News18 Odia Digital
ନୂଆ ଦିଲ୍ଲୀ: କୁହାଯାଏ ଯେ ମା’ ପରି ଅନାବିଳ ସ୍ନେହ ଆଉ କେହି କେଉଁଠି ଦେଇପାରେ ନାହିଁ । ହେଲେ ଜଣେ ଯୁବତୀ ମା’ ହୋଇ ବି ଏମିତି ଘୃଣ୍ୟ କାର୍ଯ୍ୟ କରିଥିଲେ ଯାହା ଶୁଣି ବିଶ୍ୱ ସାରା ମା’ମାନଙ୍କ ଛାତି ଥରିଉଠିଥିଲା । ଏହି ୨୭ ବର୍ଷୀୟା ଯୁବତୀ ନିଜ ଛଅ ଜଣ ପିଲାଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏବେ ସେହି ମହା ପାପ ପାଇଁ ତାଙ୍କୁ ଆଜୀବନ କାରା ଦଣ୍ଡ ମିଳିଛି ।
ବିଶ୍ୱ ସାରା ଆଲୋଡ଼ନ ସୃଷ୍ଟି କରିଥିବା ଏହି ଘଟଣା ଗତ ବର୍ଷ ଘଟିଥିଲା ପଶ୍ଚିମ ଜର୍ମାନୀରେ ।ଗଲା ବର୍ଷ ସେପ୍ଟେମ୍ବର ମାସରେ ଘଟିଥିବା ଏହି ଘଟଣାର ଶୁଣାଣି କରୁଥିବା ଏକ ଜର୍ମାନ୍ କୋର୍ଟ ଗୁରୁବାର ଦିନ (ନଭେମ୍ବର ୫, ୨୦୨୧) ଏବେ ୨୮ ବର୍ଷରେ ପହଞ୍ଚିଥିବା ସେହି ଯୁବତୀଙ୍କୁ ନିଜ ପାଞ୍ଚ ଜଣ ପିଲାଙ୍କୁ ହତ୍ୟା କରିଥିବା ଅପରାଧର ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।
ଏହା ବି ପଢ଼ନ୍ତୁ | T20 WC: Ind Vs SCO: ଭାରତ ପାଇଲା ସବୁଠୁ ବଡ଼ ବିଜୟ; ସ୍କଟଲ୍ୟାଣ୍ଡକୁ ମାତ୍ର ୩୯ ବଲରେ ହରେଇଲା
ମାମଲାର ଶୁଣାଣି କରୁଥିବା ଜଜ୍ ଏହି ହତ୍ୟାକାଣ୍ଡକୁ ଏକ ଅତି ଦୁଃଖଦ ଘଟଣା ବୋଲି କହିଛନ୍ତି । ଅଦାଲତ ଯୁବତୀଙ୍କ ଦୋଷର ଏକ ନିର୍ଦ୍ଦିଷ୍ଟ ଗମ୍ଭୀରତା ଦର୍ଶାଇ ତାଙ୍କ ପାଇଁ ବିଶେଷ ପ୍ରକାରର ଦଣ୍ଡ ସ୍ଥିର କରି କହିଛନ୍ତି ଯେ ସେ ଜେଲ୍ ଦଣ୍ଡ ଆରମ୍ଭ ହେବାର ୧୫ ବର୍ଷ ପରେ ବି ପାରୋଲ୍ ପାଇଁ ଆବେଦନ କରିପାରିବେ ନାହିଁ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଯେବେ ଅଭିନେତ୍ରୀ ଉର୍ଫି ଜାଭେଦ୍ କ୍ୟାମେରା ସାମନାରେ ଖସେଇଲେ ଡ୍ରେସ୍, ଆଉ ତା’ ପରେ...
