ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Horror Story: ୨ଦିନ ପର୍ଯ୍ୟନ୍ତ ଶବଠାରୁ ୩ ଫୁଟ ଦୂରରେ ଶୋଇଥିଲେ ମହିଳା; ସାମ୍ନାକୁ ଆସିଲା ରହସ୍ଯ

Horror Story: ୨ଦିନ ପର୍ଯ୍ୟନ୍ତ ଶବଠାରୁ ୩ ଫୁଟ ଦୂରରେ ଶୋଇଥିଲେ ମହିଳା; ସାମ୍ନାକୁ ଆସିଲା ରହସ୍ଯ

ଯେତେବେଳେ କରୋନା ଆମେରିକାରରେ ପିକରେ ଥିଲା, ଏହି ମହିଳା ଜଣକ ମାତ୍ର ତିନି ଫୁଟ ଦୂରରେ ଏକ ଶବ ନିକଟରେ ଅନେକ ଦିନ ଶୋଇଥିଲେ କିନ୍ତୁ ଏ ବିଷୟରେ ସେ ଜାଣିପାରି ନ ଥିଲେ।

Horror Story: ୨ଦିନ ପର୍ଯ୍ୟନ୍ତ ଶବଠାରୁ ୩ ଫୁଟ ଦୂରରେ ଶୋଇଥିଲେ ମହିଳା; ସାମ୍ନାକୁ ଆସିଲା ରହସ୍ଯ
ଶବ ପାଖରେ ତିନି ଦିନ ରହିଲେ ମହିଳା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 18, 2021, 12:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆମେରିକାରେ କରୋନା ମହାମାରୀ ସମୟରେ ଜଣେ ମହିଳାଙ୍କ ସହ ଯାହା ଘଟିଲା ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଯେତେବେଳେ କରୋନା ଆମେରିକାରରେ ପିକରେ ଥିଲା, ଏହି ମହିଳା ଜଣକ ମାତ୍ର ତିନି ଫୁଟ ଦୂରରେ ଏକ ଶବ ନିକଟରେ ଅନେକ ଦିନ ଶୋଇଥିଲେ କିନ୍ତୁ ଏ ବିଷୟରେ ସେ ଜାଣିପାରି ନ ଥିଲେ।

ବର୍ତ୍ତମାନ ମହିଳା ଟିକ୍ ଟକ୍ ମାଧ୍ୟମରେ ଏହି ଅନୁଭୂତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସେ ଆଠ ସପ୍ତାହ ପର୍ଯ୍ୟନ୍ତ ଏକ ମୃତ ଶରୀରରୁ ମାତ୍ର ତିନି ଫୁଟ ଦୂରରେ ଶୋଇଥିଲେ।

ଗତ ବର୍ଷ ମେ ମାସରେ ଏଭଳି ହୋଇଥିଲା, ଯେତେବେଳେ ମହାମାରୀ ବ୍ୟାପକ ହେଉଥିଲା ଓ ଆମେରିକାର ଅଧିକାଂଶ ଲୋକ ଦୁଇମାସ ପର୍ଯ୍ୟନ୍ତ ଘର ଭିତରେ ବନ୍ଦୀ ରହିଥିଲେ। ରିଗନ ବେଲି ନାମକ ଜଣେ ମହିଳା ଟିକଟକ ଭିଡିଓରେ ଏହା ସ୍ପଷ୍ଟ କରିଛନ୍ତି।

ରିଗନ ବେଲି ଲସ ଆଞ୍ଜେଲ୍ସର ୨୫୦ ବର୍ଗଫୁଟ ଆପାର୍ଟମେଣ୍ଟରେ ଏକାକୀ ରହୁଥିଲେ। ଦିନେ ସେ ହଠାତ ଏକ ଖରାପ ଗନ୍ଧ ସଂସ୍ପର୍ଶରେ ଆସିଲେ ଯାହା ଫଳରେ ସେ ଅସୁସ୍ଥ ଅନୁଭବ କଲେ। ମହିଳା ଜଣକ କୁହନ୍ତି ଯେ, ତାଙ୍କର ମୁଣ୍ଡ ବିନ୍ଧା ହେଉଥିଲା, ସେ ରାତିରେ ଶୋଇପାରୁ ନ ଥିଲେ, ବହୁତ ବାନ୍ତି ଲାଗୁଥିଲା। ଅଜବ ଗନ୍ଧ ବ୍ୟତୀତ, ରିଗନ ତାଙ୍କ ଆପାର୍ଟମେଣ୍ଟରେ ବହୁ ସଂଖ୍ୟାରେ କୀଟପତଙ୍ଗ ଓ ଝିଟିପିଟି ଦେଖିଲେ। ଏନେଇ ସେ ସେ ଆପାର୍ଟମେଣ୍ଟ ମ୍ୟାନେଜରଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ତାଙ୍କୁ କୁହାଯାଇଥିଲା ସେ ଏବେ ବାହାରକୁ ଆସିବା ସମ୍ଭବ ନୁହେଁ। ଏହି କାରଣରୁ ଅନୁସନ୍ଧାନ ସମ୍ଭବ ନୁହେଁ ବୋଲି କହିଥିଲେ।

