ଗର୍ଭପାତ ହୋଇଯିବାରୁ ଘର ଲୋକଙ୍କୁ ନ ଜଣାଇବା ପାଇଁ ମହିଳା ଏକ ଶିଶୁକୁ ଅପହରଣ କଲେ!
ଚାରି ମାସର ଶିଶୁ ଧନଶ୍ରୀର ଜନ୍ମର ବି ଏକ ଅଦ୍ଭୁତ କାହାଣୀ ଅଛି । ସେ ଏକ ପ୍ରେମ ସମ୍ପର୍କରୁ ଏକ ଘରୋଇ ହସପିଟାଲରେ ଜନ୍ମ ହେବା ପରେ ତା’ ମା ଓ ବାପା ତାକୁ ଜଣେ ବ୍ୟକ୍ତି ଓ ତାଙ୍କ ପତ୍ନୀଙ୍କୁ ଦେଇଥିଲେ ଓ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ।
ପୁଣେ ପୋଲିସ ଅପହୃତ ଶିଶୁକୁ ଉଦ୍ଧାର କରି ମହିଳାକୁ ଗିରଫ କରିଛି ।
- News18 Odia
- Last Updated: February 26, 2021, 10:19 PM IST
ପୁଣେ: ଜଣେ ମହିଳାଙ୍କର ସାତ ମାସରେ ଗର୍ଭପାତ (miscarriage) ହୋଇଗଲା, କିନ୍ତୁ ସେ ଏହି କଥାକୁ ସ୍ୱାମୀଙ୍କଠାରୁ ଓ ତାଙ୍କ ପରିବାର ଲୋକଙ୍କ ଠାରୁ ଲୁଚାଇ ରଖିଥିଲେ । ତା’ପରେ ମହିଳା ଜଣକ ପ୍ରାୟ ଚାରି ମାସର ଏକ ଶିଶୁ କନ୍ୟାକୁ ଅପହରଣ କରିଆଣିଲେ ଓ ତାକୁ ନିଜ ଝିଅ ବୋଲି ସ୍ୱାମୀଙ୍କୁ ଓ ଘର ଲୋକଙ୍କୁ କହିଲେ ।
ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ପୁଣେର ପିମ୍ପ୍ରି ଚିଞ୍ଚୱାଡ଼ ଅଞ୍ଚଳରେ । ପୋଲିସ ଏହି ମାମଲାରେ ଅଭିଯୁକ୍ତା ମହିଳାଙ୍କୁ ଗିରଫ କରିଛି । ନବଜାତ ଶିଶୁର ପିତାମାତାଙ୍କୁ ଖୋଜି ପାଇବାରେ ପୋଲିସ ସଫଳ ହୋଇଛି । ପୋଲିସ କମିଶନର କୃଷ୍ଣ ପ୍ରକାଶ କହିଛନ୍ତି ଯେ ଗିରଫ ମହିଳା ରାନୀ ଶିବାଜୀ ଯାଦବ ପୁଣେରେ ଏକା ରହୁଥିଲେ ଓ କାମ କରୁଥିଲେ (Kidnapping of a Four Month Baby Girl)।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଯାଜପୁର: ପ୍ରେମିକାକୁ ଭେଟିବାକୁ ଯୋଗୀ ବେଶ ଧରି ଆସିଲେ +୨ ଛାତ୍ର; ଧରା ପଡ଼ି ମାଡ଼ ଖାଇଲେ
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ୨୫ ବର୍ଷର ହେଲେ ଦୂତୀ ଚାନ୍ଦ; ଜାଣନ୍ତୁ ବିଶ୍ୱ ସ୍ତରରେ ପରିଚିତ ଏହି ଓଡ଼ିଆ ଦୌଡ଼ ରାଣୀଙ୍କ ବିଷୟରେ ଜଣା-ଅଜଣା କଥା
