ଓୱେସିଙ୍କ ରାଲିରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ୍ ଦେଇଥିବା ଯୁବତୀ ୧୪ ଦିନ ପାଇଁ ଜେଲ୍ ଗଲେ

ଓୱେସି ସଙ୍ଗେ ସଙ୍ଗେ ସେ ଯୁବତୀଙ୍କ ହାତରୁ ମାଇକ୍ ଛଡ଼ାଇ ଆଣିବାକୁ ଦୌଡ଼ିଥିଲେ ଆଉ ଅନ୍ୟମାନଙ୍କ ସହ ମିଶି ତାଙ୍କୁ ମଞ୍ଚରୁ ବାହାର କରିବାକୁ ଚ଼େଷ୍ଟା କରିଥିଲେ । କିନ୍ତୁ ଯୁବତୀ ମଞ୍ଚରେ ରହିବାକୁ ଜିଦ୍ କରି ବାରମ୍ବାର ସେହି ସ୍ଲୋଗାନ୍ ଦେଇ ଚ଼ାଲିଥିଲେ ।

ଓୱେସିଙ୍କ ରାଲିରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ୍ ଦେଇଥିବା ଯୁବତୀ ୧୪ ଦିନ ପାଇଁ ଜେଲ୍ ଗଲେ
ଓୱେସିଙ୍କ ଯୁବତୀଙ୍କୁ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ୍ ଦେବାରୁ ରୋକୁଛନ୍ତି ।
  • News18 Odia
  • Last Updated: February 22, 2020, 1:41 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଏ.ଆଇ.ଏମ୍.ଆଇ.ଏମ୍.ର ମୁଖ୍ୟ ତଥା ସାଂସଦ ଅସାଦୁଦ୍ଦିନ ଓୱେସିଙ୍କର ଉପସ୍ଥତିରେ ବେଙ୍ଗାଲୁରରେ ନାଗରିକତା ସଂଶୋଧନ ଆଇନ୍‌ (ସି.ଏ.ଏ.) ବିରୋଧରେ ଆୟୋଜିତ ଏକ ରାଲିରେ ‘ପାକିସ୍ତାନ ଜିନ୍ଦାବାଦଜ୍’ ସ୍ଲୋଗାନ୍‌ ଦେଇଥିବା ଜଣେ ଯୁବତୀଙ୍କୁ ମାଜିଷ୍ଟ୍ରେଟ ବେଲ ଦେବାକୁ ମନା କରିବାରୁ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଯାଇଛି ।

ଅମୁଲ୍ୟ ଲିଓନା ନାମକ ଏହି ଯୁବତୀ ‘ସମ୍ବିଧାନ ବଞ୍ଚାଅ’ର ବ୍ୟାନର ତଳେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆୟୋଜକମାନେ ତାଙ୍କୁ ମଞ୍ଚ ଉପରକୁ ଆସି ସଭାକୁ ସମ୍ବୋଧିତ କରିବାକୁ ଆମନ୍ତ୍ରିତ କଲା ପରେ ସେ ଲୋକଙ୍କୁ ତାଙ୍କ ସହିତ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ୍‌ ଦେବା ପାଇଁ କହିଥିଲେ ।

ଓୱେସି ସଙ୍ଗେ ସଙ୍ଗେ ଲିଓନାଙ୍କ ଯୁବତୀ ଙ୍କ ହାତରୁ ମାଇକ ଛଡ଼ାଇ ଆଣିବାକୁ ଦୌଡ଼ିଥିଲେ, ଆଉ ସେଠି ଥିବା ଅନ୍ୟମାନେ ତାଙ୍କ ସହ ମିଶି ଲିଓନାଙ୍କୁ ମଞ୍ଚରୁ ବାହାର କରିବା ପାଇଁ ଚ଼େଷ୍ଟା କରିଥିଲେ । କିନ୍ତୁ ଯୁବତୀ ଜଣକ ମଞ୍ଚରେ ରହିବାକୁ ଚ଼େଷ୍ଟାକରିଥିଲେ ଓ ବାରମ୍ବାର ସେହି ସ୍ଲୋଗାନ୍‌ ଦେଇ ଚ଼ାଲିଥିଲେ ।

ପରେ ପୋଲିସ ପହଞ୍ଚି ତାଙ୍କୁ ମଞ୍ଚରୁ ବାହାର କରିଥିଲା । ତା’ପରେ ଓୱେସି ସଭାକୁ ସମ୍ବୋଧିତ କରି କହିଥିଲେ ଯେ ସେ ସେହି ମହିଳାଙ୍କ ସହ ସହମତ ନୁହଁନ୍ତି ।

