ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»‘ଯୌତୁକ ମୃତ୍ୟୁ’ ଅଭିଯୋଗ ପରେ ଆସିଲା ଏହି VIDEO; ପତ୍ନୀ ସ୍ୱାମୀଙ୍କୁ ପିଟୁଥିବା ଦେଖାଗଲା

‘ଯୌତୁକ ମୃତ୍ୟୁ’ ଅଭିଯୋଗ ପରେ ଆସିଲା ଏହି VIDEO; ପତ୍ନୀ ସ୍ୱାମୀଙ୍କୁ ପିଟୁଥିବା ଦେଖାଗଲା

Woman who committed suicide seen in viral video attacking her husband | ଏହି ବିବାହିତା ଯୁବତୀଙ୍କ ମୃତ୍ୟୁ ପରେ ତାଙ୍କୁ ତାଙ୍କ ସ୍ୱାମୀ ପରିବାର ଲୋକଙ୍କ ସହ ମିଶି ହତ୍ୟା କରିଛନ୍ତି ବୋଲି ତାଙ୍କ ପିତାମାତା ଅଭିଯୋଗ କରିଥିଲେ । ହେଲେ ଗୋଟିଏ ଭିଡିଓ ସମସ୍ତଙ୍କ ଦୃଷ୍ଟିକୋଣ ବଦଳାଇଦେଇଛି ।

‘ଯୌତୁକ ମୃତ୍ୟୁ’ ଅଭିଯୋଗ ପରେ ଆସିଲା ଏହି VIDEO; ପତ୍ନୀ ସ୍ୱାମୀଙ୍କୁ ପିଟୁଥିବା ଦେଖାଗଲା
ଭାଇରାଲ୍ ହେଉଥିବା ଭିଡିଓରୁ ଏକ ଦୃଶ୍ୟ
  • News18 Odia
  • Last Updated: November 25, 2021, 11:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଜଣେ ବିବାହିତା ଯୁବତୀ ନିଜ ଘରେ ଆତ୍ମହତ୍ୟା କରି ପ୍ରାଣ ଦେବା ପରେ ତାଙ୍କ ବ୍ୟବସାୟୀ ସ୍ୱାମୀ ଓ ତାଙ୍କ ପରିବାର ଲୋକଙ୍କ ଉପରେ ଯୌତୁକ ଅତ୍ୟାଚାର ଯୋଗୁଁ ହତ୍ୟା (dowry death) କରିଥିବା ଅଭିଯୋଗ ଲାଗିଲା । କିନ୍ତୁ ପରିବାର ଲୋକେ ଏମିତି ଏକ ଭିଡିଓ ପୋଲିସ ଓ ମିଡ଼ିଆକୁ ଦେଖାଇଲେ ଯେ ତାହା ସମସ୍ତଙ୍କୁ ଚକିତ କରିଦେଲା । ଭିଡିଓରେ ଦେଖାଯାଇଥିଲା ଯେ ବିବାହିତା ଯୁବତୀ ଘର ଭିତରେ ନିଜ ସ୍ୱାମୀଙ୍କ ସହ ଝଗଡ଼ା କରିବା ସହ ତାଙ୍କୁ ଆକ୍ରମଣ କରୁଛନ୍ତି ।

ଏହି ଘଟଣା ଉତ୍ତର ପ୍ରଦେଶର କାନପୁରରେ ଘଟିଛି (Kanpur Dowry Murder case)। ହାଇ-ପ୍ରୋଫାଇଲ୍ ମସଲା ବ୍ୟବସାୟୀ ସୂର୍ୟାଂଶ ଖରବନ୍ଦାଙ୍କ (Suryansh Kharbanda) ପତ୍ନୀ ଆଞ୍ଚଲଙ୍କ ମୃତ୍ୟୁ ହେବା ପରେ ଏହି ମାମଲା ଖବରର ଶୀର୍ଷରେ ରହିଥିଲା । ଯୁବ ବ୍ୟବସାୟୀ ସୂର୍ୟାଂଶ ନିଜ ପତ୍ନୀ ଆଞ୍ଚଲଙ୍କୁ ପରିବାର ଲୋକଙ୍କ ସହ ମିଶି ହତ୍ୟା କରିଛନ୍ତି ବୋଲି ଆଞ୍ଚଲଙ୍କ ପିତାମାତା ଅଭିଯୋଗ କରିଥିଲେ । ସୂର୍ୟାଂଶଙ୍କ କୌଣସି କୈଫତ ଶୁଣିବାକୁ କେହି ରାଜି ନ ଥିଲେ । ହେଲେ ଗୋଟିଏ ଭିଡିଓ ସମସ୍ତଙ୍କ ଦୃଷ୍ଟିକୋଣ ବଦଳାଇଦେଇଥିଲା । ଏହି ଭିଡିଓ ଏବେ ଭାଇରାଲ୍‌ (viral video) ହେଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନେହା କକ୍କଡ଼ ସ୍ୱାମୀ ରୋହନପ୍ରୀତଙ୍କୁ ଖୋଲାଖୋଲି KISS କଲେ; ଫଟୋ ସବୁ ଭାଇରାଲ୍ ହେଉଛି