ପିଲା ଚୋରି ବିଷୟରେ ଅଭିଯୋଗ କରିଥିବା ରାଜେନ୍ଦ୍ର ପ୍ରଭାକର ପୋଲିସକୁ କହିଛନ୍ତି ଯେ ରାନୀ କାମ ଖୋଜିବାକୁ ତାଙ୍କ ଘରକୁ ଆସିଥିଲା । କିଛି ଦିନ କାମ କରିବା ପରେ ରାନୀ ତାଙ୍କ ଚାରି ମାସର ଶିଶୁ କନ୍ୟା ଧନଶ୍ରୀକୁ ନେଇ ପଳାଇଲା । ଏହା ପରେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ସମୟରେ ପ୍ରାୟ ୧୦୦ଟି ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରିଥିଲା ।
ଏହା ବି ପଢ଼ନ୍ତୁ | ଗଞ୍ଜାମରେ ୯ ବର୍ଷର ଝିଅ ଦୁଷ୍କର୍ମର ବିରୋଧ କଲାରୁ ତା’ ଉପରେ ଖଣ୍ଡାରେ ଆକ୍ରମଣ କଲେ
ଯେଉଁଠି ଅଭିଯୁକ୍ତା ରାନୀ ପୂର୍ବରୁ ରହୁଥିଲା ପୋଲିସ ଯେତେବେଳେ ସେଠାରେ ପହଞ୍ଚିଲା ସେତେବେଳେ ଜଣାପଡି଼ଥିଲା ଯେ ସେ ସେଠାରେ ଅନେକ ଦିନ ହେଲା ରହିନାହିଁ । ଏହା ପରେ ପୋଲିସ ଅନ୍ୟ ସ୍ଥାନରେ ଖୋଜିୂବା ଆରମ୍ଭ କରିଥିଲା ଓ ରାନୀକୁ ନବଜାତ ଶିଶୁ ସହ ଧରିବାରେ ସକ୍ଷମ ହୋଇଥିଲା ।
ଏହା ବି ପଢ଼ନ୍ତୁ | ଫେସବୁକରେ ଲାଇଭ୍ ଆତ୍ମହତ୍ୟା କଲେ ଢେଙ୍କାନାଳ ଯୁବକ; ଭାଉଜ ଓ ଅନ୍ୟମାନଙ୍କୁ ଦୋଷ ଦେଲେ
ଚାରି ମାସର ଶିଶୁ ଧନଶ୍ରୀର ଜନ୍ମର ଏକ ଅଦ୍ଭୁତ କାହାଣୀ ବି ଅଛି | ଧନଶ୍ରୀ ଏକ ପ୍ରେମ ସମ୍ପର୍କରୁ ଏକ ଘରୋଇ ହସପିଟାଲରେ ଜନ୍ମ ଗ୍ରହଣ କରିଥିଲା । ସେ ଜନ୍ମ ହେବା ପରେ ତା’ ମା ଓ ବାପା ତାକୁ ରାଜେନ୍ଦ୍ର ନାଗପୁର ଓ ତାଙ୍କ ପତ୍ନୀଙ୍କୁ ଦେଇଥିଲେ ଓ ତାକୁ ପାଳିବାକୁ ଅନୁରୋଧ କରି କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ।
ରାଜେନ୍ଦ୍ର ନାଗପୁର ଗଲା ଚାରି ମାସ ହେଲା ଧନଶ୍ରୀର ଲାଳନ ପାଳନ କରିଆସୁଥିଲେ ଓ ତାକୁ ବହୁତ ଭଲପାଉଥିଲେ । ପୋଲିସ କମିଶନର କୃଷ୍ଣ ପ୍ରକାଶ ନିବେଦନ କରିଛନ୍ତି ଯେ ଧନଶ୍ରୀର ମୂଳ ପିତାମାତା ସାମନାକୁ ଆସି ତାକୁ ସ୍ୱୀକାର କରନ୍ତୁ । କିନ୍ତୁ ଲାଗୁଛି ତାହା ହେବା ଅସମ୍ଭବ ।
•••
ଏହା ବି ପଢ଼ନ୍ତୁ:
ଅଧିକ ଖବର ପଢ଼ିବା ପାଇଁ ଏଇଠି କ୍ଲିକ୍ କରନ୍ତୁ ।






