ବିବାହର ସପ୍ତମ ଦିନରେ ସ୍ୱାମୀର ଗଳା କାଟି ହତ୍ୟା କଲା ପତ୍ନୀ, ଶବ ସହ ରାତି ସାରା ଶୋଇରହିଲା
ପୋଲିସ ଜାଣିବାକୁ ପାଇଛି ଯେ ଘଟଣାର ଦୁଇ ଦିନ ପୂର୍ବରୁ ନବବିବାହିତାଙ୍କ ଗାଁରୁ ଦୁଇ ଜଣ ଯୁବକ ତାଙ୍କ ଶାଶୁଘରକୁ ଆସିଥିଲେ। ସେ ଦୁହେଁ ତାଙ୍କୁ ନିଜ ଭଉଣୀ ବୋଲି କହି ତାଙ୍କୁ ଭେଟିବା ପାଇଁ ଘର ଭିତରକୁ ଯାଇଥିଲେ ।

ମୃତ ସ୍ୱାମୀ ଶ୍ୟାମଜୀ ଶାହ
- News18 Odia
- Last Updated: December 22, 2020, 8:21 PM IST
ପଟନା: ବିବାହ ପରି ପବିତ୍ର ବନ୍ଧନକୁ ହତ୍ୟା ପରି ମହା ପାପ ଦ୍ୱାରା କଳଙ୍କିତ କରିଛି ଜଣେ ଯୁବତୀ । ନିଜ ବିବାହର ସପ୍ତମ ଦିନରେ ହିଁ ଅଗ୍ନିକୁ ସାକ୍ଷୀ ରଖି ଯାହାକୁ ସ୍ୱାମୀ ରୂପେ ବରଣ କରିଥିଲା ତାକୁ ହିଁ ଗଳା କାଟି ହତ୍ୟା କରିଛି ସେ । ଆଉ ଶବ ସହିତ ସାରା ରାତି ଶୋଇ ରହିଛି ଏବି ନବବିବାହିତା ।
ଏହି ଲୋମହର୍ଷକ ହତ୍ୟାକାଣ୍ଡ ଘଟିଛି ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାରେ । ଜଣାପଡ଼ିଛି ଯେ ଯୁବତୀ ନିଜ ପ୍ରେମିକ ସହ ମିଶି ନିଜ ସାତ ଦିନର ସ୍ୱାମୀକୁ ହତ୍ୟା କରିଛି । ଯୁବତୀକୁ ଓ ସେହି ଯୁବକ ଜଣକୁ ପୋଲିସ ଅଟକ ରଖି ପଚରାଉଚରା ଚଳେଇଛି । ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ବେତିଆରେ ଥିବା ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି ୨୨ ବର୍ଷୀୟ ଶ୍ୟାମଜୀ ସାହା ।
ଏହା ବି ପଢ଼ନ୍ତୁ | ପରୀ ହତ୍ୟାକାଣ୍ଡ: ପୋଖରୀ ଶୁଖାଯିବା ପରେ ସେଥିରୁ ବାହାରିବ ପରୀ ପିନ୍ଧିଥିବା ଲେଗିଂସ୍
ପୋଲିସ ଜାଣିବାକୁ ପାଇଛି ଯେ ଦୁଇ ଦିନ ପୂର୍ବେ ନବବିବାହିତା ଧୃତି କୁମାରୀର ଗାଁରୁ ଦୁଇ ଜଣ ଯୁବକ ତା’ ଶାଶୁଘରକୁ ଆସିଥିଲେ। ସେ ଦୁହେଁ ତାଙ୍କୁ ତାଙ୍କ ଭଉଣୀ ବୋଲି କହି ତାଙ୍କୁ ଭେଟିବା ପାଇଁ ଘର ଭିତରକୁ ଯାଇଥିଲେ । କୁହାଯାଉଛି ଯେ ସେମାନଙ୍କ ମଧ୍ୟରୁ ଜଣେ ଯେ ସେହି ନବବିବାହିତା ଯୁବତୀଙ୍କ ପ୍ରେମିକ ଥିଲେ ।