ଏବେ ଏହି ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରାଯାଇଛି । ଆଞ୍ଚଲଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ତଦନ୍ତର ଦିଗକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି ।ଏଥିରେ ଆଞ୍ଚଲ ନିଜ ସ୍ୱାମୀ ସୁର୍ୟାଂଶଙ୍କୁ ପାଦରେ ପିଟୁଥିବା ଦେଖାଯାଇଛି । ସେତିକି ବେଳେ ସୂର୍ୟାଂଶ ନିଜ ପତ୍ନୀଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ଆଞ୍ଚଲ ନିଜ ଶାଶୁଙ୍କ ପ୍ରତି ବି ଖରାପ ଶବ୍ଦ ପ୍ରୟୋଗ କରୁଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | ବର୍ଷା ମାଡ଼ରେ ଅଚେତ ହୋଇ ପଡ଼ିଥିବା ଲୋକକୁ କାନ୍ଧରେ ଉଠାଇ ନେଲେ ମହିଳା ପୋଲିସ ଅଧିକାରୀ

ବର୍ତ୍ତମାନ ପୋଲିସ ସମ୍ପୂର୍ଣ୍ଣ ତଥ୍ୟ ଅନୁସନ୍ଧାନ କରିବାରେ ଲାଗିଛି ଓ ତଦନ୍ତ ଜାରି ରଖିଛି। News18 ଏହି ଭିଡିଓର ସତ୍ୟତା ବିଷୟରେ କୌଣସି ଦାବି କରୁ ନାହିଁ । ଆଞ୍ଚଲଙ୍କ ପିତା କହିଛନ୍ତି ଯେ ସୂର୍ୟାଂଶ ଓ ତାଙ୍କ ମା’ ତାଙ୍କ ଝିଅକୁ (ଆଞ୍ଚଲଙ୍କୁ) ନିର୍ଯାତନା ଦେଇ ତାଙ୍କ ମନୋବଳକୁ ନଷ୍ଟ କରିଦେଇଥିଲେ ଓ ତାଙ୍କୁ ଏକ ଖରାପ ବ୍ୟବହାର କରୁଥିବା ବୋହୂରେ ପରିଣତ କରିଦେଇଥିଲେ ।

ଏଇଠି ଦେଖନ୍ତୁ ସେହି ଭାଇରାଲ୍‌ ଭିଡିଓ (Viral Video):



ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମାଲକାନଗିରିରେ ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍; ବର ପିତାଙ୍କ ସମେତ ଜଣଙ୍କ ପ୍ରାଣ ଗଲା

ଏହି ମାମଲାରେ ଏ.ସି.ପି. ସନ୍ତୋଶ କୁମାର ସିଂ ଏହା କହିଛନ୍ତି ମସଲା ବ୍ୟବସାୟୀ ସୁର୍ୟାଂଶ ଓ ତାଙ୍କ ମା’ ନିଶା ଗିରଫ ହେବା ପରେ ପ୍ରମାଣ ରଖିଛନ୍ତି ଓ ନିଜ ଯୁକ୍ତି ଦର୍ଶାଇଛନ୍ତି । ସୂର୍ୟାଂଶ କହିଛନ୍ତି ଯେ ଆଞ୍ଚଲଙ୍କ ମାଡ଼ ମରା ଘଟଣା ପରେ ଅସନ୍ତୋଷ କାରଣରୁ ନଭେମ୍ବର ୧୨ ତାରିଖରେ ସେ ଘରୁ ବାହାରି ଲକ୍ଷ୍ନୌକୁ ଯାଇ ନିଜ ଭଉଣୀଙ୍କ ଘରେ ରହିଥିଲେ । ଏହା ସହିତ ସେ ଅନେକ ଭିଡିଓ ମଧ୍ୟ ପୋଲିସକୁ ଦେଇଛନ୍ତି । ଏହି ଭିଡିଓଗୁଡିକରେ ଆଞ୍ଚଲ ସୂର୍ୟାଂଶଙ୍କ ଉପରେ ଆକ୍ରମଣ କରୁଥିବା ଓ ଦେଖାଯାଇଛି ଓ ଶାଶୁଙ୍କ ବିରୁଦ୍ଧରେ ଅପଶବ୍ଦ ବ୍ୟବହାର କରୁଥିବା ଶୁଣାଯାଇଛି ।

ଏହା ବି ପଢ଼ନ୍ତୁ | ନିଜ ସ୍ତ୍ରୀକୁ ଜଣେ ୫୫-ବର୍ଷୀୟ ବ୍ୟକ୍ତିକୁ ବିକିଦେଲା ବଲାଙ୍ଗିରର ଯୁବକ; ସେହି ଟଙ୍କାରେ ମୋବାଇଲ୍ ଫୋନ୍ କିଣିଲା

ଏବେ ମୃତା ଆଞ୍ଚଲଙ୍କ ଶାଶୁ ଓ ଶ୍ୱଶୁର ମଧ୍ୟ ଆଞ୍ଚଲ ସେମାନଙ୍କୁ ହଇରାଣ କରିଥିବା ଅଭିଯୋଗ କରିଛନ୍ତି । ଆଞ୍ଚଲଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତ ସ୍ୱାମୀ ଓ ଶାଶୁଙ୍କ ପ୍ରତି ନରମ ଦୃଷ୍ଟିକୋଣ ରଖି ଘଟଣାର ତଦନ୍ତ କରୁଛି । ଏହି ସବୁ ଭିଡିଓକୁ ଯାଞ୍ଚରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ପୋଲିସ କହିଛି । ଏହି ଭିଡିଓଗୁଡିକ ଫରେନସିକ୍ ଲ୍ୟାବକୁ ପଠାଯିବ ।
Published by: Anand S.T. Das
First published: November 25, 2021, 11:42 PM IST