News18 Odia Digital
ଗୁରୁଗ୍ରାମ: ମହିଳାମାନଙ୍କ ପାଇଁ ବଳାତ୍କାର ଏକ ଗହନ ସମସ୍ୟା ହୋଇ ଠିଆହୋଇଥିବା ବେଳେ ବଳାତ୍କାରର ମିଛ ଅଭିଯୋଗ ଆହୁରି ଏକ ବଡ଼ ସମସ୍ୟା ଭାବେ ସାମନାକୁ ଆସୁଛି । ପୋଲିସ ସାଧାରଣତଃ ବଳାତ୍କାର ଅଭିଯୋଗର ତଦନ୍ତକୁ ପ୍ରାଥମିକତା ଦେଇଥାଏ । ହେଲେ ତଦନ୍ତ ସମୟରେ ବଳାତ୍କାର ଅଭିଯୋଗ ଯଦି ମିଛ ବୋଲି ଜଣା ପଡ଼େ, ତାହେଲେ ସେହି ଘଟଣା ସମଗ୍ର ନାରୀ ସମାଜ ପାଇଁ ଅହିତକର ହୋଇଥାଏ ।
ଏମିତି ଏକ ମାମଲାରେ ଜଣେ ଯୁବତୀ ଗୋଟିଏ ବର୍ଷର ସମୟ ମଧ୍ୟରେ ସାତଟି ଭିନ୍ନ ଭିନ୍ନ ଥାନାରେ ସାତ ଜଣ ଭିନ୍ନ ପୁରୁଷଙ୍କ ବିରୁଦ୍ଧରେ ତାଙ୍କୁ ରେପ୍ କରିଥିବା ଅଭିଯୋଗ ଲଗାଇ ମାମଲା ଦାୟର କରିଥିବା ଜଣାପଡ଼ିଛି । ଏହି ଘଟଣା ଘଟିଛି ହରିୟାଣାର ଗୁରୁଗ୍ରାମରେ । ପୋଲିସ ସବୁ ମାମଲାର ତଦନ୍ତ କରୁଛି, ହେଲେ ସାତଟି ମାମଲାରୁ ଦୁଇଟି ମାମଲା ମିଛ ବୋଲି ଜଣାପଡ଼ିସାରିଛି (Gurugram woman)।
ଏହା ବି ପଢ଼ନ୍ତୁ | ‘‘ସରି… ଭଲ ଥିବ, ବାଏ…’’: ବଲାଙ୍ଗିରରେ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହେଲାଏହି ଘଟଣା ସାମନାକୁ ଆସିବା ପରେ ହରିୟାଣା ରାଜ୍ୟ ମହିଳା କମିଶନ୍ ଏହି ଯୁବତୀଙ୍କ ଦ୍ଵାରା ପଞ୍ଜିକୃତ ବଳାତ୍କାର ମାମଲାଗୁଡ଼ିକୁ ଗହନତାର ସହ ତଦନ୍ତ କରିବା ପାଇଁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । କମିଶନର କାର୍ଯ୍ୟକାରୀ ଅଧ୍ୟକ୍ଷା ପ୍ରୀତି ଭରଦ୍ୱାଜ ଦଲାଲ ମଙ୍ଗଳବାର ଦିନ ହରିୟାଣା ପୋଲିସ ମହାନିର୍ଦ୍ଦେଶକ ପି.କେ. ଅଗ୍ରୱାଲଙ୍କୁ ଏକ ଚିଠି ଲେଖି ସବୁ ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି (7 rape cases against 7 men in a year) ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘ଜୟ ଜଗନ୍ନାଥ, ରସଗୋଲା ଆମର’’: ରିଆଲିଟି ଶୋ’ରେ ଓଡ଼ିଶାର ରସଗୋଲା! ଚର୍ଚ୍ଚାରେ ଓଡି଼ଆ ଝିଅଅସଲରେ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ତଥା ଡକ୍ୟୁମେଣ୍ଟାରୀ ନିର୍ମାତା ଏହି ଯୁବତୀ ‘‘ମିଛ ବଳାତ୍କାର ମାମଲା’’ ଥାନାରେ ପଞ୍ଜୀକୃତ କରି ଯୁବକମାନଙ୍କଠାରୁ ଟଙ୍କା ଲୁଟ୍ କରୁଛନ୍ତି ବୋଲି ଅଭିଯୋଗ କରି ପୋଲିସ ନିକଟରେ ପହଞ୍ଚିଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ ଏହି ଯୁବତୀ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ବଳାତ୍କାର କରିଥିବା ଅଭିଯୋଗ କରି ସାତ ଜଣ ପୁରୁଷଙ୍କ ବିରୋଧରେ ବଳାତ୍କାର ମାମଲା ଦାୟର କରିଛନ୍ତି । ଏ ପର୍ଯ୍ୟନ୍ତ ପୋଲିସ ତଦନ୍ତରେ ଏହି ସାତଟି ମାମଲା ମଧ୍ୟରୁ ଦୁଇଟି ମିଥ୍ୟା ପ୍ରମାଣିତ ହୋଇସାରିଛି ।
