ଈର୍ଷାର ସୀମା ପାର୍: ଜେଜିମାକୁ ବେଶୀ ଭଲପାଉଛି ବୋଲି ନିଜ ୬ ବର୍ଷର ପୁଅକୁ ହତ୍ୟା କଲେ ମହିଳା

୩୦ ବର୍ଷୀୟା ମହିଳା ରୋଷେଇ ଘରୁ ଏକ ଛୁରୀରେ ଆଣି ନିଜ ବାଳୁତ ପୁଅକୁ ଦୁଇ ଥର ଭୁସିଦେଲେ । ତା’ ପରେ ନିଜେ ଦୁଇ ମହଲା ଘରର ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ, ମାତ୍ର ବଞ୍ଚିଗଲେ । ପିଲାଟି ତାଙ୍କର ଏକ ମାତ୍ର ସନ୍ତାନ ଥିଲା ।

ଈର୍ଷାର ସୀମା ପାର୍: ଜେଜିମାକୁ ବେଶୀ ଭଲପାଉଛି ବୋଲି ନିଜ ୬ ବର୍ଷର ପୁଅକୁ ହତ୍ୟା କଲେ ମହିଳା
ନିଜ ମାଆର ଛୁରୀ ଭୁସାରେ ମୃତ୍ୟୁ ବରଣ କରିଥିବା ଛଅ ବର୍ଷର ବାଳକ ଅର୍ଶପ୍ରୀତ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଜଳନ୍ଧର: ମାଆ ବି ଏମିତି ହୋଇପାରେ ତାହା କେହି କେବେ ଭାବିପାରିବେ ନାହିଁ । ନିଜ ଛଅ ବର୍ଷର ପୁଅ ତା’ ଜେଜିମାକୁ ମାଆ ଠାରୁ ବେଶୀ ଭଲପାଉଛି ବୋଲି ଭାବି ଜଣେ ମହିଳା ପିଲାଟିକୁ ଛୁରୀ ଭୁଷି ହତ୍ୟା କରିଛନ୍ତି । ମୃତ ପିଲାଟି ତା’ ବାପା ମାଆଙ୍କ ଏକ ମାତ୍ର ସନ୍ତାନ ଥିଲା । ଏହି ଲୋମହର୍ଷକ ଘଟଣା ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଘଟିଛି ।

କୁଲୱିନ୍ଦର୍‌ କୌର୍‌ ନାମକ ଏହି ୩୦ ବର୍ଷୀୟା ମହିଳା ରୋଷେଇ ଘରେ ବ୍ୟବହୃତ ଏକ ଛୁରୀରେ ନିଜ ବାଳୁତ ପୁଅକୁ ହତ୍ୟା କରିବା ପରେ ତାଙ୍କ ଦୁଇ ମହଲା ବିଶିଷ୍ଟ ଘରର ଛାତରୁ ଡେଇଁପଡ଼ି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ, ହେଲେ ସେ ବଞ୍ଚି ଯାଇଥିଲେ । ସେ ନକୋଦରରେ ଏକ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଅବସ୍ଥା ଏବେ ବିପଦର ବାହାରେ ଅଛି ବୋଲି ଜଣାପଡ଼ିଛି ।

କୁଲବିନ୍ଦରଙ୍କ ସ୍ୱାମୀ ଇଟାଲୀରେ ଚାକିରି କରନ୍ତି । କୁଲୱିନ୍ଦର ଗାଁରେ ନିଜ ଶାଶୁ ଶ୍ୱଶୁରଙ୍କ ସହ ରହୁଥିଲେ । ଶାଶୁ ଶ୍ୱଶୁରଙ୍କ ସହ ତାଙ୍କ ସମ୍ପର୍କ ଭଲ ନ ଥିଲା । ବିଶେଷତଃ ଶାଶୁ ଚରନଜିତ୍‌ କୌରଙ୍କ ସହ ତାଙ୍କର ସମ୍ପର୍କ ଆଦୌ ଭଲ ନ ଥିଲା ।

ତଦନ୍ତ କରୁଥିବା ପୋଲିସ ଅଧିକାରୀ କହିଛନ୍ତି ଯେ ଛଅ ବର୍ଷର ବାଳକ ଅର୍ଶପ୍ରୀତ ନିଜ ଜେଜେ ଓ ଜେଜିମାଙ୍କ ସହ, ବିଶେଷ କରି ଜେଜିମାଙ୍କ ସହ, ଅଧିକ ସମୟ ବିତାଉଥିବାରୁ କୁଲୱିନ୍ଦର ରାଗିଯାଉଥିଲେ । ‘‘ସୋମବାର ରାତିରେ ଡିନର୍‌ ପରେ ପିଲାଟି ତା’ ଜେଜେ ଓ ଜେଜିମାଙ୍କ ପାଖକୁ ଗଲା । କ୍ରୋଧରେ ଅନ୍ଧ ହୋଇ କୁଲୱିନ୍ଦର ଅର୍ଶପ୍ରୀତକୁ ନିଜ କୋଠରୀକୁ ଡାକିଲେ ଓ ରୋଷେଇ ଘରୁ ଛୁରୀ ଆଣି ତା’ ଦେହରେ ଦୁଇ ଥର ଜୋରରେ ଭୁସିଦେଲେ । ଅର୍ଶପ୍ରୀତର ଚିତ୍କାର ଶୁଣି ତା’ ଜେଜେ ଓ ଜେଜିମା ସେଠାକୁ ଦୌଡ଼ିଆସିଲେ । ପିଲାଟିର ଦେହରୁ ରକ୍ତ ବାହାରୁଥିବା ଦେଖି ସେମାନେ ତାକୁ ହସପିଟାଲକୁ ନେଇଗଲେ, ହେଲେ ସେ ବାଟରେ ମୃତ୍ୟୁ ବରଣ କଲା,’’ କହିଛନ୍ତି ଶାହକୋଟ ଥାନା ଅଧିକାରୀ ସୁଖୱିନ୍ଦର ସିଂ ।

ଏହା ପରେ କୁଲୱିନ୍ଦର ଛାତକୁ ଯାଇ ସେଠାରୁ ତଳକୁ ଡେଇଁପଡ଼ିଲେ । ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରାଗଲା । ସେ ପୋଲିସକୁ କହିଛନ୍ତି ଯେ ନିଜ ପୁଅକୁ ସେ ହତ୍ୟା କରିଛନ୍ତି । ତାଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ତାଙ୍କ ଦେହ ଭଲ ହେବା ପରେ ତାଙ୍କୁ ଗିରଫ କରି ଜେଲକୁ ପଠାଯିବ ବୋଲି କହିଛନ୍ତି ଜଣେ ପୋଲିସ ଅଧିକାରୀ ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 11, 2020, 2:58 PM IST
corona virus btn
corona virus btn
Loading