୨୦୨୦ ମସିହା ସେପ୍ଟେମ୍ବର୍ ମାସରେ ଏହି ଯବତୀ ନିଜ ଘରେ ନିଜ ପାଞ୍ଚ ଜଣ ପିଲାଙ୍କୁ ପ୍ରଥମେ ଏକ ନିଶା ଦ୍ରବ୍ୟ ଦେଇ ଅଚେତ କରିଥିଲେ ଓ ତା’ ପରେ ସେମାନଙ୍କୁ ବାଥଟବରେ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ମୃତ ପାଞ୍ଚ ଜଣ ପିଲାଙ୍କ ବୟସ ୧୮ ମାସରୁ ଆଠ ବର୍ଷ ମଧ୍ୟରେ ଥିଲା । ଯୁବତୀଙ୍କ ଘରେ ପାଞ୍ଚ ଜଣ ପିଲାଙ୍କ – ମେଲିନା, ଲିଓନି, ସୋଫି, ଟିମୋ ଓ ଲୁକା – ଶବ ମିଳିଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ସନ୍ନି ଲିଓନି ବୋଲ୍ଡ ଫଟୋସୁଟ୍ କଲେ; କଳା ଡ୍ରେସ୍ ପିନ୍ଧି ବଢ଼େଇଲେ ଗ୍ଲାମର୍ ଓ ଉତ୍ତାପ
ଏହି ଜଘନ୍ୟ ହତ୍ୟା ସମୟରେ ଯୁବତୀଙ୍କ ୧୧ ବର୍ଷୀୟ ଜ୍ୟେଷ୍ଠ ସନ୍ତାନ ଘରେ ନ ଥିବାରୁ ବଞ୍ଚି ଯାଇଥିଲା । ଯୁବତୀ ନିଜ ଛଅ ଜଣ ପିଲା ଓ ସ୍ୱାମୀଙ୍କ ସହ ପଶ୍ଚିମ ଜର୍ମାନୀର ସୋଲିଙ୍ଗେନ ସହରରେ ରହୁଥିଲେ । ହତ୍ୟା ସମୟରେ ସେହି ସହରରେ ତାଙ୍କ ସ୍ୱାମୀ ନ ଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଭାରତୀୟ ଯୁବତୀ ମେକ୍ସିକୋ ବୁଲିବାକୁ ଯାଇଥିଲେ, ୨ ଗ୍ୟାଙ୍ଗ ମଧ୍ୟରେ ଗୁଳିକାଣ୍ଡରେ ତାଙ୍କ ମୃତ୍ୟୁ ହେଲା
କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଯୁବତୀ ତାଙ୍ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଉପରେ ନୀରବ ରହିଥିଲେ । ପାଞ୍ଚଟି ଜଘନ୍ୟ ହତ୍ୟା କରିବା ପରେ ସେ ଏକ ଟ୍ରେନ୍ ଆଗରେ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି କୋର୍ଟରେ କୁହାଯାଇଥିଲା ।
ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ଡବଲ୍ ମର୍ଡ଼ର: ନାବାଳକ ପୁଅ ଓ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ; ପୋଲିସ ନିକଟରେ ସ୍ୱୀକାର କଲା
