News18 Odia Digital
ହାଇଦ୍ରାବାଦ: ସ୍ତ୍ରୀ ଯେ ସ୍ୱାମୀକୁ ଯୋଜନା ବନେଇ ହତ୍ୟା କରିପାରେ, ଏହା ବିଶ୍ୱାସ କରିବା କଷ୍ଟ ହୋଇପାରେ । ହେଲେ ଜଣେ ସ୍ତ୍ରୀ କେଉଁ କାରଣରୁ ଏମିତି ଜଘନ୍ୟ କାଣ୍ଡ ଘଟେଇଛି ତାହା ବି ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିବ । ଏକ ଚାଞ୍ଚଲ୍ୟକର ଘଟଣାରେ ଜଣେ ୩୨ ବର୍ଷୀୟା ମହିଳା ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତ ଦେହକୁ ନିଜ ଘରେ ପୋତିଦେଇଥିବା ଜଣାପଡ଼ିଛି ।
ଏହି ଜଘନ୍ୟ ଅପରାଧ ଘଟିଛି ହାଇଦ୍ରାବାଦରେ । ମହିଳା ନିଜ ସ୍ୱାମୀଙ୍କ ମୃତ ଦେହକୁ ତାଙ୍କ ଘରର କମ୍ପାଉଣ୍ଡ କାନ୍ଥ ପାଖରେ ପୋତି ଦେବା ଅଭିଯୋଗ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଓ ମହିଳାଙ୍କୁ ଗିରଫ କରିଥିଲା । ଏବେ ତଦନ୍ତରୁ ଏହି ଚାଞ୍ଚଲ୍ୟକର ଘଟଣାର ବିଭିନ୍ନ ଦିଗ ପରସ୍ତ ପରସ୍ତ ହୋଇ ଖୋଲୁଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ LIVE | ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଞ୍ଚିଲେ ଭୁବନେଶ୍ୱର ବିମାନ ବନ୍ଦରରେ; ପାଖରେ CMପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଏହି ମହିଳା ଫେବୃଆରୀ ୮ ଓ ୯ର ମଧ୍ୟବର୍ତ୍ତୀ ରାତିରେ ନିଜ ୩୮ ବର୍ଷୀୟ ସ୍ୱାମୀଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ । ତାଙ୍କ ସ୍ୱାମୀ ଘରକୁ ଫେରିବା ପରେ ଘରେ ବସି ମଦ ପିଉଥିବା ସମୟରେ ମହିଳା ଅଚାନକ ତାଙ୍କ ପାଖକୁ ଯାଇ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ ।
ଗିରଫ ହେବା ପରେ ମହିଳା ପୋଲିସକୁ ଦେଇଥିବା ବୟାନ ଏହି ମାମଲାକୁ ଆହୁରି ଚାଞ୍ଚଲ୍ୟକର ବନେଇଛି । ମହିଳା କହିଛନ୍ତି ଯେ ତାଙ୍କ ପ୍ରଥମ ବିବାହରୁ ତାଙ୍କର ଥିବା ଝିଅମାନଙ୍କ ସହ ତାଙ୍କ ସ୍ୱାମୀ ଲଗାତର ଅସଦାଚରଣ କରୁଥିବାରୁ ସେ ଶେଷରେ ତାଙ୍କୁ ହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ।
ଏହା ବି ପଢ଼ନ୍ତୁ | ରାଷ୍ଟ୍ରପତି କୋବିନ୍ଦ ୫ ବର୍ଷର ହୋଇଥିବା ବେଳେ ଘରେ ନିଆଁ ଲାଗିବାରୁ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲାଏହି ବ୍ୟକ୍ତି ଅଚାନକ ନିଖୋଜ ହୋଇଯିବା ପରେ ତାଙ୍କ ଭାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୋଲିସ ଅନୁସନ୍ଧାନ ବେଳେ ଉକ୍ତ ମହିଳାଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରିଥିଲା । ପ୍ରଥମେ ହତ୍ୟାକୁ ଅସ୍ୱୀକାର କରୁଥିଲେ ବି ମହିଳା ଶେଷରେ ସତ ମାନିଯାଇଥିଲେ । ସେ ନିଜ ସ୍ୱାମୀଙ୍କୁ ହତ୍ୟା କରିଥିବା କଥା ସ୍ୱୀକାର କରିଥିଲେ ବୋଲି ପୋଲିସ କହିଛି ।
ଏହା ବି ପଢ଼ନ୍ତୁ | ଅଚାନକ WhatsApp, ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ସେବା ବିଶ୍ୱ ସାରା ଡାଉନ୍ ହେଲା; ପୁଣି ଠିକ୍ ହୋଇଗଲାମହିଳା ଜଣକ କହିଥିଲେ ଯେ ସେ ପୂର୍ବରୁ ବିବାହିତା ଥିଲେ ଓ ତାଙ୍କର ପାଞ୍ଚ ସନ୍ତାନ ଥିଲେ । କିନ୍ତୁ ସେ ନିଜ ପ୍ରଥମ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇଥିଲେ ଓ ପୁନର୍ବାର ଜୁନ୍ ୨୦୨୦ରେ ବିବାହ କରିଥିଲେ । ସେ ପୋଲିସକୁ କହିଛନ୍ତି ଯେ ତାଙ୍କ ଦ୍ୱିତୀୟ ସ୍ୱାମୀ ତାଙ୍କ ବଡ଼ ଦୁଇ ଝିଅମାନଙ୍କ ସହ ଦୁଷ୍କର୍ମ କରୁଥିବାରୁ ସେ ତାଙ୍କୁ ହତ୍ୟା କରିଛନ୍ତି । ପୋଲିସ ଏହି ଅଭିଯୋଗର ତଦନ୍ତ ଜାରି ରଖିଛି ।
ମୃତ ଦେହକୁ ମହିଳାଙ୍କ ଘରର ଚଟାଣ ଖୋଳି ବାହାର କରାଯାଇଛି ଓ ପୋଷ୍ଟ-ମର୍ଟମ୍ ପାଇଁ ପଠାଯାଇଛି । ପୋଲିସ ପୂର୍ବରୁ ଏକ ନିଖୋଜ ମାମଲା ରୁଜୁ କରିଥିଲା । ଏବେ ସେହି ମାମଲାକୁ ଆଇପିସିର ଦଫା ୩୦୨ (ହତ୍ୟା) ଓ ୨୦୧ (ପ୍ରମାଣ ନଷ୍ଟ) ଅଧୀନରେ ହତ୍ୟାକୁ ବଦଳାଇ ଦିଆଯାଇଛି । ମହିଳାଙ୍କୁ ଡାକ୍ତରୀ ମାଇନା ପରେ ଜେଲ୍ ପଠେଇ ଦିଆଯାଇଛି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।