ରିଗନ କହିଛନ୍ତି, “ଏକ ମୃତ ମାଛ ପରି ଗନ୍ଧ ଆସୁଥିଲା, ତେଣୁ ମୁଁ ଭାବିଲି ବୋଧହୁଏ କୌଣସି ଏକ ପକ୍ଷୀ ମାଛ ଧରିଥିବ, କିନ୍ତୁ ପଛକୁ ବୁଲି ଚାହିଁଲା ବେଳକୁ ଏହା ମୋ ପାଇଁ ସବୁଠାରୁ ମୂର୍ଖାମୀ ହେଲା କାରଣ ମୋ ଆଖ ପାଖରେ କୌଣସି ହ୍ରଦ ନ ଥିଲା।” ମହିଳା ଜଣକ କୁହନ୍ତି, “ମୁଁ ଭାବିବାକୁ ଲାଗିଲି ବୋଧହୁଏ ମୋର ପଡ଼ୋଶୀ ଯିଏ ମୋ ଡାହାଣ ପାଖରେ ରହୁଥିଲେ ତାଙ୍କର ଗୋଟିଏ କୁକୁର ମରିଯାଇଥିଲା କିମ୍ବା କ’ଣ ଗୋଟେ ହୋଇଥିଲା ଓ ମୁଁ ପ୍ରକୃତରେ ଚିନ୍ତାରେ ପଡ଼ିଯାଇଥିଲି। କିନ୍ତୁ ମୋର ମ୍ୟାନେଜର ମୋତେ କହିଥିଲେ ଯେ ସେ ପଡୋଶୀଙ୍କ କବାଟ ବାଡେଇ ତାଙ୍କ ହଇରାଣ କରିବେ ନାହିଁ। କିଛି ଦିନ ପରେ, ରିଗନ ଶେଷରେ ତାଙ୍କ ମ୍ୟାନେଜରଙ୍କୁ ଆପାର୍ଟମେଣ୍ଟ ବ୍ଲକରେ ରକ୍ଷଣାବେକ୍ଷଣ ପାଇଁ ଜଣେ ବ୍ୟକ୍ତି ପଠାଇବାକୁ ମନେଇଦେଲେ। ସେ ପହଞ୍ଚିବା ପରେ ପଡୋଶୀଙ୍କ ଘରୁ ଦୁର୍ଗନ୍ଧ ବାହାରୁଥିବାରୁ ସେ ବହୁ କଷ୍ଟରେ ପାହାଚ ଚଢ଼ି ଗଲେ। ଏହା ପରେ ଯେତେବେଳେ ପଡୋଶୀ ଘରର କବାଟ ଖୋଲାଗଲା, ସେତେବେଳେ ଜଣାଗଲା ଯେ ଜଣେ ବ୍ୟକ୍ତିଙ୍କ ଶରୀର କଙ୍କାଳରେ ପରିଣତ ହୋଇଗଲାଣି ଓ ସେଠାରୁ ଗନ୍ଧ ଆସୁଥିଲା।

ତାଙ୍କ ଅବସ୍ଥା ଦେଖି ପୋଲିସ ମଧ୍ୟ ଭୟଭୀତ ହୋଇ ମହିଳାଙ୍କୁ ନିଜ ଘରେ ରହିବାକୁ କହିଥିଲେ। ଯେଉଁ ଫ୍ଲାଟରେ କିଛି ଦିନ ପୂର୍ବରୁ ସେହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ସେହିଠାରୁ ମାତ୍ର ଅଳ୍ପ ଦୂରରେ ଥିଲା ମହିଳାଙ୍କ ଶୋଇବା ଘର ଯେଉଁଠାରେ ସେ ଶୋଉଥିଲେ। ତଦନ୍ତରୁ ଏହା ଜଣାପଡିଲା ଯେ ସେ ବ୍ୟକ୍ତିଙ୍କର ଦୁଇମାସ ପୂର୍ବରୁ ମୃତ୍ୟୁ ହୋଇଥିଲା ​​ଓ ଶରୀର ସଂପୂର୍ଣ୍ଣ ସଢିଯାଇଥିଲା।
Published by: Soumya Das
First published: October 18, 2021, 12:48 PM IST