ଏହା ବି ପଢ଼ନ୍ତୁ | Mamita Meher Murder Case: ଜେଲ୍ ଗଲା ଗୋବିନ୍ଦ; ମମିତାଙ୍କ ପରିବାରଠୁ ରକ୍ତ ନମୁନା ସଂଗ୍ରହ ହେଲାଗୁରୁଗ୍ରାମର ପୋଲିସ କମିଶନର୍ କେ.କେ. ରାଓଙ୍କ ନିକଟରେ ଅଭିଯୋଗ କରି ସାମାଜିକ କାର୍ଯ୍ୟକର୍ତ୍ତା ତଥା ଡକ୍ୟୁମେଣ୍ଟାରୀ ନିର୍ମାତା ଦୀପିକା ନାରାୟଣ ଭରଦ୍ୱାଜ କହିଛନ୍ତି ଯେ ଏହି ଯୁବତୀଙ୍କ ବୟସ ୨୦ ବର୍ଷ ହୋଇଥିଲେ ହେଁ ସେ ଥାନାଗୁଡ଼ିକରେ ଦେଇଥିବା ବିଭିନ୍ନ ଅଭିଯୋଗରେ ତାଙ୍କ ଜନ୍ମ ତାରିଖ ଭିନ୍ନ ରହିଛି । ସେ ଜିମ୍ ଯାଆନ୍ତି, ସୋସିଆଲ୍ ମିଡି଼ଆରେ ଭିନ୍ନ ଭିନ୍ନ ପୁରୁଷଙ୍କୁ ଭେଟନ୍ତି, ସେମାନଙ୍କ ସହିତ ସମ୍ମତିରେ ଯୌନ ସମ୍ପର୍କ (sex relation) ରଖନ୍ତି ଓ ତା’ପରେ ସେମାନଙ୍କଠାରୁ ଟଙ୍କା ଲୁଟିବା ପାଇଁ ବା ବିବାହ କରିବାକୁ ଚାପ ପକାଇବା ପାଇଁ ସେମାନଙ୍କ ବିରୋଧରେ ବଳାତ୍କାର ମାମଲା ଦାୟର କରନ୍ତି ବୋଲି କହିଛନ୍ତି ଦୀପିକା ନାରାୟଣ ।
ଏହା ବି ପଢ଼ନ୍ତୁ | ନିଜ ସ୍ତ୍ରୀକୁ ଜଣେ ୫୫-ବର୍ଷୀୟ ବ୍ୟକ୍ତିକୁ ବିକିଦେଲା ବଲାଙ୍ଗିରର ଯୁବକ; ସେହି ଟଙ୍କାରେ ମୋବାଇଲ୍ ଫୋନ୍ କିଣିଲା“ମୁଁ ଜାଣିବାକୁ ପାଇଲି ଯେ ଏହି ଯୁବତୀ ୨୦୨୦-୨୧ରେ ଗୋଟିଏ ବର୍ଷର ସମୟରେ ଗୁରୁଗ୍ରାମର ସାତଟି ଥାନାରେ ସାତ ଜଣ ଭିନ୍ନ ଭିନ୍ନ ପୁରୁଷଙ୍କ ବିରୁଦ୍ଧରେ ସାତଟି ଭିନ୍ନ ଭିନ୍ନ ବଳାତ୍କାର ମାମଲା ଦାୟର କରିଛନ୍ତି । ତାଙ୍କ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ନ ଥିବାରୁ ସେ ଦୁଇ ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ ବି କରାଇସାରିଛନ୍ତି । ସେମାନେ ପ୍ରକୃତରେ ଏହି ଯୁବତୀଙ୍କ ମନ୍ଦ ଉଦ୍ଦେଶ୍ୟ ଜାଣିଥିଲେ,’’ କହିଛନ୍ତି ଦୀପିକା ନାରାୟଣ ।
ଏହା ବି ପଢ଼ନ୍ତୁ | ଏମିତି ବି ହେଲା! ସ୍ତ୍ରୀ ଗୋଟିଏ ରାତିରେ ୧୮ ଜଣ ପୁରୁଷଙ୍କ ସହ Sex କଲେ; ସ୍ୱାମୀ କଣ୍ଡୋମ୍ ଯୋଗାଇଲେହରିୟାଣା ପୋଲିସ ଏବେ ସେହି ଯୁବତୀ ଦାୟର କରିଥିବା ରେପ୍ ମାମଲାଗୁଡ଼ିକର ଯାଞ୍ଚ କରୁଛି ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ।
ଦୀପିକା ନାରାୟଣ ଭରଦ୍ୱାଜ ନିଜ ଅଭିଯୋଗରେ ଏ କଥା ବି କହିଛନ୍ତି ଯେ ସେହି ଯୁବତୀ ଗତ ଅଗଷ୍ଟ ମାସରେ ଜଣେ ୨୪ ବର୍ଷୀୟ ଯୁବକଙ୍କ ବିରୁଦ୍ଧରେ ଏକ ବଳାତ୍କାର ମାମଲା ରୁଜୁ କରି ତାଙ୍କୁ ବ୍ଲାକମେଲ୍ କରିବା ପରେ ତାଙ୍କୁ ବିବାହ କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।