Bathroom Pic: ଏହି ଯୁବତୀ ଫେସ୍ବୁକ୍ରେ ଟୟଲେଟ୍ରେ ଥିବା ବେଳର ଫଟୋ କାହିଁକି ପୋଷ୍ଟ୍ କଲେ?
ଫଟୋଟି ଶେୟାର୍ କରି ଗୀତା ଲେଖିଛନ୍ତି, ‘‘ମୁଁ ଗଲା ଥର କେବେ ଟୟଲେଟର କବାଟ ବନ୍ଦ କରିଥିଲି ତାହା ମୋ’ର ମନେ ନାହିଁ । ଏବେ ସ୍ଥିତି ଏମିତି ହୋଇଗଲାଣି ଯେ ଅଫିସରେ ବି ଟୟଲେଟର କବାଟ ବନ୍ଦ କରିବା କଥା ମୋ’ର ମନେ ପଡ଼ୁନି।’’

ଗୀତା ପୋଷ୍ଟ କରିଥିବା ସେହି ଫଟୋ
- News18 Odia
- Last Updated: March 9, 2021, 7:21 PM IST
ମୁମ୍ବାଇ: ନିକଟରେ ଜଣେ ଭାରତୀୟ ମହିଳା ଫେସବୁକରେ ସେ ଟଏଲେଟରେ ଥିବା ବେଳର ଏକ ଫଟୋ ଶେୟାର୍ କରି ଚର୍ଚ୍ଚାକୁ ଆସିଛନ୍ତି । ଟୟଲେଟର କବାଟ ଅଧା ଖୋଲା ଅଛି (Facebook post of bathroom pic) ଓ ଫଟୋରେ ଦେଖାଯାଇଛି ଯେ ଯୁବତୀ କମୋଡରେ ବସିଛନ୍ତି । ଏହି ଫଟୋ ସୋସିଆଲ ମିଡି଼ଆରେ ବିବାଦ ସୃଷ୍ଟି କରିଛି।
ଭାରତୀୟ ସଂସ୍କୃତିରେ ପ୍ରାଚୀନ କାଳରୁ ମହିଳାମାନଙ୍କର ମା’ ରୂପକୁ ଗୌରବାନ୍ୱିତ କରାଯାଇଆସୁଛି । ଅନେକ ଲୋକ ବିଶ୍ୱାସ କରନ୍ତି ଯେ ପ୍ରତି ମହିଳାଙ୍କ ଜୀବନର ମୂଳ ଲକ୍ଷ୍ୟ ହେଉଛି ଜଣେ ଭଲ ମା’ ହେବା । ଆଉ ସବୁଠାରୁ ବଡ଼ କଥା ହେଉଛି ସମାଜରେ ଏକ ବଡ଼ ବିଶ୍ୱାସ ଅଛି ଯେ ମା’ ନ ହେଲେ କୌଣସି ମହିଳାଙ୍କ ଅସ୍ତିତ୍ୱ ସମ୍ପୂର୍ଣ୍ଣ ହୁଏନି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ସନ୍ନି ଲିଓନି ଶାଢ଼ୀ ପିନ୍ଧି ଘଞ୍ଚ ଜଙ୍ଗଲରେ ନଦୀରେ ଏକ ଡଙ୍ଗାରେ ଶୋଇଲେ; ଫଟୋ ଭାଇରାଲ୍ ହେଲା

ଗୀତା ଯଥାର୍ଥଙ୍କ ଫେସବୁକ୍ ଫଟୋ ସହିତ ଥିବା ପୋଷ୍ଟ୍
ଗୀତା ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗରେ କାର୍ଯ୍ୟ କରୁଛନ୍ତି । ସେ ଜଣେ ଏକକ ମାତା (Single Parent) । ତାଙ୍କର ସ୍ୱାମୀଙ୍କ ସହ ଛାଡ଼ପତ୍ର ମାମଲା କୋର୍ଟରେ ଚାଲିଛି ଓ ସେ ଏକା ନିଜ ଶିଶୁକୁ ଲାଳନପାଳନ କରୁଛନ୍ତି । ସେହି ଦୃଷ୍ଟିରୁ ସେ ନିଜ ଘରେ ଟୟଲେଟରେ କବାଟ ଅଧା ଖୋଲା ରଖି କମୋଡରେ ବସିଥିବାର ଏକ ଫଟୋ ଶେୟାର୍ କରିଛନ୍ତି ।
ଏହା ବି ପଢ଼ନ୍ତୁ | Petrol Diesel Prices: ଗଲା ୭ ଦିନ ହେଲା ବଢ଼ି ନାହିଁ ପେଟ୍ରୋଲ ଓ ଡିଜେଲ ଦାମ୍; ଏବେ କମିବ କି?
