ଏହି ମହିଳା ନିଜ କାଖରୁ କ୍ଷୀର ବାହାର କରି ସ୍ତନ୍ୟପାନ କରାଇପାରୁଛନ୍ତି! VIDEO ଶେୟାର୍ କଲେ

ମହିଳା ଜଣକ ତିନି ପିଲାଙ୍କ ମା’ । ସେ ଏହି ଭିଡିଓରେ ନିଜ କାଖରୁ (ବାହୁରୁ) କ୍ଷୀର ବାହାର କରି ଦେଖାଉଛନ୍ତି । ଏହା କେମିତି ସମ୍ଭବ ହେଉଛି ସେ ତାହା ବି ବୁଝାଇ କହିଛନ୍ତି ।

ଏହି ମହିଳା ନିଜ କାଖରୁ କ୍ଷୀର ବାହାର କରି ସ୍ତନ୍ୟପାନ କରାଇପାରୁଛନ୍ତି! VIDEO ଶେୟାର୍ କଲେ
ସ୍ତନ ଟିସୁ କ୍ଷୀରରେ ଭରିଯାଇ ଆକାରରେ ବଡ଼ ହୋଇଯିବା ପରେ ଏମିତି ହୁଏ ବୋଲି ଭିଡିଓରେ କହିଛନ୍ତି ମହିଳା । (ଫଟୋ: ୟୁଟ୍ୟୁବ୍)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଜଣେ ସ୍ତନ୍ୟପାନ କରାଉଥିବା ମହିଳା ପ୍ରକାଶ କରିଛନ୍ତି ଯେ ସେ ନିଜ କାଖରୁ (armpit) କ୍ଷୀର ବାହାର କରିପାରୁଛନ୍ତି । ଏହି ମହିଳା କେବଳ ଏମିତି ଅଦ୍ଭୁତ କଥାକୁ ପ୍ରକାଶ କରିଛନ୍ତି ତାହା ନୁହେଁ ବରଂ ତାଙ୍କ ଶରୀର ଏହା କେମିତି କରିପାରୁଛି ତାହା ବି ବୁଝାଇ କହିଛନ୍ତି (breastmilk from woman armpit)।

ମହିଳାଙ୍କ ଏହି ପ୍ରଦର୍ଶନର ଏକ ଭିଡିଓକୁ ଇଣ୍ଟରନେଟରେ ଲକ୍ଷ ଲକ୍ଷ ଭ୍ୟୁ ମିଳିସାରିଛି । ଟିକଟୋକ୍‌ ବ୍ୟବହାରକାରୀ @ollieoooop ନିଜ ଫଲୋଅରମାନଙ୍କୁ ତାଙ୍କ ପ୍ରତିଭା ଦେଖାଇଥିଲେ । ଟିକଟୋକରେ ଏକ ଭାଇରାଲ୍ ପୋଷ୍ଟରେ ଲୋକଙ୍କୁ ସେମାନଙ୍କ ଶରୀର କେଉଁ 'ବିଚିତ୍ର ଜିନିଷ' କରିପାରେ ତାହା ପୋଷ୍ଟ୍‌ କରିବାକୁ କୁହାଯାଇଥିଲା । ସେହି ପୋଷ୍ଟର ପ୍ରତିକ୍ରିୟାରେ ମହିଳା ଏହି ଭିଡିଓ ପ୍ରସ୍ତୁତ କରିଥିବା ଜଣାଯାଇଛି ।

ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଯୁବ ଓକିଲଙ୍କ ଜାଲିଆତି: କୋର୍ଟର ନକଲି ଆଦେଶ ଥାନାରେ ଦେଇ ଜେଲ୍ ଗଲେ

ନିଜ କାଖରୁ (armpit) କ୍ଷୀର ବାହାର କରିପାରୁଥିବା ଏହି ମହିଳା ଆମେରିକାର ମିନେସୋଟା ସହରରେ ରହନ୍ତି । ସେ ତିନି ଜଣ ପିଲାଙ୍କ ମା’ । ସେ ନିଜ କାଖରୁ / ବାହୁରୁ ସ୍ତନ୍ୟପାନ କରାଇବାରେ କେମିତି ସକ୍ଷମ ହୋଇଛନ୍ତି ତାହା ବିଷୟରେ ସେ ଏକ ସଂକ୍ଷିପ୍ତ ବ୍ୟାଖ୍ୟା ଦେଇଛନ୍ତି ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଭୁବନେଶ୍ୱର ରମାଦେବୀ ବିଶ୍ବବିଦ୍ୟାଳୟରେ ପଢ଼ୁଥିଲେ ମୟୂରଭଞ୍ଜର ଝିଅ; ତାଙ୍କ ଶବ ମିଳିଲା ଯାଜପୁରରେ

