ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ପତ୍ନୀ ସବୁବେଳେ ଫେସବୁକରେ ଚାଟିଂ କରୁଥିଲେ ବୋଲି ସ୍ୱାମୀ ତାଙ୍କ ଗଳା ଚିପି ହତ୍ୟା କଲେ

ପତ୍ନୀ ସବୁବେଳେ ଫେସବୁକରେ ଚାଟିଂ କରୁଥିଲେ ବୋଲି ସ୍ୱାମୀ ତାଙ୍କ ଗଳା ଚିପି ହତ୍ୟା କଲେ

Woman killed by husband for chatting on Facebook in Bengal | ୨୩-ବର୍ଷୀୟା ପଲ୍ଲବୀ ଦାସ ଅଧିକାଂଶ ସମୟ ଫେସବୁକରେ ଚାଟିଂ କରୁଥିବାରୁ ତାଙ୍କ ସ୍ୱାମୀ ସନ୍ଦେହ କରିବା ଆରମ୍ଭ କରିଥିଲେ ଯେ ସେ ଅନ୍ୟ ପୁରୁଷମାନଙ୍କ ସହ ସମ୍ପର୍କ ସ୍ଥାପନ କରିଛନ୍ତି ।

ପତ୍ନୀ ସବୁବେଳେ ଫେସବୁକରେ ଚାଟିଂ କରୁଥିଲେ ବୋଲି ସ୍ୱାମୀ ତାଙ୍କ ଗଳା ଚିପି ହତ୍ୟା କଲେ
ମୃତା ମହିଳା ପଲ୍ଲବୀ ଦାସ
  • News18 Odia
  • Last Updated: September 20, 2021, 9:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: ପତିପତ୍ନୀଙ୍କ ସମ୍ପର୍କ ପବିତ୍ର ବୋଲି ସମସ୍ତେ ଜାଣନ୍ତି । ହେଲେ ସେହି ସମ୍ପର୍କ ମଧ୍ୟରେ ସନ୍ଦେହ ପ୍ରବେଶ କଲେ ସ୍ଥିତି ବିଗିଡ଼ିଯାଏ । ଏମିତି ସନ୍ଦେହ କାରଣରୁ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ନିର୍ମମ ଭାବେ ହତ୍ୟାକରିଛନ୍ତି । ସନ୍ଦେହ ପଛରେ ରହିଛି ସ୍ତ୍ରୀଙ୍କ ଫେସବୁକ୍‌ (Facebook) ବ୍ୟବହାର । ମହିଳା ଫେସବୁକରେ ଚାଟିଂ କରୁଥିବାରୁ ତାଙ୍କ ସ୍ୱାମୀ ତାଙ୍କ ଉପରେ ସନ୍ଦେହ କରିବା ଆରମ୍ଭ କରିଥିଲ । ଆଉ ସେହି ସନ୍ଦେହରୁ ତାଙ୍କର ହତ୍ୟା ହୋଇଗଲା ।

ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ପଶ୍ଚିମ ବଙ୍ଗର ହୁଗୁଳି (Hoogly) ସହରରେ । ଫେସବୁକ୍ ଚାଟିଂକୁ (Facebook Chatting) ନେଇ ସହରରେ ରହୁଥିବା ଏକ ଦମ୍ପତିଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଉଭୟଙ୍କ ମଧ୍ୟରେ ଝଗଡ଼ା ଏତେ ବଢ଼ିଯାଇଥିଲା ଯେ ସ୍ୱାମୀ ରବିବାର ଦିନ ପତ୍ନୀଙ୍କ ଗଳା ଦବେଇ ହତ୍ୟା ତାଙ୍କୁ କରିଦେଲେ। କୁହାଯାଉଛି ଯେ ସ୍ୱାମୀ ଏମିତି ଏଇଥି ପାଇଁ କଲେ କାରଣ ସେ ସନ୍ଦେହ କରୁଥିଲେ ଯେ ତାଙ୍କ ପତ୍ନୀ ଫେସବୁକରେ ବନ୍ଧୁତା କରି ଅନ୍ୟ ପୁରୁଷଙ୍କ ସହ ଚାଟିଂ କରୁଛନ୍ତି ।

ଏହା ବି ପଢ଼ନ୍ତୁ | ବନ ବିଭାଗ ଅଧିକାରୀ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ: ପତ୍ନୀ ବିଦ୍ୟାଭାରତୀଙ୍କ ମିଛଧରା ପରୀକ୍ଷା ହେଲା; ଅଢ଼େଇ ଘଣ୍ଟା ଧରି ଚାଲିଲା