ସେହି ଫଟୋର କ୍ୟାପସନରେ ଗୀତା ଲେଖିଛନ୍ତି, ‘‘ମୁଁ ଗଲା ଥର କେବେ ଟୟଲେଟର କବାଟ ବନ୍ଦ କରିଥିଲି ତାହା ମୋ’ର ମନେ ନାହିଁ । ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଗଲାଣି ଯେ ଅଫିସରେ ବି ଟୟଲେଟର କବାଟ ବନ୍ଦ କରିବା କଥା ମୋ’ର ମନେ ପଡ଼ୁନାହିଁ । ଆଉ ପୁଅ ଏବେ ଫଟୋ ଉଠାଇବା ଶିଖିଗଲାଣି । ତାକୁ ଶିଖାଇଦେଇଛି ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ସାରା ଅଲୀ ଖାନ୍ ମିଠା ଶୈଳୀରେ ନିଜ ଭାଇକୁ ଜନ୍ମ ଦିନର ଶୁଭ କାମନା ଦେଲେ, ଅଦେଖା ଫଟୋ ଶେୟାର୍ କଲେ
ଗୀତା ଏହି ପୋଷ୍ଟକୁ ଜଣେ ଏକକ ମାତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି, ‘‘ମା’ ହେବା ସହଜ କାମ ନୁହେଁ । ଏହି ଗୌରବମୟ କାମ ବି ନୁହେଁ । ଏହାକୁ ଗୌରବାନ୍ୱିତ କରିବା ବନ୍ଦ କର ।’’
ଗୀତା ଏକ ସାକ୍ଷାତକାରରେ ବି ଏହି ବିବାଦ ବିଷୟରେ କହିଛନ୍ତି:
ଖୁବ୍ ଅଳ୍ପ ସମୟ ମଧ୍ୟରେ ଗୀତାଙ୍କ ଏହି ପୋଷ୍ଟ ଭାଇରାଲ୍ ହୋଇଥିଲା । ଏହି ପ୍ରସଙ୍ଗ ଉଠାଇଥିବାରୁ ଅଧିକାଂଶ ଲୋକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି, କିନ୍ତୁ କେତେକ ଲୋକ ତାଙ୍କୁ ଅତି ଅଶ୍ଳୀଳ ଭାଷାରେ ଟ୍ରୋଲ୍ ବି କରିଛନ୍ତି । କେତେକ ଗୀତାଙ୍କୁ ପରିହାସ କରିଛନ୍ତି ଓ ତାଙ୍କୁ ଅସମ୍ବେଦନଶୀଳ ବୋଲି କହିଛନ୍ତି । ହେଲେ ଏହି ଫଟୋ ବିଷୟରେ ଅନ୍ୟ ଏକ ପୋଷ୍ଟ୍ ଲେଖି ଗୀତା ଏହାର ବିସ୍ତୃତ ଭୂମିକା ଉପସ୍ଥାପନ କରିଛନ୍ତି ।
ଗୀତାଙ୍କ ଫେସବୁକ ଆକାଉଣ୍ଟକୁ ଦେଖିଲେ ଜଣାଯାଏ ଯେ ସେ ସବୁବେଳେ ସୋସିଆଲ୍ ମିଡି଼ଆରେ ସକ୍ରିୟ ଅଛନ୍ତି ଓ ମହିଳାମାନଙ୍କ ଅଧିକାର ବିଷୟରେ ସଚେତନତା ସୃଷ୍ଟିକରିବା ପାଇଁ ଉଦ୍ୟମ କରୁଛନ୍ତି । ଗୀତା କେବଳ ସୋସିଆଲ ମିଡି଼ଆରେ ନୁହେଁ, ବରଂ ଗୁରୁତ୍ୱପୂର୍ଣ୍ଣ ହିନ୍ଦୀ ଓ ଇଂରାଜୀ ଭାଷାର ଖବରକାଗଜ ଏବଂ ପତ୍ରିକାରେ ଲିଙ୍ଗଭେଦ ତଥା ସାମାଜିକ ଓ ସାଂସ୍କୃତିକ ପ୍ରସଙ୍ଗରେ ବିସ୍ତୃତ ଭାବରେ ଲେଖାଲେଖି କରୁଛନ୍ତି ।
ଏହା ବି ପଢ଼ନ୍ତୁ:
ଅଧିକ ଖବର ପଢ଼ିବା ପାଇଁ ଏଇଠି କ୍ଲିକ୍ କରନ୍ତୁ ।