ବାଥରୁମ୍‌ର ପାଣି ଦେଖି ଅଚେତ୍ ହୁଅନ୍ତି ମହିଳା; ଜାଣନ୍ତୁ କଣ ଏହି ଅଜବ ରୋଗ...

ବାଥରୁମ୍‌ର ପାଣି ଦେଖି ଅଚେତ୍ ହୁଅନ୍ତି ମହିଳା; ଜାଣନ୍ତୁ କଣ ଏହି ଅଜବ ରୋଗ...

ବାଥରୁମ୍‌ର ପାଣି ଦେଖି ଅଚେତ୍ ହୁଅନ୍ତି ମହିଳା; ଜାଣନ୍ତୁ କଣ ଏହି ଅଜବ ରୋଗ...

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Water Overflowing Phobia : ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ କେତେକ ଅଛନ୍ତି ଯେଉଁମାନେ ସ୍ୱତନ୍ତ୍ର ଶାରୀରିକ ପରିସ୍ଥିତି ଦେଇ ଗତି କରିଥାନ୍ତି । କେତେକ ରୋଗର ଚିକିତ୍ସା ବିଜ୍ଞାନରେ ସହଜରେ ମଧ୍ୟ ଉପଲବ୍ଧ ନାହିଁ, କିନ୍ତୁ ଏପରି କିଛି ରୋଗ ଅଛି, ଯାହା ସ୍ୱାଭାବିକ ନୁହେଁ । ଜଣେ ମହିଳାଙ୍କର ମଧ୍ୟ ସମାନ ରୋଗ ଅଛି, ଯିଏ ପ୍ରବାହିତ ଜଳକୁ ଦେଖିଲେ ଭୟ କରନ୍ତି ।

ଯେତେବେଳେ ଓ୍ବାଶରୁମ୍‌ରେ ଟ୍ୟାବ୍‌ରେ ପାଣି ଭରିଯାଏ । ସେତେବେଳେ ସେ ଏହାକୁ ଦେଖି ଭୟଭୀତ ହୋଇ ପଡ଼ନ୍ତି । ଦୀର୍ଘ ୪୪ ବର୍ଷ ଧରି ଏଭଳି ଏକ ରୋଗରେ ସେ ପୀଡ଼ିତ ଅଛନ୍ତି । ତାଙ୍କ ଭୟ ପଛରେ ଏକ ପୁରୁଣା ଘଟଣା ଜଡ଼ିତ ମଧ୍ୟ ଅଛି ।

ପଢନ୍ତୁ ଏହି ଖବର : Maggi ଖାଉଥିବା ଲୋକଙ୍କ ପାଇଁ ଖୁସି ଖବର; ସିଧା ପଇସା ଦେବ କମ୍ପାନୀ

ଏହି ମହିଳା ବ୍ରିଟେନର ବକିଂହାମଶାୟରର ବିକନ୍ସଫିଲ୍ଡର ବାସିନ୍ଦା। ମହିଳାଙ୍କ ବୟସ ୪୮ବର୍ଷ ଓ ତାଙ୍କ ନାମ ଡାର୍ସି କ୍ରାଫ୍ଟ । ସେ କୁହନ୍ତି ଯେ ଯେତେବେଳେ ୪ବର୍ଷ ବୟସର ହୋଇଥିଲେ, ସେ ସେବେଠୁ ଦ୍ରୁତ ଜଳ ପ୍ରବାହକୁ ଡରିବାକୁ ଲାଗିଥିଲେ । ବାସ୍ତବରେ, ଥରେ ତାଙ୍କ ମା’ଗାଧୋଇବାକୁ ଯାଉଥିଲେ, ଯେତେବେଳେ ଛାତ ଭାଙ୍ଗି ତାଙ୍କ ଉପରେ ପଡିଯାଇଥିଲା । ସେ ଦେଖିଲେ ଦ୍ରୁତ ଗତିରେ ଜଳ ପ୍ରବାହିତ ହେଉଛି । ଯଦିଓ ତାଙ୍କ ମା’ସହିତ କିଛି ଘଟି ନଥିଲା, କିନ୍ତୁ ଏହି ଘଟଣା ତାଙ୍କ ମନରେ ଏକ ଡର ସୃଷ୍ଟି କରିଥିଲା । ବେଳେ ବେଳେ ସେ ବେହାଶ୍‌ ମଧ୍ୟ ହୋଇପଡ଼ନ୍ତି ।

ପଢନ୍ତୁ ଏହି ଖବର :  BSNL ଆଣିଲା ଦମ୍‌ଦାର ପ୍ଲାନ୍‌; ୧୦୭ ଟଙ୍କାରେ ୮୪ ଦିନର ଭ୍ୟାଲିଡିଟି

ପିଲାଦିନରେ ଏହି ଘଟଣା ହେତୁ ଡାର୍ସି ପୁରା ଡରି ଯାଇଥିଲେ । ପୁଣି ୯ ବର୍ଷ ପରେ ବି ତାଙ୍କ ସହ ଆହୁରି ଦୁଇଟି ଘଟଣା ଘଟିଥିଲା ଥରେ ସେ ବୁଡ଼ି ଯାଉଥିବାବେଳେ ଓ ଦ୍ୱିତୀୟ ଥର ସେ ବାଥରୁମ୍‌ରେ ବେହାଶ୍‌ ହୋଇ ଯାଇଥିଲେ । ମହିଳା ପାଣିକୁ ଭୟ କରନ୍ତି ନାହିଁ, କିନ୍ତୁ ପ୍ରବାହ ଦେଖି ଦ୍ୱନ୍ଦ୍ୱରେ ପଡ଼ନ୍ତି । ଡାର୍ସି ଏଥିପାଇଁ ହାଇପୋନିଜିମ୍ ବ୍ୟବହାର କରିଥିଲେ ଓ ବର୍ତ୍ତମାନ ତାଙ୍କର ଫୋବିଆର ୮୦ ପ୍ରତିଶତ ଭଲ ହୋଇଛି ବୋଲି ସେ କହିଛନ୍ତି ।
Published by:Sujit Swain
First published: