ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Bathroom Pic: ଏହି ଯୁବତୀ ଫେସ୍‌ବୁକ୍‌ରେ ଟୟଲେଟ୍‌ରେ ଥିବା ବେଳର ଫଟୋ କାହିଁକି ପୋଷ୍ଟ୍‌ କରିଥିଲେ?

Bathroom Pic: ଏହି ଯୁବତୀ ଫେସ୍‌ବୁକ୍‌ରେ ଟୟଲେଟ୍‌ରେ ଥିବା ବେଳର ଫଟୋ କାହିଁକି ପୋଷ୍ଟ୍‌ କରିଥିଲେ?

ଫଟୋଟି ଶେୟାର୍ କରି ଗୀତା ଲେଖିଛନ୍ତି, ‘‘ମୁଁ ଗଲା ଥର କେବେ ଟୟଲେଟର କବାଟ ବନ୍ଦ କରିଥିଲି ତାହା ମୋ’ର ମନେ ନାହିଁ । ଏବେ ସ୍ଥିତି ଏମିତି ହୋଇଗଲାଣି ଯେ ଅଫିସରେ ବି ଟୟଲେଟର କବାଟ ବନ୍ଦ କରିବା କଥା ମୋ’ର ମନେ ପଡ଼ୁନି।’’

Bathroom Pic: ଏହି ଯୁବତୀ ଫେସ୍‌ବୁକ୍‌ରେ ଟୟଲେଟ୍‌ରେ ଥିବା ବେଳର ଫଟୋ କାହିଁକି ପୋଷ୍ଟ୍‌ କରିଥିଲେ?
ଗୀତା ପୋଷ୍ଟ କରିଥିବା ସେହି ଫଟୋ
  • News18 Odia
  • Last Updated: October 3, 2021, 8:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ନିକଟରେ ଜଣେ ଭାରତୀୟ ମହିଳା ଫେସବୁକରେ ସେ ଟଏଲେଟରେ ଥିବା ବେଳର ଏକ ଫଟୋ ଶେୟାର୍‌ କରି ଚର୍ଚ୍ଚାକୁ ଆସିଥିଲା । ଟୟଲେଟର କବାଟ ଅଧା ଖୋଲା ଥିଲା (Facebook post of bathroom pic) ଓ ଫଟୋରେ ଦେଖାଯାଇଥିଲା ଯେ ଯୁବତୀ କମୋଡରେ ବସିଛନ୍ତି । ଏହି ଫଟୋ ସୋସିଆଲ ମିଡି଼ଆରେ ବିବାଦ ସୃଷ୍ଟି କରିଥିଲା ।

ଭାରତୀୟ ସଂସ୍କୃତିରେ ପ୍ରାଚୀନ କାଳରୁ ମହିଳାମାନଙ୍କର ମା’ ରୂପକୁ ଗୌରବାନ୍ୱିତ କରାଯାଇଆସୁଛି । ଅନେକ ଲୋକ ବିଶ୍ୱାସ କରନ୍ତି ଯେ ପ୍ରତି ମହିଳାଙ୍କ ଜୀବନର ମୂଳ ଲକ୍ଷ୍ୟ ହେଉଛି ଜଣେ ଭଲ ମା’ ହେବା । ଆଉ ସବୁଠାରୁ ବଡ଼ କଥା ହେଉଛି ସମାଜରେ ଏକ ବଡ଼ ବିଶ୍ୱାସ ଅଛି ଯେ ମା’ ନ ହେଲେ କୌଣସି ମହିଳାଙ୍କ ଅସ୍ତିତ୍ୱ ସମ୍ପୂର୍ଣ୍ଣ ହୁଏନି ।

ଏହା ବି ପଢ଼ନ୍ତୁ | Pipili Bypollରେ ହେଲା ଶଙ୍ଖନାଦ; ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ୨୦,୯୧୬ ଭୋଟରେ ଜିତିଲେ