ପୋଲିସର ତଦନ୍ତରୁ ଜଣାପଡ଼ିଥିଲା ଯେ ଯୁବତୀ ନିଜ ସ୍ୱାମୀଙ୍କ ସହ ଅନ୍ୟ ଜଣେ ଯୁବତୀଙ୍କ ଫଟୋ ଦେଖିବା ପରେ ନିଜ ପିଲାମାନଙ୍କୁ ହତ୍ୟା କରିଥିଲେ । ସେ ଏହି ଅପରାଧ ଘଟାଇବା ଦିନ ନିଜ ସ୍ୱାମୀଙ୍କୁ ଏକ ମେସେଜ୍ ପଠାଇ କହିଥିଲେ ଯେ ସେ ତାଙ୍କ ପିଲାମାନଙ୍କୁ ଆଉ କେବେ ଦେଖିବେ ନାହିଁ । ତଦନ୍ତକାରୀ ପୋଲିସ ଜାଣିବାକୁ ପାଇଥିଲା ଯେ ଯୁବତୀଙ୍କ ସ୍ୱାମୀଙ୍କ ସେହି ଫଟୋ ତାଙ୍କ ପାଖକୁ ସ୍ୱାମୀଙ୍କ ଜଣେ ପୂର୍ବ ଗର୍ଲଫ୍ରେଣ୍ଡ୍ ପଠାଇଥିଲେ ।
ଏହା ବି ପଢ଼ନ୍ତୁ | ‘‘ସରି… ଭଲ ଥିବ, ବାଏ…’’: କଲେଜ ହଷ୍ଟେଲରେ ମୃତ୍ୟୁ ପୂର୍ବରୁ ଲେଖିଥିଲେ ବଲାଙ୍ଗିରର କଲେଜ୍ ଛାତ୍ରୀ
ପ୍ରମାଣ ଅଭାବରୁ ଅଭିଯୁକ୍ତା ଯୁବତୀଙ୍କୁ ଏହି ଅପରାଧରୁ ମୁକ୍ତ କରାଯାଉ ବୋଲି ତାଙ୍କ ଓକିଲ ଚାହୁଁଥିଲେ । ତାଙ୍କ ମାନସିକ ରୋଗର ଚିକିତ୍ସା କରାଯିବା ସହିତ ତାଙ୍କୁ ନିର୍ଦ୍ଦୋଷରେ ଖଲାସ ନ କରାଗଲେ ବି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଆଠ ବର୍ଷ ଜେଲ ଦଣ୍ଡ ଦେବାକୁ ବି ସେ ପରାମର୍ଶ ଦେଇଥିଲେ ।
ଏହା ବି ପଢ଼ନ୍ତୁ | Mamita Meher Murder Case: ଜେଲ୍ ଗଲା ଗୋବିନ୍ଦ; ମମିତାଙ୍କ ପରିବାରଠୁ ରକ୍ତ ନମୁନା ସଂଗ୍ରହ ହେଲା
କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଜଣେ ବିଶେଷଜ୍ଞ ଜାଣିବାକୁ ପାଇଥିଲେ ଯେ ଅଭିଯୁକ୍ତା ଯୁବତୀ ଜଣକ ଗମ୍ଭୀର ମାନସିକ ରୋଗରେ ପୀଡ଼ିତ ନୁହଁନ୍ତି ।ତାଙ୍କୁ ଏକ ନାରସିସିଷ୍ଟିକ୍ (ନିଜ ରୂପକୁ ନେଇ ଗର୍ବିତା) ବ୍ୟକ୍ତିତ୍ୱ ବୋଲି ବର୍ଣ୍ଣନା କରାଯାଇଥିଲା ।
ଏହା ବି ପଢ଼ନ୍ତୁ | ନିଜ ସ୍ତ୍ରୀକୁ ଜଣେ ୫୫-ବର୍ଷୀୟ ବ୍ୟକ୍ତିକୁ ବିକିଦେଲା ବଲାଙ୍ଗିରର ଯୁବକ; ସେହି ଟଙ୍କାରେ ମୋବାଇଲ୍ ଫୋନ୍ କିଣିଲା
ସେହି ହତ୍ୟାକାଣ୍ଡ ସାରା ଜର୍ମାନୀକୁ ଚକିତ କରିଦେଇଥିଲା । ସୋଲିଙ୍ଗେନ ସହରରେ ହତ୍ୟା ହୋଇଥିବା ପାଞ୍ଚ ଜଣ ଶିଶୁଙ୍କ ପ୍ରତି ଦୁଃଖ ପ୍ରକାଶ କରି ତାଙ୍କ ସ୍ମୃତିରେ ଲୋକେ ଏକାଠି ହୋଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।