ଟ୍ୟୁସନ୍ କରୁ କରୁ ଏକାଦଶ ଶ୍ରେଣୀର ଛାତ୍ର ସହ ପ୍ରେମ ହେଲା; ତାକୁ ନେଇ ଫେରାର୍ ହେଲେ ଶିକ୍ଷୟତ୍ରୀ

ଶିକ୍ଷୟତ୍ରୀ ଜଣକ ଏକ ଘରୋଇ ସ୍କୁଲରେ ପଢ଼ୁଥିବା ସେହି ଛାତ୍ରର ଶ୍ରେଣୀ ଶିକ୍ଷୟତ୍ରୀ ବି ଥିଲେ । ଗଲା ଦୁଇ ମାସ ହେବ ୧୭ ବର୍ଷୀୟ ଛାତ୍ର ତାଙ୍କ ଘରକୁ ଆସି ପ୍ରତି ଦିନ ଦୁଇ ଘଣ୍ଟା ଟ୍ୟୁସନ୍ ପଢୁଥିଲା ।

ପୋଲିସ ଏହି ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ଏକ ଅପହରଣ ମାମଲା ରୁଜୁ କରିଛି ।

ପୋଲିସ ଏହି ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ଏକ ଅପହରଣ ମାମଲା ରୁଜୁ କରିଛି ।

  • News18 Odia
  • Last Updated :
  • Share this:
News18 Odia Digital

ଚଣ୍ଡିଗଡ଼: ଶିକ୍ଷକ-ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ପର୍କକୁ ପବିତ୍ର ବୋଲି କୁହାଯାଏ ।କିନ୍ତୁ ଏହି ସମ୍ପର୍କ ବାରମ୍ବାର ଅସମ୍ମାନିତ ହେଉଥିବା ଦେଖିବାକୁ ମିଳୁଛି । ଏକାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରି ଛାତ୍ରକୁ ନେଇ ପଳାଇଯାଇଛନ୍ତି ତାଙ୍କ ଟ୍ୟୁସନ୍‌ ଶିକ୍ଷୟତ୍ରୀ ।

ଏହି ଘଟଣା ଘଟିଛି ହରିୟାଣାର ପାନିପତ ସହରରେ । ଛାତ୍ରକୁ ନେଇ ଫେରାର୍‌ ହୋଇଯାଇଥିବା ସେହି ମହିଳା ଜଣକ ସେହି ଛାତ୍ରର ଶ୍ରେଣୀ ଶିକ୍ଷକ ବି ଥିଲେ । ଗତ ସପ୍ତାହରେ ସନ୍ଦେହଜନକ ପରିସ୍ଥିତିରେ ନାବାଳକ ସହିତ ଘରୋଇ ବିଦ୍ୟାଳୟର ସେହି ଶିକ୍ଷୟତ୍ରୀ ନିଖୋଜ ହେବା ପରେ ତା’ ପିତାମାତା ଶିକ୍ଷୟତ୍ରୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ଅଭିଭାବକମାନେ ପୋଲିସକୁ କହିଥିଲେ ଯେ ମହିଳା ଜଣକ ଗତ ଦୁଇରୁ ତିନି ମାସ ଧରି ତାଙ୍କ ପୁଅକୁ ଟ୍ୟୁସନ ଦେଉଥିଲେ ।

ଏହା ବି ପଢ଼ନ୍ତୁ | ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଚୋରି ଅଭିଯୋଗରେ ଜଣ ସନ୍ଦିଗ୍ଧ ଗୁପ୍ତଚର ଗିରଫ ହେଲେ

ପିତାମାତାଙ୍କ କହିବା ଅନୁସାରେ ମେ ୨୯ ତାରିଖ ଅପରାହ୍ଣ ପ୍ରାୟ ୨ଟା ବେଳେ ୧୭ ବର୍ଷୀୟ ଛାତ୍ର ଦେଶରାଜ କଲୋନୀରେ ଥିବା ଶିକ୍ଷୟତ୍ରୀକ ଘରକୁ ଟ୍ୟୁସନ୍‌ ପାଇଁ ଯାଇଥିଲା । ଲକଡାଉନ୍‌ ସମୟରେ ଶିକ୍ଷୟତ୍ରୀ ପ୍ରତି ଦିନ ଚାରି ଘଣ୍ଟା ପଢ଼ାଉଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ଛାତ୍ରଟି ଘରକୁ ନ ଫେରିବାରୁ ତା’ ପିତାମାତା ତା’ ସୁରକ୍ଷାକୁ ନେଇ ଭୟ କଲେ ଓ ଶିକ୍ଷୟତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଯାଇ ପଚାରିଥିଲେ ।

