙ୍କ ନାମକୁ ଅବିନାୟା ବଦଳାଇଥିଲେ ଏବଂ ତାମ୍ବରାମର ଏକ ବେକେରୀରେ କାମ କରିବା ଆରମ୍ଭ କରିଥିଲେ, ଯେଉଁଠାରେ ସେ ନଟରାଜନଙ୍କୁ ଭେଟିଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।