ହେଲେ ମା’ର ଭୂମିକାକୁ ଏମିତି ଗୌରବାନ୍ୱିତ କରିବା ବେଳେ ଲୋକେ କ୍ୱଚିତ୍ ଅନୁଭବ କରନ୍ତି ବା ଭାବନ୍ତି ଯେ ମହିଳାମାନେ ମାତୃତ୍ୱ ପାଇଁ ଓ ମାତାର ଦାୟିତ୍ୱ ପୂରଣ କରିବାରେ କେତେ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏହି ସମସ୍ୟାଗୁଡିକ ବହୁତ ଛୋଟ ହୋଇପାରେ କିମ୍ବା ବହୁତ ବଡ଼ ହୋଇପାରେ, ମାତ୍ର ପ୍ରତି ମା’ଙ୍କ ପାଖରେ ସମସ୍ୟାର ସମ୍ଭାର ସବୁ ବେଳେ ଥାଏ । ଏହି ସମସ୍ୟା ବିଷୟରେ ଫେସବୁକରେ ଗୀତା ଯଥାର୍ଥ ନାଁରେ ପ୍ରସିଦ୍ଧ ଯୁବତୀ ଏହି ଟୟଲେଟ୍‌ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋ ସହ ତାଙ୍କର ଛୋଟ ପୋଷ୍ଟ ଫେସବୁକରେ ଭାଇରାଲ ହୋଇଛି ।

ଗୀତା ଯଥାର୍ଥଙ୍କ ଫେସବୁକ୍ ଫଟୋ ସହିତ ଥିବା ପୋଷ୍ଟ୍


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଫ୍ରି ଫାୟାର୍ ଗେମ୍ ଖେଳିବାକୁ ମାମନା କଲାରୁ ଆତ୍ମହତ୍ୟା କଲା କେନ୍ଦୁଝରର ସ୍କୁଲ୍ ଛାତ୍ର

ଗୀତା ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗରେ କାର୍ଯ୍ୟ କରୁଛନ୍ତି । ସେ ଜଣେ ଏକକ ମାତା (Single Parent) । ତାଙ୍କର ସ୍ୱାମୀଙ୍କ ସହ ଛାଡ଼ପତ୍ର ମାମଲା କୋର୍ଟରେ ଚାଲିଛି ଓ ସେ ଏକା ନିଜ ଶିଶୁକୁ ଲାଳନପାଳନ କରୁଛନ୍ତି । ସେହି ଦୃଷ୍ଟିରୁ ସେ ନିଜ ଘରେ ଟୟଲେଟରେ କବାଟ ଅଧା ଖୋଲା ରଖି କମୋଡରେ ବସିଥିବାର ଏକ ଫଟୋ ଶେୟାର୍‌ କରିଥିଲେ ।

ଏହା ବି ପଢ଼ନ୍ତୁ | ଚାନ୍ଦିପୁର DRDO ତଥ୍ୟ ଲିକ୍: ରହସ୍ୟମୟୀ ଯୁବତୀଙ୍କ ପରିଚୟ ପାଇଁ ଇଣ୍ଟରପୋଲର ସହାୟତା ନିଆଯିବ

ସେହି ଫଟୋର କ୍ୟାପସନରେ ଗୀତା ଲେଖିଥିଲେ, ‘‘ମୁଁ ଗଲା ଥର କେବେ ଟୟଲେଟର କବାଟ ବନ୍ଦ କରିଥିଲି ତାହା ମୋ’ର ମନେ ନାହିଁ । ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଗଲାଣି ଯେ ଅଫିସରେ ବି ଟୟଲେଟର କବାଟ ବନ୍ଦ କରିବା କଥା ମୋ’ର ମନେ ପଡ଼ୁନାହିଁ । ଆଉ ପୁଅ ଏବେ ଫଟୋ ଉଠାଇବା ଶିଖିଗଲାଣି । ତାକୁ ଶିଖାଇଦେଇଛି ।’’

ଏହା ବି ପଢ଼ନ୍ତୁ | ଯଦି ଆପଣଙ୍କ ପାଖରେ ୭୮୬ ଅଙ୍କ ବିଶିଷ୍ଟ କୌଣସି ନୋଟ୍ ଅଛି ତାହେଲେ ଆପଣ ଲକ୍ଷପତି ହେବେ!

ଗୀତା ଏହି ପୋଷ୍ଟକୁ ଜଣେ ଏକକ ମାତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି, ‘‘ମା’ ହେବା ସହଜ କାମ ନୁହେଁ । ଏହି ଗୌରବମୟ କାମ ବି ନୁହେଁ । ଏହାକୁ ଗୌରବାନ୍ୱିତ କରିବା ବନ୍ଦ କର ।’’

ଗୀତା ଏକ ସାକ୍ଷାତକାରରେ ବି ଏହି ବିବାଦ ବିଷୟରେ କହିଛନ୍ତି:



ଖୁବ୍‌ ଅଳ୍ପ ସମୟ ମଧ୍ୟରେ ଗୀତାଙ୍କ ଏହି ପୋଷ୍ଟ ଭାଇରାଲ୍‌ ହୋଇଥିଲା । ଏହି ପ୍ରସଙ୍ଗ ଉଠାଇଥିବାରୁ ଅଧିକାଂଶ ଲୋକ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ, କିନ୍ତୁ କେତେକ ଲୋକ ତାଙ୍କୁ ଅତି ଅଶ୍ଳୀଳ ଭାଷାରେ ଟ୍ରୋଲ୍ ବି କରିଥିଲେ । କେତେକ ଗୀତାଙ୍କୁ ପରିହାସ କରିଥିଲେ ଓ ତାଙ୍କୁ ଅସମ୍ବେଦନଶୀଳ ବୋଲି କହିଥିଲେ । ହେଲେ ଏହି ଫଟୋ ବିଷୟରେ ଅନ୍ୟ ଏକ ପୋଷ୍ଟ୍‌ ଲେଖି ଗୀତା ଏହାର ବିସ୍ତୃତ ଭୂମିକା ଉପସ୍ଥାପନ କରିଥିଲେ ।

ଏହା ବି ପଢ଼ନ୍ତୁ | ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆ ଭାଷାରେ ଅନୁବାଦ ହେବ; AICTE ଭାଷା ବିଶେଷଜ୍ଞ ଆଲୋଚନା କଲେ

ଗୀତାଙ୍କ ଫେସବୁକ ଆକାଉଣ୍ଟକୁ ଦେଖିଲେ ଜଣାଯାଏ ଯେ ସେ ସବୁବେଳେ ସୋସିଆଲ୍‌ ମିଡି଼ଆରେ ସକ୍ରିୟ ଅଛନ୍ତି ଓ ମହିଳାମାନଙ୍କ ଅଧିକାର ବିଷୟରେ ସଚେତନତା ସୃଷ୍ଟିକରିବା ପାଇଁ ଉଦ୍ୟମ କରୁଛନ୍ତି । ଗୀତା କେବଳ ସୋସିଆଲ ମିଡି଼ଆରେ ନୁହେଁ, ବରଂ ଗୁରୁତ୍ୱପୂର୍ଣ୍ଣ ହିନ୍ଦୀ ଓ ଇଂରାଜୀ ଭାଷାର ଖବରକାଗଜ ଏବଂ ପତ୍ରିକାରେ ଲିଙ୍ଗଭେଦ ତଥା ସାମାଜିକ ଓ ସାଂସ୍କୃତିକ ପ୍ରସଙ୍ଗରେ ବିସ୍ତୃତ ଭାବରେ ଲେଖାଲେଖି କରୁଛନ୍ତି ।

ଏହା ବି ପଢ଼ନ୍ତୁ:



ଅଧିକ ଖବର ପଢ଼ିବା ପାଇଁ ଏଇଠି କ୍ଲିକ୍‌ କରନ୍ତୁ
Published by: Anand S.T. Das
First published: March 9, 2021, 7:21 PM IST