Pub-G ଖେଳୁ ଖେଳୁ ବିବାହିତା ମହିଳାଙ୍କର ଯୁକ୍ତ-୨ ଛାତ୍ର ସହ ପ୍ରେମ ହେଲା, ଘରୁ ପଳାଇ ଗଲେ

ବିବାହିତା ମହିଳା ଔଷଧ କିଣିବା ବାହାନା କରି ଘରୁ ଚାଲିଯାଇଥିଲେ । ପବଜି ଖେଳରୁ ତାଙ୍କ ପ୍ରେମିକ ହୋଇଥିବା ଯୁବକକୁ ଭେଟିବାକୁ ସେ ବାରାଣାସୀରେ ପହଞ୍ଚିଥିଲେ । ତାଙ୍କୁ ଭେଟି ସେ ଜାଣିବାକୁ ପାଇଥିଲେ ଯେ ଯୁବକ ଜଣକ ଯୁକ୍ତ ଦୁଇର ଛାତ୍ର ।

ପବଜି ଏବେ ଭାରତରେ ବ୍ୟାନ୍ ଅଛି ।

ପବଜି ଏବେ ଭାରତରେ ବ୍ୟାନ୍ ଅଛି ।

  • Share this:
News18 Odia Digital

ଧର୍ମଶାଳା (ହିମାଚଳ ପ୍ରଦେଶ): ସୋସିଆଲ ମିଡି଼ଆରେ ବାର୍ତ୍ତାଳାପ ପରେ ହୃଦୟ ମିଳନ ହେବାର ଅନେକ ମାମଲା ସାମନାକୁ ଆସୁଛି । ସ୍ଥିତି ଏମିତି ହେଲାଣି ଯେ ପ୍ରେମ ହେବା ପରେ ପରସ୍ପରକୁ ଭେଟିବା ପାଇଁ ଶହ ଶହ କିଲୋମିଟର ଦୂର ଯାଇ ପହଞ୍ଚି ଯାଉଛନ୍ତି ଷୁବକ ଓ ଯୁବତୀମାନେ । ଏକ ତାଜା ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣଁ କରିଛି । ଜଣେ ବିବାହିତା ମହିଳା ନିଜ ପବ୍-ଜି (PubG) ବନ୍ଧୁଙ୍କୁ ଭେଟିବା ପାଇଁ ଉତ୍ତର ପ୍ରଦେଶରୁ ଯାଇ ହିମାଚଳ ପ୍ରଦେଶରେ ପହଞ୍ଚିଯାଇଛନ୍ତି ।

ପୋଲିସ ସେହି ବିବାହିତା ମହିଳାଙ୍କୁ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ଏହି ମାମଲା ହିମାଚଳର କାଙ୍ଗ୍ରା (Kangra) ଜିଲ୍ଲାରୁ ଆସିଛି । ଫେବୃଆରୀ ପ୍ରଥମ ସପ୍ତାହରେ କଙ୍ଗରା ସୀମାବର୍ତ୍ତୀ ଅଞ୍ଚଳର ଜଣେ ବିବାହିତା ମହିଳା ହଠାତ୍ ନିଖୋଜ ହୋଇଯାଇଥିଲେ । ତାଙ୍କ ପରିବାର ତାଙ୍କୁ ସବୁ ଆଡ଼େ ଖୋଜିଥିଲେ ମଧ୍ୟ ତାଙ୍କୁ ପାଇ ନ ଥିଲେ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁକଟକ ବିଡ଼ାନାସି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ ହେଲା; ଦୋକାନରେ ହାଣି ହତ୍ୟା କରିଥିଲା

ଅସଲରେ ମହିଳା ଜଣକ ଘରୁ ଔଷଧ କିଣିବା ବାହାନା କରି ପଠାନକୋଟ୍‌ ଚାଲିଯାଇଥିଲେ । ତା’ ପରେ ସେହି ମହିଳା ନିଖୋଜ ହେବାର ସୂଚନା ତାଙ୍କ ପରିବାର ଥାନାରେ ପଞ୍ଜୀକୃତ କରିଥିଲେ । ପୋଲିସ ତଦନ୍ତ ଆରମ୍ଭ କରିଥିଲା ଓ ନିଖୋଜ ମହିଳାଙ୍କୁ ବାରାଣାସୀରୁ ଉଦ୍ଧାର କରି ତାଙ୍କ ସମ୍ପର୍କୀୟଙ୍କୁ ଦେଇଥିଲା ।

ବିବାହିତା ମହିଳା ଯେତେବେଳେ ନିଜ ନିଖୋଜ ହେବାର କାହାଣୀ କହିଥିଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ସୂଚନା ଅନୁସାରେ ବିବାହିତା ମହିଳା PUBG ଖେଳିବାକୁ ଭଲ ପାଉଥିଲେ । PUBG ଖେଳିବା ବେଳେ ସେ ବାରାଣାସୀର ଜଣେ ଯୁବକ ସହିତ ପରିଚିତ ହୋଇଥିଲେ । ସେହି ପରିଚୟ ପ୍ରେମରେ ପରିଣତ ହୋଇଥିଲା ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ୨୫ ବର୍ଷର ହେଲେ ଦୂତୀ ଚାନ୍ଦ; ଜାଣନ୍ତୁ ବିଶ୍ୱ ସ୍ତରରେ ପରିଚିତ ଏହି ଓଡ଼ିଆ ଦୌଡ଼ ରାଣୀଙ୍କ ବିଷୟରେ ଜଣା-ଅଜଣା କଥା

ଭାରତରେ ଏବେ PUBG ନିଷେଧ ଅଛି । ହେଲେ ଏହି ନିଷେଧାଦେଶ ଆସିବା ପୂର୍ବରୁ ଦୁହେଁ ପରିଚିତ ହୋଇଥିଲେ । ପରେ ଦୁହେଁ ମୋବାଇଲ୍ ଫୋନ୍‌ ମାଧ୍ୟମରେ କଥା ହେଉଥିବା ଜଣାପଡ଼ିଛି ।

ବିବାହିତା ମହିଳା ନିଜ ପ୍ରେମିକକୁ ଭେଟିବା ପାଇଁ ବାରାଣାସୀରେ ପହଞ୍ଚିଥିଲେ । ଯେତେବେଳେ ସେ ସେହି ଯୁବକଙ୍କୁ ଭେଟିଥିଲେ, ସେତେବେଳେ ଜାଣିବାକୁ ପାଇଥିଲେ ​​ଯେ ଯୁବକ ଜଣକ ଯୁକ୍ତ ଦୁଇର ଛାତ୍ର । ଏହା ପରେ ବିବାହିତା ମହିଳା ନିଜ ପରିବାରକୁ ଫୋନ୍‌ କରି ତାଙ୍କୁ ସେଠାରୁ ନେଇଯିବାକୁ ଅନୁରୋଧ କରିଥିଲେ ।



ଏହି ପ୍ରସଙ୍ଗରେ ସମ୍ପୃକ୍ତ ପୋଲିସ ଷ୍ଟେସନର ଅଧିକାରୀ କହିଛନ୍ତି ଯେ ବିବାହିତା ମହିଳାଙ୍କୁ ଉଦ୍ଧାର କରାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ମହିଳାଙ୍କ ସ୍ୱାମୀ ଏକ ଘରୋଇ କମ୍ପାନୀରେ କାମ କରନ୍ତି ।
Published by:Anand S.T. Das
First published: