News 18 Odia Digital
ନୂଆଦିଲ୍ଲୀ: ମା'-ପୁଅର (Mother and son) ସମ୍ପର୍କ ଦୁନିଆରେ ସବୁଠାରୁ ପବିତ୍ର ବୋଲି ବିବେଚନା କରାଯାଏ । ସେହି ସମ୍ପର୍କ ନିଜର ହେଉ କିମ୍ବା ସାବତ । କିନ୍ତୁ ପରିବର୍ତ୍ତିତ ପରିବେଶରେ, ଅନେକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଥାଏ, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ । ଗତ କିଛି ବର୍ଷ ମଧ୍ୟରେ ଏହିପରି ଅନେକ ଘଟଣା ସାମ୍ନାକୁ ଆସିଛି । କିଛି ସ୍ଥାନରେ ପ୍ରକୃତ ମା' ନିଜ ପୁଅକୁ ବିବାହ (marriage) କରିଥିବା ଖବର ଆସିଥାଏ ତ ବେଳେବେଳେ ଜେଜେବାପା ଓ ନାତୁଣୀ ବିବାହ କରିଥିବା ଖବର ଆସୁଛି । ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ । ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନସର ତାଙ୍କ ୧୫ ବର୍ଷର ସାବତ ପୁଅକୁ (stape son) ଏତେ ଭଲ ପାଇବସିଲେ ଯେ ସେ ନିଜ ସ୍ୱାମୀଙ୍କୁ (husband) ମଧ୍ୟ ଛାଡିଦେଲେ । ସ୍ୱାମୀଙ୍କୁ ଛାଡପତ୍ର ନଦେଇ ସେ ନିଜ ସାବତ ପୁଅ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଲାଗିଲେ ଓ ପରେ ଗର୍ଭବତୀ ମଧ୍ୟ ହେଲେ । ଆଉ ସାବତ ପୁଅକୁ ବିବାହ କରିବା ପରେ ସେ ଏକ ଝିଅ ସନ୍ତାନକୁ ଜନ୍ମ ଦେଲେ। ସେ ତାଙ୍କ ସ୍ୱାମୀଙ୍କୁ ଲୁଚାଇ ଏହି ଭଳି ପ୍ରତାରଣା କରି ଚାଲିଥିଲେ ।
ଯେତେବେଳେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କଠାରୁ ଛାଡପତ୍ର ମାଗିଥିଲେ ସେତେବେଳେ ତାଙ୍କର ହୋସ ଉଡ଼ି ଯାଇଥିଲା । ଏହି ମାମଲାଟି ଋଷର ଅଟେ। ସେଠାରେ ରହୁଥିବା ସୋସିଆଲ ମିଡିଆ ତାରକା ମାରିନା ବାଲମାଶେଭା ୨୦୦୭ ମସିହାରେ ଅର୍ଥାତ୍ ୧୬ ବର୍ଷ ପୂର୍ବେ ଆଲେକ୍ସୀ ଶାଭିରିନଙ୍କୁ ବିବାହ କରିଥିଲେ। ଅବଶ୍ୟ, ଏହା ଆଲେକ୍ସୀଙ୍କ ଦ୍ୱିତୀୟ ବିବାହ ଥିଲା ଓ ତାଙ୍କର ଏକ ପୁତ୍ର ଭ୍ଲାଡିମିର୍ ମଧ୍ୟ ଥିଲେ, ଯାହାଙ୍କୁ ସେତେବେଳେ ୭ ବର୍ଷ ହୋଇଥିଲା । ଆଲେକ୍ସୀ କହିଛନ୍ତି ଯେ ଭ୍ଲାଡିମିର୍ ବଡ ହେବା ପରେ ମାରିନାଙ୍କ ଆଚରଣ ବଦଳିବାକୁ ଲାଗିଲା। ଯେତେବେଳେ ଭ୍ଲାଡିମିର୍ ବିଶ୍ୱବିଦ୍ୟାଳୟ ଛୁଟି ସମୟରେ ଆସୁଥିଲେ, ମାରିନା ତାଙ୍କ ସହ ଫ୍ଲର୍ଟ କରୁଥିଲେ । ତାଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିଲେ । ଏଭଳି ପରିସ୍ଥିତିରେ ଭ୍ଲାଡିମିର୍ ମଧ୍ୟ ମାରିନାଙ୍କ ପ୍ରତି ଆକର୍ଷିତ ହେବାକୁ ଲାଗିଲା। ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ହୋଇଥିଲା ଓ ମାରିନା ଗର୍ଭବତୀ ହୋଇଥିଲେ ।
ଏହି ଖବର ପଢ଼ନ୍ତୁ -
http://ବିରୋଧୀ ଦଳ ନେତାଙ୍କୁ ବିରୋଧ: ମହିଳା ଏବଂ ଛାତ୍ର ସଙ୍ଗଠନର ବିକ୍ଷୋଭଇନଷ୍ଟାଗ୍ରାମ ସେନସେସନ ମାରିନା ତାଙ୍କ ସାବତ ପୁଅକୁ ଭଲପାଇ ସ୍ୱାମୀଙ୍କୁ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ୨୦୨୦ ମସିହାରେ ଛାଡପତ୍ର ହେବାର କିଛି ଦିନ ପରେ ସେ ପୁଅ ଭ୍ଲାଡିମିରକୁ ବିବାହ କରିଥିବା କଥା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କେବଳ ଏତିକି ନୁହେଁ, ମାରିନା ଆହୁରି ମଧ୍ୟ କହିଛନ୍ତି ଯେ ସେ ଭ୍ଲାଡିମିରଙ୍କ ସନ୍ତାନର ମାଆ ହେବାକୁ ଯାଉଛନ୍ତି। ଏହା ସହିତ ମାରିନା ଓ ଭ୍ଲାଡିମିର ଏକ ଝିଅ ମଧ୍ୟ ଅଛି, ଯାହାର ବୟସ ୨ ବର୍ଷରୁ ଅଧିକ । ମାରିନା ଅଗଷ୍ଟ ୨୦୨୨ ରେ ପୁନର୍ବାର ଗର୍ଭବତୀ ହୋଇଥିଲେ, କିନ୍ତୁ ଇନଷ୍ଟାରେ ପିଲାଙ୍କ ବିଷୟରେ କୌଣସି ଅପଡେଟ ସେୟାର କରିନାହାଁନ୍ତି । ଅନ୍ୟପକ୍ଷରେ ମାରିନାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ସେ ମୋ ପୁଅକୁ ନିଜ ଜାଲରେ ଫସାଇଛନ୍ତି। ତେବେ, ମାରିନା ଓ ତାଙ୍କ ସ୍ୱାମୀ ଭ୍ଲାଡିମିର୍ (ସାବତ ପୁଅ) ସେମାନଙ୍କର ନୂତନ ଜୀବନରେ ବହୁତ ଖୁସି ଅଛନ୍ତି ଓ ସୋସିଆଲ୍ ସାଇଟରେ ସେମାନଙ୍କର ଫଟୋ ସେୟାର କରୁଛନ୍ତି । ବର୍ତ୍ତମାନ ମାରିନାଙ୍କୁ ୩୭ ବର୍ଷ ଓ ତାଙ୍କ ପତି(ସାବତ ପୁଅ)କୁ ୨୩ ବର୍ଷ । ଏହି ସମୟରେ, ପ୍ରଥମ ସ୍ୱାମୀଙ୍କ ବୟସ ୪୭ ବର୍ଷ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।