‘‘ନା ମୋ’ର ନା ମୋ’ ପାର୍ଟିର ତା’ (ଲିଓନି) ସହ କୌଣସି ସମ୍ବନ୍ଧ ଅଛି । ଆମେ ତା’ର ନିନ୍ଦା କରୁଛୁ । ଆୟୋଜକମାନେ ତାଙ୍କୁ ଏଠାକୁ ଆମନ୍ତ୍ରିତ କରିବାର ନ ଥିଲା । ଯଦି ମୁଁ ଏହା ଜାଣିଥାନ୍ତି, ତେବେ ମୁଁ ଏଠାକୁ ଆସିନଥାନ୍ତି । ଆମେ ଭାରତର ସମର୍ଥକ । ଆମେ ଆମର ଶତୃ ଦେଶ ପାକିସ୍ତାନକୁ ସମର୍ଥନ କରୁନାହୁଁ । ଆମର ସମସ୍ତ ଅଭିଯାନ ଭାରତକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଚ଼ାଲିଛି,’’ ଏ.ଆଇ.ଏମ୍.ଆଇ.ଏମ୍.ର ସାଂସଦ କହିଥିଲେ।

ଜେଡ଼ି (ଏସ୍)ର କର୍ପୋରେଟର ଇମରାନ ପାଶା କହିଛନ୍ତି ଯେ ସେହି ସଭାକୁ ଭଙ୍ଗ କରିବା ପାଇଁ ସେ ମହିଳାଙ୍କୁ କିଛି ପ୍ରତିଦ୍ବନ୍ଦୀ ଗୃପ ଦ୍ବାରା ପଠାଯାଇଥିଲା । ମହିଳା ଜଣକ ବକ୍ତାଙ୍କ ଲିଷ୍ଟରେ ନ ଥିଲେ । ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ଅନୁସନ୍ଧାନ କରୁ ବୋଲି ସେ ଦାବି କରିଛନ୍ତି ।

‘‘ଆମେ ନିଜ ଆଡ଼ୁ ଦଫା ୧୨୪ A (ଦେଶଦ୍ରୋହ), ୧୫୩ A ଓ B (ବିଭିନ୍ନ ସମୂହ ମଧ୍ୟରେ ଶତୃତାକୁ ବଢ଼ାଇବା, ରାଷ୍ଟ୍ରୀୟ ଐକ୍ୟ ଖିଲାଫରେ ବିବୃତି ଦେବା ବା କାର୍ଯ୍ୟ କରିବା) ରେ ଏକ ମାମଲା ରୁଜୁ କରିଛୁ,’’ କହିଥିଲେ ବେଙ୍ଗାଲୁରୁ (ପଶ୍ଚିମ)ର ଡ଼ିସିପି ବି. ରମେଶ ।

କର୍ଣ୍ଣାଟକ ବିଜେପି ଏହି ଘଟଣା ପାଇଁ ଓୱେସିଙ୍କୁ ନିଶାନା କରି କହିଛି: ‘‘ଯେଉଁମାନେ ପାକିସ୍ତାନକୁ ସମର୍ଥନ କରୁଛନ୍ତି ସେମାନେ ସବୁ ଦିନ ପାଇଁ ସେଠିକି ଚ଼ାଲି ଯିବା ଉଚି଼ତ୍ ।’’

‘‘ସି.ଏ.ଏ.ର ବିରୋଧୀ ଅମୁଲ୍ୟ ଲିଓନା ବେଙ୍ଗାଲୁରୁରେ ଏ.ଆଇ.ଏମ୍.ଆଇ.ଏମ୍. ମୁଖ୍ୟ ଅସାଦୁଦ୍ଦିନ ଓୱେସିଙ୍କ ଉପସ୍ଥତିରେ ‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଇଛନ୍ତି । ସତ୍ୟ ହେଉଛି ଏହା ଯେ ସି.ଏ.ଏ. ବିରୁଦ୍ଧରେ ଚ଼ାଲିଥିବା ବିରୋଧ ପ୍ରଦର୍ଶନଗୁଡ଼ିକ କଂଗ୍ରେସ ନେତୃତ୍ୱରେ ପାକିସ୍ତାନ ଓ ଆଣ୍ଟି-ନ୍ୟାସନାଲ ଶକ୍ତିମାନଙ୍କର ଏକ ମିଳିତ ଉପକ୍ରମ । ଯେଉଁମାନେ ପାକିସ୍ତାନକୁ ସମର୍ଥନ କରୁଛନ୍ତି ସେମାନେ ସବୁ ଦିନ ପାଇଁ ସେଠାକୁ ଚାଲିଯିବା ଉଚି଼ତ,’’ କହିଛି କର୍ଣ୍ଣାଟକ ବିଜେପି ।
First published: February 22, 2020, 1:41 AM IST