ହୁଗଳି ସହରର ଚନ୍ଦନ ନଗର ପୋଲିସ କମିଶନରେଟ୍‌ ଅଞ୍ଚଳରେ ଘଟିଥିବା ଏହି ଘଟଣା ସେଠାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ସ୍ୱାମୀ ରିଣ୍ଟୁ ଦାସ ନିଜ ପତ୍ନୀ ପଲ୍ଲବୀ ଦାସଙ୍କ ସହ ରହୁଥିଲେ । ପଲ୍ଲବୀଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିଲା । ଏହି ହତ୍ୟା ପରେ ରିଣ୍ଟୁ ପୋଲିସକୁ କହିଛନ୍ତି ଯେ ତାଙ୍କ ପତ୍ନୀ ଫେସବୁକରେ ବହୁତ ଚାଟିଂ କରୁଥିଲେ ଓ ସେ ସବୁବେଳେ ଏଥିରେ ବ୍ୟସ୍ତ ଥିଲେ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ରେ ଭାସି ନିଖୋଜ ହୋଇଥିବା ସ୍କୁଲ୍ଛାତ୍ରଙ୍କ ମୃ୍ତ ଦେହ ମିଳିଲା

ରିଣ୍ଟୁ ଏହା ବି ସନ୍ଦେହ କରୁଥିଲେ ଯେ ତାଙ୍କ ପତ୍ନୀ ପଲ୍ଲବୀ ଫେସବୁକରେ ଅନ୍ୟ ପୁରୁଷମାନଙ୍କ ସହ ବନ୍ଧୁତା କରି ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି । ଏଭଳି ପରିସ୍ଥିତିରେ ପଲ୍ଲବୀଙ୍କ ଚରିତ୍ର ଉପରେ ବି ତାଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା । ଏହି ବିଷୟକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା । ପରେ ବିବାଦ ଏତେ ବଢ଼ିଗଲା ଯେ ରିଣ୍ଟୁ ନିଜ ପତ୍ନୀଙ୍କ ଗଳା ଦବେଇ ହତ୍ୟା କରିଦେଲେ।

ଏହା ବି ପଢ଼ନ୍ତୁ | ଚାନ୍ଦିପୁର ITRରେ ଗୁପ୍ତଚର: -ଦିନିଆ ରିମାଣ୍ଡରେ ଅଭିଯୁକ୍ତଙ୍କୁ କଟକ ଆଣିଲା କ୍ରାଇମ୍ବ୍ରାଞ୍ଚ୍

ହତ୍ୟା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା । ପୋଲିସ ମହିଳାଙ୍କ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଅନ୍ୟ ପକ୍ଷରେ ଅଭିଯୁକ୍ତ ରିଣ୍ଟୁ ଦାସଙ୍କ ଭାଇ ସିଣ୍ଟୁ ଦାସ କହିଛନ୍ତି ଯେ ପଲ୍ଲବୀ ପ୍ରକୃତିରେ ଭଲ ଥିଲେ। କିନ୍ତୁ ତାଙ୍କ ଭାଇ ରିଣ୍ଟୁ ତାଙ୍କୁ ସବୁବେଳେ ସନ୍ଦେହ କରୁଥିଲେ । ତାଙ୍କ ଭାଇ ମଧ୍ୟ ନିଜ ପତ୍ନୀଙ୍କୁ ପିଟୁଥିଲେ ବୋଲି ସେ କହିଛନ୍ତି । ସେଥି ପାଇଁ ସିଣ୍ଟୁ ରିଣ୍ଟୁଙ୍କୁ ଛାଡି ନିଜ ମା’ଙ୍କ ସହିତ ଅନ୍ୟ ଏକ ସ୍ଥାନରେ ରହିବାକୁ ଚାଲିଯାଇଥିଲେ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଏହି ଅଙ୍ଗନବାଡି଼ ଦିଦିଙ୍କର କୋଟି ଟଙ୍କାରୁ ଅଧିକର ସମ୍ପତ୍ତି! କେମିତି କୋଟିପତି ହେଲେ ସେ?

ଅଭିଯୁକ୍ତଙ୍କ ମା’ ମାନା ଦାସ କହିଛନ୍ତି ଯେ ତାଙ୍କ ବୋହୂ ପଲ୍ଲବୀ ସବୁବେଳେ ଫେସବୁକରେ ଚାଟିଂ କରୁଥିଲେ ଓ ସେଇଥି ପାଇଁ ପତିପତ୍ନୀଙ୍କ ମଧ୍ୟରେ ଝଗଡା ହେଉଥିଲା । ପୋଲିସ ରିଣ୍ଟୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Published by: Anand S.T. Das
First published: September 20, 2021, 9:25 PM IST