ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Shocking: ମରିବାର ୪୫ ମିନିଟ୍ ପରେ ପୁଣି ଜୀବିତ ହୋଇଗଲେ ମହିଳା; ହୃଦଘାତରେ ହୋଇଥିଲା ମୃତ୍ୟୁ

Shocking: ମରିବାର ୪୫ ମିନିଟ୍ ପରେ ପୁଣି ଜୀବିତ ହୋଇଗଲେ ମହିଳା; ହୃଦଘାତରେ ହୋଇଥିଲା ମୃତ୍ୟୁ

ହୃଦଘାତ ହେତୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ହେଲେ ମତ୍ୟୁର ୪୫ ମିନିଟ ପରେ ପୁଣି ଥରେ ଜୀବିତ ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ ସେ । ଏହି ଘଟଣା ପ୍ରକୃତରେ ଏକ ଚମତ୍କାର ବୋଲି କହୁଛନ୍ତି ସମସ୍ତେ ।

Shocking: ମରିବାର ୪୫ ମିନିଟ୍ ପରେ ପୁଣି ଜୀବିତ ହୋଇଗଲେ ମହିଳା; ହୃଦଘାତରେ ହୋଇଥିଲା ମୃତ୍ୟୁ
ରିବାର ୪୫ ମିନିଟ୍ ପରେ ପୁଣି ଜୀବିତ ହୋଇଗଲେ ମହିଳା
  • News18 Odia
  • Last Updated: September 20, 2021, 5:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ୱାଶିଂଟନ: ଯାହା ରଖିବେ ଅନନ୍ତ, କି କରିବେ ବଳବନ୍ତ ଏହି କଥାଟି ବାସ୍ତବରେ ଦେଖିବାକୁ ମିଳିଛି । ଏଭଳି ଆପଣ ନିଶ୍ଚୟ ଶୁଣିଥିବେ ଯେ ଈଶ୍ବର ଯାହାଙ୍କ ସାଥିରେ ଅଛନ୍ତି ତାଙ୍କର କେହି କିଛି କରିପାରିବେ ନାହିଁ, ହେଲେ ଆପଣ ଏହା ଶୁଣି ନଥିବେ ଯେ ମୃତ୍ୟୁ ପରେ କେହି ଜୀବିତ ହୋଇଥିବେ ବୋଲି । ଆଜ୍ଞା ହଁ, ଏମିତି ଏକ ଘଟଣା ବର୍ତ୍ତମାନ ଚର୍ଚ୍ଚାରେ ।

ଆମେରିକାର ମେରିଲ୍ୟାଣ୍ଡର କ୍ୟାଥି ପାଟେନଙ୍କ ସହ ଯାହା ଘଟିଥିଲା, ତାହା କୌଣସି ଚମତ୍କାର ଠାରୁ କମ୍ ନଥିଲା । ମୃତ୍ୟୁ ୪୫ ମିନିଟ୍ ପରେ କ୍ୟାଥି ପୁନର୍ଜୀବିତ ହୋଇଥିଲେ ଓ ବର୍ତ୍ତମାନ ସୁସ୍ଥ ଅଛନ୍ତି । ବର୍ତ୍ତମାନ ଏହି କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଏହି ଘଟଣା ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତ୍ୟୁର ୪୫ ମିନିଟ ପରେ ଜୀବିତ ହେବା ଏକ ଚମତ୍କାର ଠାରୁ କମ୍ ନୁହେଁ । ଅନଲାଇନ୍ ସାଇଟ୍ ମିରର୍ ଅନୁଯାୟୀ କ୍ୟାଥି ପାଟେନଙ୍କ ଝିଅ ଗର୍ଭବତୀ ଥିଲେ। ପ୍ରସବ ବେଦନା ସମ୍ପର୍କରେ ସୂଚନା ପାଇବା ପରେ ସେ ତାଙ୍କ ଝିଅ ସହିତ ଡାକ୍ତରଖାନାରେ ପହଞ୍ଚିଥିବା ବେଳେ ହୃଦଘାତରେ ପୀଡିତ ହୋଇଥିଲେ ।

ଝିଅ ଯନ୍ତ୍ରଣା ଅନୁଭବ କରିଥିବା ବେଳେ ମା' ମୃତ୍ୟୁ ହୋଇଥିଲା

ଯେତେବେଳେ ତାଙ୍କ ଝିଅର ଯନ୍ତ୍ରଣା ଭୋଗୁଥିବାର କଲ ଆସିଲା, ସେହି ସମୟରେ କ୍ୟାଥି ପାଟେନ୍ ଗଲ୍ଫ ଖେଳୁଥିଲେ । ଆଉ ସଙ୍ଗେ ସଙ୍ଗେ ସବୁ କିଛି ଛାଡ଼ି ନିଜ ଝିଅ ସହିତ ଡାକ୍ତରଖାନା ଯାଇଥିଲେ। ଝିଅକୁ ପ୍ରସବ ପାଇଁ ଭର୍ତ୍ତି କରାଯିବା ବେଳେ କ୍ୟାଥି ହୃଦଘାତରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ।

ଡାକ୍ତରମାନେ କ୍ୟାଥିଙ୍କ ନାଡ଼ି ଦେଖିଥିଲେ, ଯାହା ବନ୍ଦ ହୋଇଯାଇଥିଲା ଓ ଅମ୍ଳଜାନ ଏପରିକି ତାଙ୍କ ମସ୍ତିଷ୍କରେ ପହଞ୍ଚୁ ନଥିଲା । ତାଙ୍କ ଅବସ୍ଥା ଦେଖିବା ପରେ ଡାକ୍ତରମାନେ ଶେଷ ପ୍ରୟାସ ଭାବରେ ସି.ଆର.ପି ଦେବା ଆରମ୍ଭ କରିଥିଲେ।

ନୀତୁଣୀର ଜନ୍ମ ପୂର୍ବରୁ ଜୀବିତ ହୋଇଥିଲେ କ୍ୟାଥି

ପ୍ରାୟ ଏକ ଘଣ୍ଟା ଧରି ଡାକ୍ତରମାନେ କ୍ୟାଥୀଙ୍କୁ ସି.ଆର.ପି. ଦେଇଥିଲେ । ସେତେବେଳେକୁ ସେ ମୃତ୍ୟୁ ବରଣ କରିସାରିଥିଲେ । ହେଲେ ଡାକ୍ତାରଙ୍କ ପ୍ରାୟସର ପ୍ରାୟ ୪୫ ମିନିଟ୍ ପରେ, କ୍ୟାଥିଙ୍କ ନିଶ୍ୱାସ ପୁଣି ଫେରିଥିଲା । ତାଙ୍କ ଶରୀର ଧିରେ ଧିରେ ପୁଣି କାମ କରିବା ଆରମ୍ଭ କରିଥିଲା । ଡାକ୍ତରମାନେ ତାଙ୍କୁ ପରୀକ୍ଷା କରିବା ପରେ ପୁଣି ଥରେ ଚମତ୍କାର ପ୍ରମାଣ କଲେ ଯେ କ୍ୟାଥି ଜୀବିତ ଅଛନ୍ତି ବୋଲି । ଆଉ ଠିକ୍ ସେହି ସମୟରେ ତାଙ୍କ ଝିଅ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ । କ୍ୟାଥି ମୃତ୍ୟୁ ପରେ ପୁଣି ଜୀବନ ପାଇଥିବାରୁ ପରିବାରରେ ଖୁସି ଲହରୀ ଖେଳିଯାଇଛି ।
Published by: Lipina Das
First published: September 20, 2021, 5:30 PM IST