News18 OdiaDigital
ଅହମଦାବାଦ: ଜଣେ ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଏକ ଆଶ୍ଚର୍ଯ୍ୟଜନକ ଅଭିଯୋଗ ପୋଲିସ ନିରଟରେ କରିଛନ୍ତି । ନିଜ ଲିଖିତ ଅଭିଯୋଗରେ ଏହି ମହିଳା କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କ ସହ ବର୍ଷକରୁ ଅଧିକ ସମୟ ଧରି ଯୌନ ସମ୍ପର୍କ ରଖି ନାହାନ୍ତି । ମହିଳା ଜଣକ ନିଜ ଏଫ୍.ଆଇ.ଆର୍.ରେ ଆହୁରି ଲେଖିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କ ଦୁଇ ବର୍ଷର ଝିଅକୁ ବିୟର୍ ପିଇବାକୁ ବାଧ୍ୟ କରିଥିଲେ ।
ଏହି ଘଟଣା ଘଟିଛି ଗୁଜରାଟର ଅହମଦାବାଦ ସହରରେ । ସେଠାକାର ଗୋତା ଅଞ୍ଚଳର ଏହି ମହିଳା ନିଜ ଏନ୍.ଆର୍.ଆଇ. ସ୍ୱାମୀଙ୍କ ବିରୋଧରେ ପୋଲିସ ନିକଟରେ ଏମିତି ଅଭିଯୋଗ କରିଛନ୍ତି । ମହିଳାଙ୍କ କହିବା ଅନୁସାରେ ବର୍ତ୍ତମାନ ଦୁବାଇରେ ରହୁଥିବା ତାଙ୍କ ସ୍ୱାମୀ ନିଜ ପିତାମାତା ଓ ପରିବାର ଲୋକଙ୍କ କଥା ମାନି ତାଙ୍କ ଉପରେ ଅତ୍ୟାଚାର କରିଆସୁଛନ୍ତି ।
ଏହା ବି ପଢ଼ନ୍ତୁ | ଚାଲିଗଲେ ଗାୟିକା ତପୁ ମିଶ୍ର; ତାଙ୍କୁ ଛଡ଼େଇନେଲା ନିଷ୍ଠୁର କରୋନା, ଅପେକ୍ଷା କଲାନି ଉନ୍ନତ ଚିକିତ୍ସା ପର୍ଯ୍ୟନ୍ତଏହି ମହିଳା ୨୦୧୬ ମସିହାରେ ବିବାହ କରିଥିଲେ । ସେ ୨୦୧୭ରେ ତାଙ୍କ ସ୍ୱାମୀଙ୍କ ସହ ଭାରତରୁ ଦୁବାଇ ଯାଇଥିଲେ । ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ସେଠାରେ ତାଙ୍କୁ ବିୟର ପିଇବାକୁ ବାଧ୍ୟ କରିଥିଲେ ଓ ସେମାନଙ୍କ ଶିଶୁ କନ୍ୟାକୁ ଖାଲି ବିୟର କ୍ୟାନ୍ ଖେଳିବାକୁ ଦେଉଥିଲେ ।
ଏହା ବି ପଢ଼ନ୍ତୁ | ନୟାଗଡ଼: ୬ ବର୍ଷର ଝିଅକୁ ମୋବାଇଲ୍ ଫୋନରେ ଅଶ୍ଳୀଳ ଭିଡିଓ ଦେଖାଇ ରେପ୍ କରିବା ପରେ ହତ୍ୟା କଲା‘ଟାଇମ୍ସ ଅଫ୍ ଇଣ୍ଡିଆ’ ଖବରକାଗଜର ଏକ ରିପୋର୍ଟ ଅନୁଯାୟୀ ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀ ପ୍ରତ୍ୟେକ ଥର ମଦ୍ୟପାନ କରି ଘରେ ଖୁବ୍ ଗଣ୍ଡଗୋଳ ସୃଷ୍ଟି କରନ୍ତି । ଯଦିଓ ମହିଳା ନିଜେ ମଦ୍ୟ ପାନ କରିବାକୁ ଭଲପାଆନ୍ତି ନାହିଁ ଓ କେବେ ପିଅନ୍ତି ନାହିଁ, ତଥାପି ତାଙ୍କ ସ୍ୱାମୀ ତାଙ୍କୁ ବିୟର୍ ପିଇବାକୁ ବାଧ୍ୟ କରନ୍ତି ଓ ତାଙ୍କ ଶିଶୁ କନ୍ୟାକୁ ବି ପିଆଇ ଦିଅନ୍ତି ବୋଲି ସେ ଏତାଲାରେ ଲେଖିଛନ୍ତି ।
ଏହା ବି ପଢ଼ନ୍ତୁ | ରାଜ୍ୟରେ ଗରିବ ଓ କାଳିଆ ଯୋଜନାର ଚାଷୀଙ୍କ ପାଇଁ ବଡ଼ ଆର୍ଥିକ କୋଭିଡ୍ ପ୍ୟାକେଜ୍ ଘୋଷଣା କଲେ ନବୀନମହିଳା ଏଥିରେ ଲେଖିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କ (ମହିଳାଙ୍କ) ପତଳା ଶରୀର ଯୋଗୁଁ ତାଙ୍କୁ ଥଟ୍ଟା କରନ୍ତି ଓ ବର୍ଷକରୁ ଅଧିକ ସମୟ ହେଲା ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରୁଛନ୍ତି । ଏପରିକି ତାଙ୍କ ଝିଅ ଅସୁସ୍ଥ ଥିବା ବେଳେ ସ୍ୱାମୀ ତା’ ପାଇଁ ଔଷଧ ଆଣିବାକୁ ମନା କରିଦେଇଥିଲେ ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ପହିଲି ରଜରେ କାହିଁକି ମନ ଉଦାସ ହେଲା? ଭଦ୍ରକରେ ଭଡ଼ା ଘରେ ପଙ୍ଖାରୁ ଝୁଲି ଜୀବନ ଦେଲେ ଯୁବତୀଦୁବାଇରୁ ଏହି ପରିବାର ଭାରତ ଫେରିବା ପରେ ମହିଳାଙ୍କ ସ୍ୱାମୀ ତାଙ୍କୁ ତାଙ୍କ ବାପଘରେ ଛାଡି଼ ଦେଇଥିଲେ । ତା’ପରେ ସେ ନିଜ ପରିବାର ଲୋକଙ୍କ ସହିତ ଦୁବାଇ ପଳାଇଯାଇଥିଲେ ବୋଲି ଏତାଲାରେ ସେ ଉଲ୍ଲେଖ କରିଛନ୍ତି ।
ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଗୋଟି ଗୋଟି କରି ୪ ଛୁଆ ଓ ସ୍ତ୍ରୀକୁ ହାଣିଲା, ନିଜ ତଣ୍ଟି କାଟିଲା; ଗୋଟିଏ ପିଲା ଓ ବାପା ମଲେକିଛି ମାସ ପୂର୍ବେ ଗୁଜରାଟର ଅହମଦାବାଦରେ ଜଣେ ୨୪ ବର୍ଷୀୟ ଯୁବକ ଠିକଣା ପଚାରିବା ବାହାନାରେ ଜଣେ ଆଇନ ଛାତ୍ରୀଙ୍କୁ ଫ୍ଲାସ୍ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ । ଜାନୁଆରୀ ୨୨ରେ ଏହି ଘଟଣା ଘଟିଥିଲା । ସହରର ନାବରଙ୍ଗପୁରା ଅଞ୍ଚଳରେ ଏକ ଘରୋଇ ଆଇନ ସଂସ୍ଥାରେ କାର୍ଯ୍ୟ କରୁଥିବା ୨୧-ବର୍ଷୀୟା ଛାତ୍ରୀଙ୍କୁ ଉସମାନପୁରା ନିକଟସ୍ଥ ଏକ କଲୋନୀରେ ରହୁଥିବା ଅଭିଯୁକ୍ତ ଯୁବକ ଅଟକାଇଥିଲା । ଯୁବତୀ ଏକ ସପିଙ୍ଗ୍ କମ୍ପ୍ଲେକ୍ସରେ ଥିବା ବେଳେ ଏହି ବ୍ୟକ୍ତି ଜଣକ ଏକ ସ୍କୁଟରରେ ଆସି ତାଙ୍କୁ ଏକ ଠିକଣା ପଚାରିଥିଲା ।
ଏହା ବି ପଢ଼ନ୍ତୁ | ୬ ମାସ ପରେ ଜେଲ୍ରୁ ବାହାରିବା ବେଳେ BJD ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମୁହଁରେ ହସ ନ ଥିଲାରିପୋର୍ଟ ଅନୁଯାୟୀ ଯୁବତୀ ଜଣକ ଠିକଣା ଜାଣି ନାହାଁନ୍ତି ବୋଲି କହି ଯୁବକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଥିବା ସତ୍ତ୍ୱେ ଯୁବକ ଜଣକ ତାଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିଲା ଓ ତାଙ୍କୁ ଫ୍ଲାସ୍ କରିଥିଲା । ଯୁବତୀ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ତତ୍ପରତା ପ୍ରକାଶ କରିଥିଲା ଓ ସେହି ଅଞ୍ଚଳର ସିସିଟିଭି ଫୁଟେଜ ଦେଖିବା ପରେ ଚିରାଗ ଭାଟି ନାମକ ଏହି ଅଭିଯୁକ୍ତକୁ ଗିରଫ କରିଥିଲା ।
ପଚରାଉଚରା ସମୟରେ ଚିରାଗ ଭାଟି ଏହି ଅପରାଧକୁ ସ୍ୱୀକାର କରିଥିଲା, କିନ୍ତୁ ଏହି ଅପରାଧ ପାଇଁ ସେ ଏକ ଅଜବ କାରଣ ଦର୍ଶାଇଥିଲା । ତା’ କହିବା ଅନୁଯାୟୀ ତା’ ପତ୍ନୀ ସେହି ସମୟରେ ଗର୍ଭବତୀ ଥିଲା ଓ ସେ ତିନି ମାସରୁ ଅଧିକ ସମୟ ଧରି ତା’ ସହ ବା ଅନ୍ୟ କାହା ସହ ଶାରୀରିକ ସମ୍ପର୍କ ସ୍ଥାପନ କରି ନ ଥିଲା । ସେଇଥି ପାଇଁ ସେ ଆଇନ ଛାତ୍ରୀଙ୍କୁ ଫ୍ଲାସ୍ କରିବାକୁ ନିଷ୍ପତ୍ତି ନେଇଥିଲା ବୋଲି ସେ ପୋଲିସକୁ କହିଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।