News18 Odia Digital
ନୂଆ ଦିଲ୍ଲୀ: ଇଣ୍ଟରନେଟରେ ଭାଇରାଲ ହେଉଥିବା ଭିଡିଓଗୁଡ଼ିକରେ (Viral On Social Media) ପଶୁମାନଙ୍କୁ ନେଇ ତିଆରି ହୋଇଥିବା ଭିଡିଓଗୁଡ଼ିକର ଭାରି କ୍ରେଜ୍ ଥାଏ । ସେହି ପଶୁମାନେ ଗୃହପାଳିତ ପଶୁ ହୁଅନ୍ତୁ କିମ୍ବା ବନ୍ୟ ପ୍ରାଣୀ ହୁଅନ୍ତୁ, ଲୋକେ ସେମାନଙ୍କର ଭିଡିଓ ଦେଖିବାକୁ ପସନ୍ଦ କରନ୍ତି ।
ଏବେ ଏମିତି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି (Video of Girl Kissing Cheetah) ଯେଉଁଥିରେ ଜଣେ ଯୁବତୀ ଦୁଇଟି ଚିତା ବାଘ ସହିତ ଦେଖାଯାଇଛନ୍ତି । ଯୁବତୀ ଜଣକ ଚିତା ବାଘକୁ ଏତେ ଭଲପାଆନ୍ତି ଯେ ସେ ତାକୁ ଚୁମ୍ବନ କରୁଥିବା ଦେଖାଯାଇଛି । ଏହି ଭିଡିଓ ଦେଖି ଦର୍ଶକମାନଙ୍କ ହୋସ୍ ଉଡ଼ିଯାଉଛି ।
ଏହା ବି ପଢ଼ନ୍ତୁ | ବଲାଙ୍ଗିରରେ ଥାନା ବାବୁଙ୍କୁ ମହଙ୍ଗା ପଡ଼ିଲା ନୂଆ ବର୍ଷ ଭୋଜି; ଗାଁ ଲୋକର ଛେଳି କାଟି ଖାଇଥିଲେଚିତା ବାଘ ଦୁନିଆର ସବୁଠାରୁ ଭୟଙ୍କର ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ (wildlife video) । ଚିତା ବାଘର ତୀବ୍ର ବେଗଠାରୁ ଆରମ୍ଭ କରି ତା’ର ଶିକାର କରିବାର ଦୁଷ୍ଟ କଳା ପର୍ଯ୍ୟନ୍ତ ସବୁ କଥା ବିଷୟରେ ଲୋକେ ଜାଣନ୍ତି । ଏହି କାରଣରୁ ଚିତା ବାଘର ଛବିଟିଏ ବି ସାମ୍ନାକୁ ଆସିବା ମାତ୍ରେ ହିଁ ମଣିଷର ହୃଦସ୍ପନ୍ଦନ ବଢ଼ିଯାଏ । ଏପରି ସ୍ଥିତିରେ ଯଦି ଏହି ଯୁବତୀ ଦୁଇଟି ଚିତା ବାଘଙ୍କ ମଝିରେ ବସି ସେମାନଙ୍କୁ ନିଜ ପ୍ରେମ ଦେଖାଉଥିବା (cheetah and girl video) ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଏହା ବି ପଢ଼ନ୍ତୁ | ‘‘୨୦୨୪ରେ ମୋଦି ଓ ନବୀନ ଆଉ ସରକାରକୁ ଫେରିବେ ନାହିଁ,’’ କହିଲେ କଂଗ୍ରେସ ନେତା ଅନିଲ ଶର୍ମା୧୪ ସେକେଣ୍ଡର ଭିଡିଓସୋସିଆଲ୍ ମିଡି଼ଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଚିତା ବାଘ ଓ ଯୁବତୀ (cheetah and woman video) ମଧ୍ୟରେ ଥିବା ବନ୍ଧନ ଲୋକଙ୍କ ମଧ୍ୟରେ ଚାଞ୍ଚଲ୍ୟ
ସୃଷ୍ଟି କରିଛି । ଭିଡିଓରେ ଯାହା ଦେଖାଯାଉଛି ତାହା ଅତି ଆଶ୍ଚର୍ଯ୍ୟଜନକ । ବାସ୍ତବରେ ଏହି ଭିଡିଓରେ ଯୁବତୀ ଚିତା ବାଘକୁ କ୍ରମାଗତ ଭାବେ ଚୁମା ଦେଉଥିବାର ଦେଖାଯାଇଛି ।
ଏହା ବି ପଢ଼ନ୍ତୁ | Women marriage legal age: ଝିଅମାନେ ଆଉ ୧୮ ବର୍ଷ ବୟସରେ ବିବାହ କରିପାରିବେନି; ବଦଳିବ ଆଇନଏହି ୧୪ ସେକେଣ୍ଡର ଭିଡିଓ ସୋସିଆଲ ମିଡି଼ଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯୁବତୀ ଜଣକ ଭିଡିଓରେ ଚିତା ବାଘକୁ ଏମିତି ଆଲିଙ୍ଗନ କରୁଥିବା ଓ ଚୁମା ଦେଉଥିବା ଦେଖାଯାଇଛି ସତେ ଯେମିତି ସେ ଏକ ଗୃହପାଳିତ ପଶୁ । ଚିତା ବାଘ ଦୁଇଟି ବି ଯୁବତୀଙ୍କୁ ଆକ୍ରମଣ କରୁଥିବା ଦେଖାଯାଇ ନାହିଁ ।
ଚିତା ବାଘ ଓ ଯୁବତୀଙ୍କ ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ଇନଷ୍ଟାଗ୍ରାମରେ ଆର୍ଥଫୋକସ୍ ନାମକ ଏକ ଆକାଉଣ୍ଟରେ ଶେୟାର୍ କରାଯାଇଛି । ଏ ପର୍ଯ୍ୟନ୍ତ ଏହା ୪ ଲକ୍ଷ ୬୨ ହଜାରରୁ ଅଧିକ ଥର ଦେଖାଯାଇସାରିଲାଣି । ଲୋକେ ଏହି ଭିଡିଓ ଉପରେ ନିଜ ମତାମତ ବି ଦେଉଛନ୍ତି ।
ଏହା ବି ପଢ଼ନ୍ତୁ | CDS Bipin Rawat Death: ‘‘ବିପିନ ରାୱତ ବଞ୍ଚିଥିଲେ, ପାଣି ମାଗିଥିଲେ,’’ କହିଲେ ଜଣେ ପ୍ରତ୍ୟକ୍ଷଦର୍ଶୀଜଣେ ଉପଭୋକ୍ତା କହିଛନ୍ତି, ‘‘ଚିତା ବାଘମାନେ ସବୁଠାରୁ ବିପଜ୍ଜନକ ଶିକାରୀ । ଯୁବତୀ ଦୁଇଟି ଚିତା ସହିତ ବସିଛି!’’ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ‘‘ଏହି ଚିତା ବାଘଗୁଡ଼ିକୁ ଟିକେ ବଡ଼ ହୋଇଯିବାକୁ ଦିଅନ୍ତୁ । ସେତେବେଳେ ବାସ୍ତବତା ଜଣା ପଡି଼ବ ।’’ ଏଥି ସହିତ କିଛି ଲୋକ ଏହି ଭିଡିଓକୁ ଏକ ସୁନ୍ଦର ଭିଡିଓ ବୋଲି ମଧ୍ୟ କହିଛନ୍ତି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।