Indian Railway : ୧ କୋଟି ଟଙ୍କା ଜରିମନା ଆଦାୟ କରି ରେକର୍ଡ କଲେ ମହିଳା ଟିଟିଆଇ; ପ୍ରଶଂସା କଲା ରେଳ ବିଭାଗ

Indian Railway : ୧ କୋଟି ଟଙ୍କା ଜରିମନା ଆଦାୟ କରି ରେକର୍ଡ କଲେ ମହିଳା ଟିଟିଆଇ; ପ୍ରଶଂସା କଲା ରେଳ ବିଭାଗ

Indian Railway : ୧ କୋଟି ଟଙ୍କା ଜରିମନା ଆଦାୟ କରି ରେକର୍ଡ କଲେ ମହିଳା ଟିଟିଆଇ; ପ୍ରଶଂସା କଲା ରେଳ ବିଭାଗ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆଦିଲ୍ଲୀ : ଦୁନିଆରେ ଲକ୍ଷ ଲକ୍ଷ ଲୋକ ସରକାରୀ ଚାକିରି କରିଛନ୍ତି । କିନ୍ତୁ ସରକାରଙ୍କ ପ୍ରତି କର୍ତ୍ତବ୍ୟନିଷ୍ଠା ଓ ସଚୋଟ୍ଟତା ପାଳନ କରୁଥିବା ଲୋକ ବହୁତ କମ୍‌ ଅଛନ୍ତି। ଏପରି ବହୁତ କମ୍‌ ଲୋକ ଅଛନ୍ତି ଯେଉଁମାନେ ନିଜ କାମକୁ ଉପରେ ଧ୍ୟାନ ଦିଅନ୍ତି । କୌଣସି କାମରେ ଯେମିତି ତ୍ରୁଟି ନହେବା ସେଥି ପାଇଁ ସେମାନେ କଠିନ ପରିଶ୍ରମ କରିଥାନ୍ତି । ଯେଉଁମାନେ ଏହା କରିବାରେ ସଫଳ ହୁଅନ୍ତି ସେମାନେ ସବୁଠାରେ ପ୍ରଶଂସିତ ମଧ୍ୟ ହୁଅନ୍ତି । ସମସ୍ତେ ମଧ୍ୟ ସେମାନଙ୍କୁ ସମ୍ମାନ ବି କରନ୍ତି । ଠିକ୍‌ ଏଭଳି ଜଣେ ମହିଳା ରେଳ କର୍ମଚାରୀଙ୍କୁ ରେଳ ମନ୍ତ୍ରଣାଳୟ ତରଫରୁ ପ୍ରଶଂସା କରାଯାଇଛି । ଯିଏ ରେଳ ବିଭାଗକୁ କୋଟି କୋଟି ଟଙ୍କାର ଲାଭ ଦେଇଛନ୍ତି ।

ରେଳ ମନ୍ତ୍ରଣାଳୟର ଅଫିସିଆଲ୍ ଟ୍ୱିଟ୍‌ର ଆକାଉଣ୍ଟରୁ ଜଣେ ମହିଳା ଟିକେଟ୍ ଯାଞ୍ଚକାରୀ (Traveling Ticket Inspector) ଶ୍ରୀମତୀ ରୋଜାଲିନ ଅରୋକିୟା ମେରିଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଯିଏ ଟ୍ରେନ୍‌ରେ ବେଆଇନ ଭାବରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ଠାରୁ ଜରିମନା ଆକାରରେ ଏକ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ତେବେ ତାଙ୍କର କର୍ମନିଷ୍ଠା ପାଇଁ ତାଙ୍କୁ ପ୍ରଶଂସା କରାଯାଉଛି । ଏହା ସୋସିଆଲ୍ ମିଡିଆରେ ଏବେ ଭାଇରାଲ ହେଉଛି।

ଭାରତରେ ଟ୍ରେନରେ ବିନା ଟିକେଟରେ ଯାତ୍ରା କରିବା ଲୋକ ଓ ଅନ୍ୟ କୌଣସି ଶ୍ରେଣୀର ଟିକେଟ୍ କାଟି ଅନ୍ୟ ଶ୍ରେଣୀରେ ଯାତ୍ରା କରୁଥିବା ଲୋକ କମ୍‌ ନାହାଁନ୍ତି । କମ ଦୂରତା ଯାତ୍ରାରେ ଲୋକମାନେ ବିନା ଟିକେଟରେ ଏମିତି ବସିକି ଯିବାକୁ ମହାନ ବୋଲି ଭାବନ୍ତି। କିମ୍ବା ଟିଟିକୁ ଲାଞ୍ଚ ଦେଇ ଯାତ୍ରା ପୂରା କରିଦେଇଥାନ୍ତି । ଏମିତିରେ ଜଣେ ମହିଳା ଟିକେଟ୍ ଯାଞ୍ଚକାରିଙ୍କ କର୍ମନିଷ୍ଠା ଓ ସଚୋଟ୍ଟତା ଦ୍ୱାରା ରେଳ ମନ୍ତ୍ରଣାଳୟକୁ କୋଟି କୋଟି ଟଙ୍କାର ଲାଭ ଦେଇ ରେକର୍ଡ ସୃଷ୍ଟି କରିଛନ୍ତି । ଯେଉଁ ଯାତ୍ରୀମନେ ଟିକେଟ୍ ନକରି ଯାତ୍ରା କରନ୍ତି ସେହିମାନଙ୍କ ଠାରୁ ଜରିମନା ଆଦାୟ କରି ମହିଳା ଟିଟି ୧ କୋଟି ଟଙ୍କା ରେଳ ମନ୍ତ୍ରଣାଳୟକୁ ଦେଇ ସାରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମହିଳା କର୍ମଚାରୀ ଏପରି କରିନାହାନ୍ତି । ତେଣୁ ଏହି କାମ ପାଇଁ ରେଳ ମନ୍ତ୍ରଣାଳୟ ମହିଳାଙ୍କୁ ପ୍ରଶଂସା କରିଛି । ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ମହିଳା କର୍ମଚାରୀଙ୍କ ଫଟୋ ସେୟାର ମଧ୍ୟ କରିଛି ।





ଏହି ଖବରି ବି ପଢନ୍ତୁ :  ତାଜା ଖବର ସହ ଜଳଖିଆ ପାଇଁ ଲୋକଙ୍କ ଲାଗୁଛି ଭିଡ଼; ଜାଣନ୍ତୁ କିଏ 'ପତ୍ରକାର ପୋହା ବାଲା'

ଟ୍ୱିଟ୍‌ରରେ ମହିଳା ଟିଟିଆଇ  ରୋଜାଲିନ ଅରୋକିୟା ମୋରିଙ୍କ ଫଟୋ ରେଳ ବିଭାଗ ସେୟାର କରି  ଲେଖିଛି ଯେ, “ ଆପଣଙ୍କ କର୍ତ୍ତବ୍ୟ ପ୍ରତି ଦୃଢ ପ୍ରତିବଦ୍ଧତା ପ୍ରଦର୍ଶନ ପାଇଁ ରେଳ ବିଭାଗ ଗର୍ବିତ । ଆହୁରି ଲେଖିଛନ୍ତି ଯେ ପ୍ରଥମ ମହିଳା କର୍ମଚାରୀ ୧ କୋଟି ଟଙ୍କା ଜରିମାନ ଆଦାୟ କରିଛନ୍ତି । ତେବେ ଏହି ପୋଷ୍ଟରେ ଲୋକମାନେ ରୋଜାଲିନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ଓ ଏମିତି ସରକାରୀ କର୍ମଚାରୀ ରଖିବା ପାଇଁ ଦାବି କରିଛନ୍ତି। ଆଉ ଜଣେ ୟୁଜ୍‌ର ଲେଖିଛନ୍ତି ଯେ ‘ଆମେ ଆମର ଭାରତକୁ ମହାଶକ୍ତି କରିବା ପାଇଁ ଏହି ଭଳି ସମର୍ପିତା ମହିଳାଙ୍କ ଆବଶ୍ୟକତା ଅଛି ’।
Published by:Sujit Swain
First published: