ଅଜ୍ଞାତ ଲୋକଙ୍କୁ ପାଡ ବିକ୍ରି କରି ଫସିଲେ ଜଣେ ଫେମସ ସେଲିବ୍ରିଟି; ରୋଜଗାର କରୁଥିଲେ କୋଟି କୋଟି ଟଙ୍କା

୩୧ ବର୍ଷୀୟ ଷ୍ଟିଫାନି, ଫାର୍ଟ ଜାର୍ ଗର୍ଲ ନାମରେ ପ୍ରସିଦ୍ଧ । ଅନଲାଇନ ନିଜ ପାଡ ବିକ୍ରି କରି ଆୟ କରିସାରିଛନ୍ତି କୋଟି କୋଟି ଟଙ୍କା ।

ଅଜ୍ଞାତ ଲୋକଙ୍କୁ ପାଡ ବିକ୍ରି କରି ଫସିଲେ ଜଣେ ଫେମସ ସେଲିବ୍ରିଟି

ଅଜ୍ଞାତ ଲୋକଙ୍କୁ ପାଡ ବିକ୍ରି କରି ଫସିଲେ ଜଣେ ଫେମସ ସେଲିବ୍ରିଟି

  • Share this:
News18 Odia Digital

କିଛି ଦିନ ସୋସିଆଲ ମିଡ଼ିଆରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ସମସ୍ତେ ଚକିତ। ଜଣେ ମହିଳା ଟିଭି ସେଲିବ୍ରିଟି ନିଜର ପାଡକୁ ବିକ୍ରି କରୁଛନ୍ତି। ଏହି ଖବରଟି ଶୁଣିବାକୁ ଅଖାଡୁଆ ଲାଗୁଥିଲେ ମଧ୍ୟ ସତ କଥା। ମହିଳା ସେଲିବ୍ରିଟି ଜଣକ ପାଡକୁ ଏକ ଜାରରେ ଭର୍ତ୍ତି କରି ବିକ୍ରି କରିବା ସହ ଏକ ସପ୍ତାହ ମଧ୍ୟରେ ଭାରତୀୟ ମୁଦ୍ରାରେ ୩୭ ଲକ୍ଷ ଟଙ୍କା ଆୟ କରିସାରିଛନ୍ତି।

କଥାଟି ହେଲା ଯେ ୩୧ ବର୍ଷୀୟ ଟିଭି ଅଭିନେତ୍ରୀ ଷ୍ଟିଫାନି ମାଟ୍ଟୋ ନିଜର ପାଡକୁ ବିକ୍ର କରି ସପ୍ତାହକ ମଧ୍ୟରେ ୩୭ ଲକ୍ଷ ଆୟ କରିଥିବା କଥାକୁ ସ୍ୱୀକାର କରିଛନ୍ତି। ସଦ୍ୟତମ ରିପୋର୍ଟ ଅନୁଯାୟୀ ୩୧ ବର୍ଷୀୟ ଷ୍ଟିଫାନି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ଏହି ବ୍ୟବସାୟରୁ ଅବସର ନେଇଥିଲେ। ଖବର ଅନୁଯାୟୀ, ଫାର୍ଟ ସେଲିଂ ଗର୍ଲ ଅତ୍ୟଧିକ ପାଡି ହେତୁ ହୃଦଘାତର ଶକିରା ହୋଇଥିଲା, ଏହି କାରଣରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଡାଏଟ୍ ଦ୍ୱାରା ହେଲା କ୍ଷତି

ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଡାକ୍ତରମାନେ ତାଙ୍କ ରକ୍ତ ପରୀକ୍ଷା ଓ EKG କରିଥିଲେ, କିନ୍ତୁ ପରେ ସେ କହିଥିଲେ ଯେ ଗ୍ୟାସ ତିଆରି କରିବା ପାଇଁ ଅନୁସରଣ କରୁଥିବା ଖାଦ୍ୟ ଯୋଗୁଁ ସେ ସାମାନ୍ୟ ଏପରି ସମସ୍ୟା ଭୋଗିଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ସେ ଭାବୁଥିଲେ ଯେ ତାଙ୍କର ବ୍ୟବସାୟ କ୍ଷତିକାରକ ନୁହେଁ, କିନ୍ତୁ ବର୍ତ୍ତମାନ ସେ ବାସ୍ତବତା ବିଷୟରେ ଜାଣିବାକୁ ପାଇଛନ୍ତି । ସେଥିପାଇଁ ସେ ବର୍ତ୍ତମାନ ଅବସର ନେଉଛନ୍ତି ।




ଏତେ ଗ୍ୟାସ କିପରି ବାହାରୁଥିଲା?

ଷ୍ଟିଫାନି ଇନଷ୍ଟାଗ୍ରାମରେ ତାଙ୍କର ଏକ ଭିଡିଓରେ ପାଡ ବିକ୍ରୟ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ବୁଝାଇଥିଲେ । ଭଲ ଗ୍ୟାସ୍ ପାଇଁ, ସେ ନିଜ ଖାଦ୍ୟ ଓ ପାନୀୟ ପ୍ରତି ବହୁତ ଧ୍ୟାନ ଦିଅନ୍ତି । ସେ ଜଳଖିଆ ପାଇଁ ବିନ୍ସ, ପ୍ରୋଟିନ୍ ମଫିନ୍, ସିଝା ଅଣ୍ଡା, ପ୍ରୋଟିନ୍ ଶେକ୍ ଓ ଦହି ଖାଆନ୍ତି । ଏହା ପରେ, ଯେତେବେଳେ ସେ ଗ୍ୟାସ୍ ଉତ୍ପାଦନ ଆରମ୍ଭ କରନ୍ତି, ସେତେବେଳେ ସେ ଏହାକୁ ଏକ ଛୋଟ ଗ୍ଲାସ୍ ବୋତଲରେ ଭରନ୍ତି । କିନ୍ତୁ ଏହି ବୋତଲରେ ସେ ଫୁଲର ପତ୍ର ଆଗରେ ରଖିଥାଆନ୍ତି । ଏହିପରି, ସେ ଗ୍ୟାସର ପ୍ରବଳ ଦୁର୍ଗନ୍ଧକୁ ହ୍ରାସ କରନ୍ତି ଓ ଯେଉଁମାନେ ଏହାକୁ କିଣନ୍ତି ସେମାନେ ମଧ୍ୟ ଫୁଲର ସୁଗନ୍ଧ ପାଆନ୍ତି । ଡାକ୍ତରମାନେ କହିଛନ୍ତି ଯେ ଏହି ଖାଦ୍ୟ ଯୋଗୁଁ ସେ ହୃଦଘାତରେ ପୀଡିତ ହୋଇଛନ୍ତି ।
Published by:Lipina Das
First published: