ସୋସିଆଲ୍ ମିଡ଼ିଆର ବନ୍ଧୁ ଯୁବତୀଙ୍କୁ ତାଙ୍କ କୁନି ଝିଅ ସାମନାରେ ହତ୍ୟା କଲା; ସାମନାକୁ ଆସିଲା CCTV VIDEO
ରକ୍ତାକ୍ତ ହୋଇଥିବା ଯୁବତୀ ସିଧା ଠିଆ ହୋଇ ନ ପାରି ପାହାଚ ଉପରେ ବସି ପଡ଼ୁଥିବା ଓ ତାଙ୍କ କୁନି ଝିଅଟି ତାଙ୍କ ପାଖକୁ ଦୌଡ଼ି ଆସୁଥିବା ଦେଖାଯାଉଛି । ଯୁବତୀ ତାକୁ ଦୂରକୁ ଯିବାକୁ କହି ସେଇଠି ଟଳିପଡ଼ୁଥିବା ଦେଖାଯାଇଛି CCTV ଫୁଟେଜରେ ।

ପ୍ରିୟା ଅଗ୍ରୱାଲ; (ଡାହାଣ) ସିସିଟିଭି କ୍ୟାମେରାରୁ ଏକ ଦୃଶ୍ଯ
- News18 Odia
- Last Updated: January 29, 2021, 3:01 PM IST
ଇନ୍ଦୋର: ସୋସିଆଲ୍ ମିଡ଼ିଆରୁ ଆରମ୍ଭ ହୋଇଥିବା ସମ୍ପର୍କ ହତ୍ୟାରେ ଶେଷ ହୋଇଛି । ନିଜ ଛଅ ବର୍ଷର ଝିଅ ସାମନାରେ ଯୁବତୀଙ୍କୁ ତାଙ୍କ ସୋସିଆଲ୍ ମିଡ଼ିଆର ବନ୍ଧୁ ଯୁବକ କଇଁଚି ଭୁସି ହତ୍ୟା କରିଛନ୍ତି । ଏହି ଲୋମହର୍ଷକ ହତ୍ୟାକାଣ୍ଡର CCTV ଫୁଟେଜ୍ ସାମନାକୁ ଆସିଛି ।
ପ୍ରିୟା ଅଗ୍ରୱାଲ୍ ନାମକ ଯୁବତୀଙ୍କର କଇଁଚି ମାଡ଼ରେ ମୃତ୍ୟୁ ଘଟିଛି । ସିସିଟିଭି କ୍ୟାମେରାରୁ (Indore murder CCTV) ମିଳିଥିବା ଦୃଶ୍ୟରେ ଦେଖାଯାଉଛି ଯେ ପ୍ରିୟାଙ୍କ ବେକ ଓ ମୁହଁରେ କ୍ଷତ ସୃଷ୍ଟି ହୋଇଛି ଓ ରକ୍ତ ବୋହୁଛି । ସେ ରକ୍ତାକ୍ତ ଅବସ୍ଥାରେ ଦୌଡ଼ି ଦୌଡ଼ି ଏକ ଘର ଆଡ଼କୁ ଆସୁଛନ୍ତି । ସେ ସିଧା ଠିଆ ହୋଇ ନ ପାରି ବାରଣ୍ଡାର ପାହାଚ ଉପରେ ବସି ପଡ଼ୁଛନ୍ତି ଓ ତାଙ୍କ ଦେହରୁ ଭୀଷଣ ରକ୍ତ ପ୍ରବାହ ହେଉଛି । ତାଙ୍କ କୁନି ଝିଅଟି ଦୌଡ଼ି ତାଙ୍କ ପାଖକୁ ଆସୁଛି । ହେଲେ ପ୍ରିୟା ତାକୁ ଦୂରକୁ ଯିବାକୁ କହୁଛନ୍ତି ଓ ସଙ୍ଗେ ସଙ୍ଗେ ସେଇଠି ଟଳିପଡ଼ୁଛନ୍ତି । ତାଙ୍କର ସେଇଠି ମୃତ୍ୟୁ ଘଟୁଛି ।
ଏହି ଲୋମହର୍ଷକ ଘଟଣା ଘଟିଛି ଇନ୍ଦୋର ସହରର ଲସୁଡ଼ିଆ ଅଞ୍ଚଳରେ ଥିବା ଜ୍ଞାନଶୀଳ ସୁପର୍ ସିଟିରେ (Indore woman murder by social media friend)। ପ୍ରିୟାଙ୍କୁ ଆକ୍ରମଣ କରିଥିବା ତାଙ୍କ ସୋସିଆଲ୍ ମିଡ଼ିଆ ବନ୍ଧୁ ଯୁବକ ସେଠାରୁ ଏକ ସ୍କୁଟରରେ ଆରାମରେ ଚାଲିଯାଉଥିବା ମଧ୍ୟ ସେହି ସିସିଟିଭି ଫୁଟେଜରେ ଦେଖାଯାଉଛି ।
ମଧ୍ୟ ପ୍ରଦେଶର ଇନ୍ଦୋରରେ ଜଣେ ଯୁବତୀଙ୍କ ଲୋମହର୍ଷକ ହତ୍ୟାକାଣ୍ଡର ଦୃଶ୍ୟ ସିସିଟିଭି କ୍ୟାମେରାରେ କୈଦ ହୋଇଛି । @anandstdas #Indore #MadhyaPradesh #murder #CCTV
ପୂରା ଖବର ପଢ଼ିବା ପାଇଁ ଏଇଠି କ୍ଲିକ୍ କରନ୍ତୁ:https://t.co/NlP7k8LR81 pic.twitter.com/wuEDVzyeoZ
— News18 Odia (@News18Odia) January 29, 2021
ଏହି ଜଘନ୍ୟ ହତ୍ୟା ଘଟଣା ଗୁରୁବାର ସନ୍ଧ୍ୟା ୭ଟା ୨୦ ପାଖାପାଖି ଘଟିଛି । ଘଟଣା ବିଷୟରେ ଖବର ପାଇ ପୋଲିସ ତୁରନ୍ତ ସେଠାରେ ପହଞ୍ଚିଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ବିବରଣୀ ନେଇ ଓ ସିସିଟିଭି ଫୁଟେଜ୍ ଦେଖିବା ପରେ ପୋଲିସ ସକ୍ରିୟ ହୋଇ ହତ୍ୟାକାରୀ ଯୁବକକୁଖୋଜିବା ଆରମ୍ଭ କରିଥିଲା । ତାକୁ ଗିରଫ କରାଯାଇଛି । ହତ୍ୟାକାରୀ ଯୁବକର ନାଁ ହେଉଛି ସୌରଭ ଓରଫ ଗୋଲୁ ଗୋଟ୍ରେ ବୋଲି ପୋଲିସ କହିଛି ।
ଏହା ବି ପଢ଼ନ୍ତୁ | ଗଞ୍ଜାମରେ ୯ ବର୍ଷର ଝିଅ ଦୁଷ୍କର୍ମର ବିରୋଧ କଲାରୁ ତା’ ଉପରେ ଖଣ୍ଡାରେ ଆକ୍ରମଣ କଲେ
‘‘ହତ୍ୟାକାରୀ ଯୁବକ କହିଛି ଯେ ସେ ମଦ ନିଶାରେ ଥିଲା ଓ ଯୁବତୀ ଉପରେ କ୍ରୋଧିତ ଥିଲା । ଏହାର କାରଣ ସେ କହିଛି ଯେ ଯୁବତୀ ତା’ ସହ କଥା ହେବା ବନ୍ଦ କରିଦେଇଥିଲା ଓ ତା’ ସହ ଦୁର୍ବ୍ୟବହାର କରିଥିଲା । ଆମେ ଘଟଣା ବିଷୟରେ ଅଧିକ ତଦନ୍ତ ଜାରି ରଖିଛୁ,’’ କହିଛନ୍ତି ଲସୁଡ଼ିଆ ଥାନା ଅଧିକାରୀ ଇନ୍ଦ୍ରମଣି ପଟେଲ୍ ।
ପ୍ରିୟାଙ୍କ ସ୍ୱାମୀ ଶ୍ୟାମ ଅଗ୍ରୱାଲ୍ ପୋଲିସକୁ କହିଛନ୍ତି ଯେ ପ୍ରିୟା ଓ ସୌରଭ ପରସ୍ପରକୁ ସୋସିଆଲ୍ ମିଡ଼ିଆରୁ ଜାଣିଥିଲେ । ସେ ଦୁହିଙ୍କ ମଧ୍ୟରେ ବର୍ଷେ ହେବ ଚାଲିଥିବା ଅଫେୟାର୍ (extramarital affair) ବିଷୟରେ ଶ୍ୟାମ ଜାଣିଥିଲେ ବୋଲି ପୋଲିସକୁ କହିଛନ୍ତି । ପ୍ରିୟାଙ୍କୁ ଅନେକ ଥକ ସୌରଭ ସହ ସମ୍ପର୍କ କାଟିଦେବା ପାଇଁ କହିବା ସତ୍ତ୍ୱେ ସେ ତାହା କରି ନ ଥିଲେ ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଆଦିବାସୀଙ୍କ ଜୀବନ ଓ କଳା ବିଷୟରେ ଜାଣିବାକୁ ଚାହାଁନ୍ତି? ଭୁବନେଶ୍ବରରେ ଚାଲିଥିବା ମେଳାକୁ ଆସନ୍ତୁ
ପୋଲିସ ତଦନ୍ତରୁ ଜଣା ପଡ଼ିଛି ଯେ ସୌରଭ୍ ପ୍ରିୟାକୁ ଗୁରୁବାର ସନ୍ଧ୍ୟା ୭ଟା ବେଳେ ତା’ ସହ ଦେଖା କରିବା ପାଇଁ ଏକ ଖାଲି ସ୍ଥାନକୁ ଡାକିଥିଲା । ପ୍ରିୟା ସେହି ସ୍ଥାନରେ ନିଜ ଝିଅ ସହିତ ପହଞ୍ଚିଥିଲା । ସେଇଠି ସୌରଭ ସହ ପ୍ରିୟାର ଝଗଡ଼ା ହୋଇଥିଲା । ତା’ ପରେ ସୌରଭ ପ୍ରିୟାର ମୁହଁ ଓ ବେକକୁ ଏକ କଇଁଚିରେ ଆକ୍ରମଣ କରିଥିଲା (Indore Priya Agrawal murder)।
ଏହି ହତ୍ୟାକାଣ୍ଡର ଦୃଶ୍ୟ ପାଖରେ ଥିବା ଏକ ଦୋକାନର ସିସିଟିଭି କ୍ୟାମେରାରେ କୈଦ୍ ହୋଇଥିଲା । ସେଥିରେ ଦେଖାଯାଉଛି ଯେ ପ୍ରିୟା ପାହାଚ ଉପରେ ବସି ଟଳିପଡ଼ିବା ପରେ ମୃତ୍ୟୁ ହେବା ପର୍ଯ୍ୟନ୍ତ ସେହି ଯୁବକ ଆଡ଼କୁ ଅନେଇ ରହିଥିଲା ।