News18 Odia Digital
ପାନିପତ: ସ୍ୱାମୀମାନେ ନିଜ ସ୍ତ୍ରୀଙ୍କୁ ଭଲପାଇବା ଓ ସାହାଯ୍ୟ କରିବା ପାଇଁ ପ୍ରଶଂସା ପାଇଥାନ୍ତି, ଆଉ ଯେଉଁମାନେ ଏହା ନ କରନ୍ତି ସେମାନଙ୍କୁ ସମାଜରେ ନାପସନ୍ଦ କରାଯାଏ । କେତେକ ସ୍ୱାମୀ ନିଜ ପତ୍ନୀଙ୍କୁ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ହୋଇଥାଏ । ହେଲେ ଏବେ ନିର୍ଯ୍ୟାତନାର ଏମିତି ଏକ ଅଭିଯୋଗ ସାମନାକୁ ଆସିଛି ଯାହା ଆପଣଙ୍କ ହୋସ୍ ଉଡ଼ାଇଦେବ ।
ଜଣେ ମହିଳା ନିଜ ସ୍ୱାମୀଙ୍କ ଠାରୁ ପାଇଥିବା ମାନସିକ ଓ ଶାରୀରିକ ନିର୍ଯ୍ୟାତନା ସବୁ ସୀମା ଅତିକ୍ରମ କରିଛି । ଏହି ଭିନ୍ନକ୍ଷମ ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ (husband) ତାଙ୍କ ସହ ଅସ୍ୱାଭାବିକ ଯୌନ ସମ୍ପର୍କ (unnatrural sex) ସ୍ଥାପନ କରିବା ସହିତ ତାଙ୍କ ଗୁପ୍ତାଙ୍ଗରେ (private parts) ଲେମ୍ବୁ ଓ ଫିଟକିରି ପୂରାଉଛନ୍ତି ଓ ବେଳେ ବେଳେ ମଦ ବି ଢାଳୁଛନ୍ତି । ହରିୟାଣାର ପାନିପତ ଜିଲ୍ଲାରେ (Panipat Haryana) ଘଟିଥିବା ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।
ଏହା ବି ପଢ଼ନ୍ତୁ | ଶନିବାରଠାରୁ ସାରା ଓଡ଼ିଶାରେ ଲାଗୁ ହେବ ସପ୍ତାହାନ୍ତ ସଟ୍ଡାଉନ୍; କରୋନା ଅଣାୟତ୍ତ ହେଉଛିମଦ୍ୟ ପାନ କରିବା ପରେ ଏହି ମହିଳାଙ୍କ ସ୍ୱାମୀ ତାଙ୍କ ସହ ଅକଥନୀୟ ଅତ୍ୟାଚାର କରିଆସୁଛନ୍ତି ବୋଲି ସେ କାନ୍ଦି କାନ୍ଦି କହିଛନ୍ତି । ସେ ଅଭିଯୁକ୍ତ ସ୍ୱାମୀଙ୍କ ବିରୋଧରେ ମହିଳା ଥାନାରେ ଅଭିଯୋଗ କରିଛନ୍ତି ।
ଏମିତି ମାନସିକ ଓ ଶାରୀରିକ ନିର୍ଯାତନାର ସାମନା କରିଥିବା ଏହି ପୀଡିତା ମହିଳା ପୋଲିସର କାର୍ଯ୍ୟ ଶୈଳୀ ଉପରେ ମଧ୍ୟ ଗୁରୁତର ପ୍ରଶ୍ନ ଉଠାଇଛନ୍ତି । ପୀଡ଼ିତା ମହିଳା କହିଛନ୍ତି ଯେ ଏ ଭଳି ନିଷ୍ଠୁର ଆଚରଣ ସତ୍ତ୍ୱେ ପୋଲିସ ପ୍ରଶାସନ ତାଙ୍କ ସ୍ୱାମୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ।
ଏହା ବି ପଢ଼ନ୍ତୁ | ଗଞ୍ଜାମରେ ୨ ହଜାର ଟଙ୍କା ପାଇଁ ଗାଁ ଦାଣ୍ଡରେ ଛୁରୀ ଭୁସି ହତ୍ୟା କଲା; ଲୋକେ VIDEO ବନେଇଲେ‘‘ପୀଡ଼ିତା ମହିଳାଙ୍କ ଅଭିଯୋଗ ଗ୍ରହଣ କରାଯାଇଛି । ଅଭିଯୋଗ ଆଧାରରେ ମାମଲା ପଞ୍ଜିକୃତ ହେବ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,’’ କହିଛନ୍ତି ଡି.ଏସ୍.ପି. ସତୀଶ କୁମାର ବତ୍ସ ।
ଏଇଠି ଦେଖନ୍ତୁ ଭିଡିଓ:ମିଳିଥିବା ସୂଚନା ଅନୁସାରେ ଏହି ପୀଡିତା ମହିଳା ୧୪ ବର୍ଷ ପୂର୍ବେ ପାନିପତ ଜିଲ୍ଲାର ଏକ ଗ୍ରାମରେ ରହୁଥିବା ଅରୁଣ ନାମକ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି ।
ପୀଡିତା ମହିଳା କହିଛନ୍ତି ଯେ ବିବାହ ପରଠାରୁ ତାଙ୍କ ସ୍ୱାମୀ ତାଙ୍କୁ ହଇରାଣ କରିଆସୁଛନ୍ତି । କିନ୍ତୁ ବର୍ତ୍ତମାନ ନିର୍ଯାତନା ସବୁ ସୀମା ଅତିକ୍ରମ କରିସାରିଛି । ପୋଲିସ ପ୍ରଶାସନ ପକ୍ଷରୁ ନ୍ୟାୟ ପାଇବା ପାଇଁ ସେ ଗୁହାରୀ କରିଛନ୍ତି । ପୀଡିତା ମହିଳା ଅଭିଯୁକ୍ତ ସ୍ୱାମୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।