ମହିଳା ବୁଝାଇ କହିଛନ୍ତି ଯେ ସ୍ତନ୍ୟପାନ କରାଉଥିବା ମହିଳାମାନେ 'ପିଟିସ୍' (pitties) ନାମକ ଏକ ଅନୁଭବ କରନ୍ତି, ଯାହା ଏକ ଫୁଲା ଅଂଶ । ସ୍ତନ ଟିସୁ (breast tissue) କ୍ଷୀରରେ ଭରିଯାଇ ଆକାରରେ ବଡ଼ ହୋଇଯିବା ପରେ ବାହୁରେ / କାଖରେ ଏହି ଫୁଲା ବିକଶିତ ହୋଇପାରେ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋ - ସବ୍ୟସାଚୀ ମିଶ୍ରଙ୍କୁ ବାହା ହୋଇ କହିଲେ ଅର୍ଚ୍ଚିତା ସାହୁ

‘‘ମୌଳିକ ଭାବରେ କହିବାକୁ ଗଲେ ଆପଣଙ୍କ ବାହୁରେ (କାଖରେ) ସ୍ତନ ଟିସୁ ଅଛି, ଆଉ ଯେତେବେଳେ ଆପଣଙ୍କ ସ୍ତନ ଟିସୁ ସବୁ କ୍ଷୀରରେ ଭରିଯାଏ ବେଳେବେଳେ ବାହୁରେ / କାଖରେ ଥିବା ଟିସୁ ଫୁଲିଯାଏ । ହେଲେ ଏମିତି କାଖରୁ ସ୍ତନ୍ୟପାନ କରାଇପାରୁଥିବା ମୁଁ ଏକ ମାତ୍ର ଉଦାହରଣ ଯାହାଙ୍କୁ ମୁଁ ଜାଣେ,’’ କହିଛନ୍ତି ମହିଳା ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ ସରକାରୀ ଅର୍ଥ ହଡ଼ପ କରିଛନ୍ତି: ବିଜେପି

ମହିଳା ସେହି ଭିଡିଓରେ କହିଛନ୍ତି, ‘‘ମୁଁ ନିଜ ବାହୁରୁ (କାଖରୁ) କ୍ଷୀର ବାହାର କରିପାରିବି । ଯଦି ଏହା ଶୁଣିବା ଯଥେଷ୍ଟ ଘୃଣ୍ୟ ନୁହେଁ, ତେବେ ମୁଁ ଏହାକୁ ପ୍ରମାଣ ବି କରିବାକୁ ଯାଉଛି ।’’ ସେ ଭିଡିଓରେ ନିଜର ଦାବି ପ୍ରଦର୍ଶନ କରିଛନ୍ତି ।

ଇଠି ଦେଖନ୍ତୁ ମହିଳାଙ୍କ ଭିଡିଓ:



ଭିଡିଓରେ ଦେଖାଯାଇଛି ଯେ ମହିଳା କ୍ୟାମେରା ଆଡ଼କୁ ଅନାଇଥିବା ବେଳେ ପ୍ରଥମେ ନିଜ ବାହୁକୁ (କାଖକୁ) ଚିପିଥିଲେ । ତା’ପରେ ହଠାତ୍ କ୍ଷୀର ସେଥିରୁ ବାହାରକୁ ଆସୁଥିବା ଦେଖାଯାଇଥିଲା । ତାଙ୍କ ଫଲୋଅରମାନଙ୍କୁ ମନାଇବା ପାଇଁ ସେ ଭିଡିଓର ଏକ ମନ୍ଥର ଗତି ସଂସ୍କରଣ (slow motion video) ମଧ୍ୟ ଶେୟାର୍‌ କରିଛନ୍ତି ।

ଜାନୁଆରୀ ମାସର ଆରମ୍ଭରେ ପୋଷ୍ଟ ହୋଇଥିବା ଏହି ଭିଡିଓ ବର୍ତ୍ତମାନ ଟିକଟୋକରେ ହଜାର ହଜାର ମନ୍ତବ୍ୟ ପାଇ ବ୍ୟାପକ ଭାଇରାଲ ହୋଇଛି ।



‘‘ଯଦି ଆପଣ କିମ୍ବା ଆପଣ ଜାଣିଥିବା କେହି ଏହା କରିପାରିବେ, ଦୟାକରି ତାହା ପୋଷ୍ଟ କରନ୍ତୁ କାରଣ ମୁଁ ଏମିତି କରିପାରୁଥିବା ଏକ ମାତ୍ର ମହିଳା ହୋଇପାରିବି ନାହିଁ । ଦୟାକରି ମୋତେ କୁହନ୍ତୁ ଯେ ମୁଁ ଏହା କରିପାରୁଥିବା ଏକ ମାତ୍ର ମହିଳା ନୁହେଁ,’’ କହିଛନ୍ତି ମହିଳା ।
Published by: Anand Shankar Thankur Das
First published: March 6, 2021, 9:05 PM IST