ଏହା ବି ପଢ଼ନ୍ତୁ | Pipili bypoll: ପିପିଲି ଉପନିର୍ବାଚନ ପାଇଁ ତିନି ଦଳ ଅଣ୍ଟା ଭିଡ଼ିଲେ, ପ୍ରକାଶ କଲେ ଷ୍ଟାର୍ପ୍ରଚାରକ ତାଲିକା

ଶିକ୍ଷୟତ୍ରୀ ଜଣକ ଛାଡ଼ପତ୍ର ପରଠାରୁ ନିଜ ପିତାମାତାଙ୍କ ସହ ରହୁଥିଲେ । ତାଙ୍କ ଘର ଲୋକେ ଛାତ୍ରର ପିତାମାତାଙ୍କୁ ସେ ନିଖୋଜ ହେବା ବିଷୟରେ କିଛି କହି ନ ଥିଲେ, ହେଲେ କିଛି ସମୟ ପରେ ଶିକ୍ଷୟତ୍ରୀଙ୍କ ପିତା ତାଙ୍କ ଝିଅ ବି ଘରୁ କୁଆଡ଼େ ପଳେଇଯାଇଛି ବୋଲି କହିଥିଲେ । ଏହା ପରେ ଛାତ୍ରର ପିତାମାତା ପୋଲିସ ନିକଟରେ ପହଞ୍ଚି ଅଭିଯୋଗ କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପାଣିକୋଇଲି ଡବଲ୍ମର୍ଡ଼ର: Sex ସମ୍ପର୍କକୁ ନେଇ ହୋଇଥିଲା ହତ୍ୟା; କିନ୍ନର ସମେତ ଜଣ ଗିରଫ

‘‘ଅଭିଯୋଗକୁ ଭିତ୍ତି କରି ଆମେ ସେହି ୨୮-୨୯ ବର୍ଷୀୟା ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ଏକ ଅପହରଣ ମାମଲା ରୁଜୁ କରିଛୁ । ଉଭୟ ଛାତ୍ର ଓ ଶିକ୍ଷୟତ୍ରୀ ଘକୁ କୌଣସି ମୂଲ୍ୟବାନ ସାମଗ୍ରୀ ନେଇଯାଇ ନାହାନ୍ତି । ଘରୁ ଯିବା ସମୟରେ ମହିଳା ଜଣକ ଆଙ୍ଗୁଳିରେ କେବଳ ଏକ ସୁନା ମୁଦି ପିନ୍ଧିଥିଲେ । ଆମେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛୁ ଓ ଏହି ନିଖୋଜ ଯୋଡି଼ଙ୍କ ଉପରେ ନଜର ରଖିଛୁ,’’ କହିଛନ୍ତି ତଦନ୍ତକାରୀ ପୋଲିସ ଅଧିକାରୀ ରାଣା ପ୍ରତାପ ।



ହେଲେ ଏ ପର୍ଯ୍ୟନ୍ତ ସେମାନେ କେଉଁଠି ଅଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ । ନିଖୋଜ ହେବା ପରଠାରୁ ସେମାନଙ୍କ ମୋବାଇଲ୍ ଫୋନ୍ ବନ୍ଦ ହୋଇଯାଇଛି ବୋଲି କହିଛି ପୋଲିସ । ପୋଲିସ ଏବେ ଉଭୟ ଶିକ୍ଷୟତ୍ରୀ ଓ ଛାତ୍ରଙ୍କ ମୋବାଇଲ୍ ଫୋନ୍‌ ଲୋକେସନ୍‌ ଖୋଜିବାକୁ ଚେଷ୍ଟା କରୁଛି । ଏହି ମାମଲାରେ କିଛି ସୂଚନା ପାଇବା ମାତ୍ରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରାଣା ପ୍ରତାପ ।
Published by:Anand S.T. Das
First published: