କେତେ ସ୍ୱପ୍ନ ନେଇ ବାହା ହୋଇଥିଲା; କ୍ରେଟା କାର୍ ଓ ୨ ଲକ୍ଷ ଟଙ୍କା ନ ଆଣିବାରୁ ଜୀବନ ଗଲା

କନ୍ୟା ପିତା ନିଜ ଆର୍ଥିକ ସ୍ଥିତି ଅନୁସାରେ ସବୁ ଜିନିଷପତ୍ର ଦେଇଥିଲେ, କିନ୍ତୁ ଶାଶୁଘରର ଲୋକେ କ୍ରେଟା କାର୍ ଓ ଦୁଇ ଲକ୍ଷ ଟଙ୍କା ପାଇଁ ଅଡ଼ି ବସିଥିଲେ । ବିବାହର ଦ୍ୱିତୀୟ ଦିନ ଠାରୁ ହିଁ ଝିଅଟିକୁ ଯୌତୁକ ପାଇଁ ହଇରାଣ କରିବା ଆରମ୍ଭ କରିଥିଲେ ।

କେତେ ସ୍ୱପ୍ନ ନେଇ ବାହା ହୋଇଥିଲା; କ୍ରେଟା କାର୍ ଓ ୨ ଲକ୍ଷ ଟଙ୍କା ନ ଆଣିବାରୁ ଜୀବନ ଗଲା
ମୃତା ନାହିଦା
  • News18 Odia
  • Last Updated: April 13, 2021, 7:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ମାତ୍ର ଦେଢ଼ ବର୍ଷ ତଳେ ମନରେ କେତେ ସ୍ୱପ୍ନ ନେଇ ସେ ଆସିଥିଲା ଶାଶୁଘରକୁ । ହେଲେ ତା’ର ସବୁ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ଆଉ ଯୌତୁକ (Dowry) ପାଇଁ ଏହି ୨୦ ବର୍ଷୀୟା ଯୁବତୀକୁ ମାରିଦିଆଗଲା । ତା’ ସ୍ୱାମୀ ଓ ଶାଶୁ ଘର ଲୋକେ ମାଗୁଥିବା କ୍ରେଟା ଗାଡି଼ ଓ ଦୁଇ ଲକ୍ଷ ଟଙ୍କା ତା’ ବାପା ଦେଇ ନ ପାରିବାରୁ ତାକୁ ହତ୍ୟା କରାଯାଇଥିଲା ।

ସୋମବାର ଦିନ ୨୦-ବର୍ଷୀୟା ନାହିଦାର ଶବକୁ ପୋଷ୍ଟ ମର୍ଟମ କରାଇବା ପରେ ପୋଲିସ ତା’ ପିତାମାତାଙ୍କୁ ହସ୍ତାନ୍ତର କରିଛି । ଏହି ଯୌତୁକ ହତ୍ୟା ମାମଲା ଘଟିଛି ହରିୟାଣାର ନୁହଁ ବ୍ଲକର ମାଲାବ ଗ୍ରାମରେ । ସମଗ୍ର ଅଞ୍ଚଳରେ ଏହା ଦୁଃଖର ପରିବେଶ ସୃଷ୍ଟି କରିଛି ।

ଏହା ବି ପଢ଼ନ୍ତୁ | କରୋନା ଯୋଗୁଁ ମହାରାଷ୍ଟ୍ରରେ ମ୍ୟାଟ୍ରିକ୍ ଓ +ପରୀକ୍ଷା ଘୁଞ୍ଚିଲା; ଓଡ଼ିଶାରେ କ’ହେବ?

ଏହି ମାମଲାର ତଦନ୍ତ ଆର୍ମଭ କରି ନାହିଦାର ପିତାଙ୍କ ଅଭିଯୋଗ ଅନୁସାରେ ପୋଲିସ ତା’ ସ୍ୱାମୀ, ଶ୍ୱଶୁର, ଶାଶୁ ଓ ନଣନ୍ଦଙ୍କ ବିରୋଧରେ ପୋଲିସ ଏକ ଯୌତୁକ ହତ୍ୟା ମାମଲା ଦାୟର କରିଛି । ଏ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ପାରିନାହିଁ । ସବୁ ଅଭିଯୁକ୍ତ ନିଜ ଘରୁ କୁଆଡ଼େ ପଳେଇଛନ୍ତି । ସେମାନଙ୍କୁ ଖୋଜିବା ଆରମ୍ଭ କରିଛି ପୋଲିସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଦିନେ କେନ୍ଦ୍ରାପଡ଼ାରେ ରିକ୍ସା ଚଳାଇ ପେଟ ପୋଷୁଥିଲା ଶେଖ୍ହାଇଦର୍‌; ପାଲଟିଗଲା ବଡ଼ ଗ୍ୟାଙ୍ଗଷ୍ଟର୍

ନାହିଦାର ପିତା ଇକବାଲ ପିତା ପୋଲିସକୁ କହିଛନ୍ତି ଯେ ତାଙ୍କ ଝିଅ ପ୍ରାୟ ଦେଢ଼ ବର୍ଷ ପୂର୍ବେ ୨୬ ଡିସେମ୍ବର ୨୦୧୯ରେ ମାଲାବ ଗାଁର ଜାନ୍‌ ମହମ୍ମଦଙ୍କ ପୁଅ ଇନାମଙ୍କ ସହ ବିବାହ କରିଥିଲେ । ବିବାହରେ ତାଙ୍କର ଆର୍ଥିକ ସ୍ଥିତି ଅନୁସାରେ ସେ ସବୁ ଜିନିଷପତ୍ର ଦେଇଥିଲେ, କିନ୍ତୁ ନାହିଦାର ଶାଶୁଘରର ଲୋକେ ଖୁସି ନ ଥିଲେ । ବିବାହର ଦ୍ୱିତୀୟ ଦିନ ଠାରୁ ହିଁ ଝିଅଟିକୁ ଯୌତୁକ ପାଇଁ ହଇରାଣ କରିବା ଆରମ୍ଭ କରିଥିଲେ ସେମାନେ । ତା’ପରେ ନାହିଦା ବାପଘରକୁ ପଳାଇ ଆସିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଢେଙ୍କାନାଳ: ଚାକିରିକୁ ଫେରି ଘରେ ବସିଥିଲା; ସେ କଥା କହିବାରୁ ସ୍ତ୍ରୀ ଝିଅଙ୍କୁ ଫାର୍ସାରେ ହାଣିଲା

‘‘ମୁଁ ଯେତେବେଳେ ଝିଅକୁ ନେଇ ତା’ ଶାଶୁଘରକୁ ଗଲି, ମୋ’ ଠାରୁ ସେମାନେ ଯୌତୁକରେ କ୍ରେଟା କାର୍‌ ଓ ଦୁଇ ଲକ୍ଷ ଟଙ୍କା ଦାବି କରିଥିଲେ । ଏହି ମାମଲାକୁ ନେଇ ଅନେକ ଥର ଗାଁରେ ପଞ୍ଚାୟତ ବସିଥିଲା । ତା’ ପରେ ମୋ’ ଝିଅକୁ ଶାଶୁଘରେ ରହିବାକୁ ଦିଆଯାଇଥିଲା । ଗୋଟିଏ ସପ୍ତାହ ପରେ ପୁଣି ମୋ’ ଝଅକୁ ଯୌତୁକ ପାଇଁ ହଇରାଣ କରିବା ଆରମ୍ଭ କଲେ ସେମାନେ । ଯୌତୁକ ଦାବି ପୂରଣ ନ କରିବାରୁ ତାକୁ ରାତି ସାରା ପିଟିଥିଲେ । ଦୁଇ ଲକ୍ଷ ଟଙ୍କା ଓ କ୍ରେଟା କାର୍‌ ନ ଦେଲେ ତାକୁ ମାରିଦେବେ ବୋଲି ଧମକ ଦେଇଥିଲେ । ମାର୍ଚ୍ଚ ୨୮ ତାରିଖ ଅପରାହ୍ଣରେ ଝିଅର ଶ୍ୱଶୁର ମୋତେ ଫୋନ୍‌ କରି କହିଲେ ଯେ ଝିଅ ଅସୁସ୍ଥ ହୋଇପଡ଼ିଛି,’’ କାନ୍ଦି କାନ୍ଦି ନାହିଦାର ପିତା ଇକବାଲ୍‌ ପୋଲିସକୁ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ପୁରୀରେ ସ୍କୁଲ୍ ହତାରେ ଜଘନ୍ୟ କାଣ୍ଡ: ନବମ ଶ୍ରେଣୀର ଛାତ୍ର ସହପାଠୀର ହାତକୁ ଛୁରୀରେ କାଟିଲେ

ଇକବାଲ୍‌ ନିଜ ଝିଅର ଶାଶୁଘରେ ପହଞ୍ଚି ଦେଖିଥିଲେ ଯେ ତାଙ୍କ ଝିଅ ନାହିଦାର ମୃତ ଦେହ ସେଠାରେ ପଡ଼ିଥିଲା । ଇକବାଲ୍‌ କହିଛନ୍ତି ଯେ ଯୌତୁକ ଦାବି ପୂରଣ ନ କରିପାରିବା ଯୋଗୁଁ ନାହିଦାକୁ ତା’ ସ୍ୱାମୀ ଇନାମ, ଶ୍ୱଶୁର ଜାନ୍‌ ମହମ୍ମଦ, ଶାଶୁ ଓ ନଣନ୍ଦ ମିଶି ହତ୍ୟା କରିଛନ୍ତି ।



‘‘ମତ ଯୁବତୀଙ୍କ ପିତାଙ୍କ ଅଭିଯୋଗ ଅନୁସାରେ ଚାରି ଜଣଙ୍କ ବିରୋଧରେ ଏକ ଯୌତୁକ ହତ୍ୟା ମାମଲା ଦାୟର କରାଯାଇଛି । ଏହି ମାମଲାରେ ପୋଲିସ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି,’’ କହିଛନ୍ତି ଆକେରା ପୋଲିସର ଆଉଟପୋଷ୍ଟ ଇନଚାର୍ଜ ବଲବୀର୍‌ ।
Published by: Anand ST Das
First published: April 13, 2021, 7:09 PM IST