ଏହା ବି ପଢ଼ନ୍ତୁ | ପରୀକୁ ଗଳା ଚିପି ହତ୍ୟା କରିବା ପରେ ତା’ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା ସରୋଜ: ଅରୁଣ ବୋଥ୍ରା
‘‘ନବବିବାହିତା ଧୃତି କୁମାରୀ ନିଜ ପ୍ରେମିକ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପରେ ପ୍ରେମିକ ସହିତ ଖସି ପଳେଇବାକୁ ଚେଷ୍ଟା କରୁଥିଲା । ଠିକ୍ ସେତିକି ବେଳେ ପରିବାର ସଦସ୍ୟମାନେ ସେମାନଙ୍କୁ ଦେଖି ପୋଲିସକୁ ସୂଚନା ଦେଇଥିଲେ ଓ ପୋଲିସ ପହଞ୍ଚିଥିଲା,’’ କହିଛନ୍ତି ଏସ.ପି. ଉପେନ୍ଦ୍ର ନାଥ ବର୍ମା ।
ଶ୍ୟାମଜୀ ସାହାଙ୍କ ବିବାହ ଧୃତି କୁମାରୀଙ୍କ ସହ ଡିସେମ୍ବର ୧୩ରେ ହୋଇଥିଲା । ତାଙ୍କ ପରିବାର ସଦସ୍ୟମାନଙ୍କ ଅନୁଯାୟୀ ବିବାହ ପର ଠାରୁ ତାଙ୍କର ତାଙ୍କ ପତ୍ନୀଙ୍କ ସହ ଭଲ ସମ୍ପର୍କ ରହୁ ନ ଥିଲା । ଏହି କଳହରେ ଯୋଗୁଁ ଧୃତି ତିନି ଦିନ ଖାଦ୍ୟ ଖାଇ ନ ଥିଲେ । ପରିବାର ଲୋକେ ଧୃତିଙ୍କ ବାପଘର ଲୋକଙ୍କୁ ଏ କଥା ଜଣାଇଥିଲେ । ସେମାନେ ଆସି ତାଙ୍କୁ ବୁଝାଇଥିଲେ ।
ଏହା ବି ପଢ଼ନ୍ତୁ | ପରୀ ହତ୍ୟାକାଣ୍ଡ: ‘‘ମୋ’ ଧନ ଏ କାମ କରିନି, ତାକୁ ଡରେଇ ରାଜି କରାଯାଇଛି,’’ ବାହୁନୁଛି ମା’
ହେଲେ ରବିବାର ସକାଳେ ଧୃତି ଘରୁ ଖସିଯିବାକୁ ଚେଷ୍ଟା କରୁଥିଲେ । ସେତିକି ବେଳେ ପରିବାର ସଦସ୍ୟମାନେ ତାଙ୍କୁ ଦେଖିପକାଇଥିଲେ । ସନ୍ଦେହ ହେବାରୁ ସେମାନେ ଘର ଭିତରକୁ ଯାଇ ଦେଖିବା ବେଳକୁ ଶ୍ୟାମଜୀଙ୍କ ଶବ ପଡ଼ିଥିବା ଦେଖିଥିଲେ । ତା’ପରେ ସେମାନେ ପୋଲିସକୁ ଏ ବିଷୟରେ ଜଣାଇଥିଲେ ।
ସ୍ଥାନୀୟ ଲୋକେ ଏହି ଘଟଣା ବିଷୟରେ ବିଭିନ୍ନ କଥା କହୁଛନ୍ତି । କେହି ପ୍ରେମ ସମ୍ପର୍କ ବିଷୟରେ କହୁଛି ତ ଆଉ କେହି ଅନ୍ୟ ଲୋକ ଦ୍ୱାରା ହତ୍ୟା ହୋଇଥିବା ବିଷୟରେ କହୁଛି । ଯିଏ ବି ଏ କଥା ଶୁଣୁଛି ସେ ଆଶ୍ଚର୍ଯ୍ୟରେ ପଡ଼ୁଛି । ମାତ୍ର ସପ୍ତାହକ ପୂର୍ବରୁ ବିବାହ କରି ଘରକୁ ଆସିଥିବା ଯୁବତୀ କିପରି ଏମିତି ତୀକ୍ଷ୍ଣ ଅସ୍ତ୍ରରେ ନିଜ ସ୍ୱାମୀକୁ ହତ୍ୟା କରିପାରିବ ତାହା ଲୋକେ ବୁଝୀପାରୁନାହାନ୍ତି । ପୋଲିସର ତଦନ୍ତ ପରେ ସବୁ କଥା ସାମନାକୁ ଆସିବ ବୋଲି ଲୋକେ ଅପେକ୍ଷା କରିଛନ୍ତି ।