୮ ମାସର ଝିଅ ସହ କୋଠାରୁ ତଳକୁ ଡେଇଁଲେ ୨୨-ବର୍ଷୀୟା ଯୁବତୀ; ତାଙ୍କର ମୃତ୍ୟୁ ହେଲା; ଶିଶୁ ଗୁରୁତର
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ରାତିରେ ଆରତୀ ଓ ତାଙ୍କ ସ୍ୱାମୀ ବିମଳଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା । ସେତିକି ବେଳେ ଖୁବ୍ ରାଗିଯାଇ ଆରତୀ ନିଜ ଝିଅ ସହିତ ବିଲଡିଂରୁ ତଳକୁ ଡେଇଁପଡ଼ିଥିଲେ ।

ଏହି ଆତ୍ମହତ୍ୟା ଉଦ୍ୟମର ଦୃଶ୍ୟ ସିସିଟିଭିରେ କୈଦ ହୋଇଥିଲା ।
- News18 Odia
- Last Updated: February 4, 2021, 9:25 PM IST
ହାଇଦ୍ରାବାଦ: ଜଣେ ବିବାହିତା ଯୁବତୀ ଏତେ ମାନସିକ ଯନ୍ତ୍ରଣାରେ ଥିଲେ ଯେ ସେ ହିତାହିତ ଜ୍ଞାନ ଭୁଲିଗଲେ ଓ ନିଜ ସହ ନିଜ ଆଠ ମାସର କଅଁଳା ଝିଅର ଜୀବନ ନେବାକୁ ମନସ୍ଥ କଲେ । କୁନି ଝିଅଟିକୁ କୋଳରେ ଧରି ଏକ ବିଲଡିଂର ଦ୍ୱିତୀୟ ମହଲାରୁ ତଳକୁ ଡେଇଁ ପଡ଼ିଲେ ସେ ।
ଏହି ହୃଦୟବିଦାରକ ଘଟଣା ସୋମବାର ରାତିରେ ହାଇଦ୍ରାବାଦ ସହରରେ ଜୁବୁଲି ହିଲ୍ ଅଞ୍ଚଳରେ ଘଟିଛି । ସେଠାରେ ଥିବା ଏକ ବିଲଡିଂର ଦ୍ୱିତୀୟ ମହଲାରୁ ଏହି ୨୨ ବର୍ଷ ବୟସ୍କା ବିବାହିତା ଯୁବତୀ ନିଜ ଆଠ ମାସର ଶିଶୁ କନ୍ୟା ସହିତ ତଳକୁ ଡେଇଁପଡି଼ଥିଲେ (Hyderabad woman suicide) ।
ଏହା ବି ପଢ଼ନ୍ତୁ | ବାଥରୁମ୍ରେ ଗାଧୋଇବା ବେଳେ ଗିଜର୍ରୁ ଗ୍ୟାସ୍ ଲିକ୍ ହେବାରୁ ଯୁବତୀଙ୍କ ମୃତ୍ୟୁ ହେଲା
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ନିଜ କୁନି ଝିଅ 'ବାମିକା'ର ପ୍ରଥମ ଫଟୋ ଉପରେ ବିରାଟ କୋହଲି ଏକ ସୁନ୍ଦର ମନ୍ତବ୍ୟ ଦେଲେ
ହେଲେ ଡାକ୍ତରଖାନାରେ ପହଞ୍ଚିବା ମାତ୍ରେ ଡାକ୍ତର ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ । ଶିଶୁ କନ୍ୟାଟିର ଅବସ୍ଥା ଗୁରୁତର ଥିଲା, ହେଲେ ସେ ଜୀବନ୍ତ ଥିଲା । ତା’ର ଚିକିତ୍ସା ଆରମ୍ଭ ହୋଇଥିଲା । ତା’ ଅବସ୍ଥା ଏବେ ବି ଗୁରୁତର ଥିବା କୁହାଯାଉଛି । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଏହା ବି ପଢ଼ନ୍ତୁ | Budget 2021: ଶସ୍ତା ହେବ ସୁନା; ମହଙ୍ଗା ହେବ ପେଟ୍ରୋଲ୍ ଓ ଡିଜେଲ୍; ମଦ ବି ମହଙ୍ଗା ହେବ
‘‘ପ୍ରାଥମିକ ତଦନ୍ତରୁ ଏହି ଯୁବତୀଙ୍କ ନାମ ଆରତୀ ବୋଲି ଜଣାପଡ଼ିଛି । ସେ ବିହାରର ମୂଳ ବାସିନ୍ଦା ବିମଳ କୁମାରଙ୍କ ସ୍ତ୍ରୀ । ବିମଳ ଓ ଆରତୀ କିଛି ବର୍ଷ ପୂର୍ବେ ହାଇଦ୍ରାବାଦ ଆସିଥିଲେ ଓ ଏଇଠି ରହୁଥିଲେ । ଏହି ଦମ୍ପତି ଗତ କିଛି ଦିନ ଧରି କୌଣସି କାରଣରୁ ବାରମ୍ବାର ଝଗଡ଼ା କରୁଥିବା ଜଣାଯାଇଛି,’’ କହିଛନ୍ତି ଏହି ଆତ୍ମହତ୍ୟା ମାମଲାର ତଦନ୍ତ କରୁଥିବା ପୋଲିସ୍ ସବ୍-ଇନ୍ସପେକ୍ଟର କନ୍ନବୋଇନା ଉଦୟ ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ‘କିଛି ସତର୍କତା ଜରୁରୀ,’ କହିଲେ ବିଶେଷଜ୍ଞ
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସୋମବାର ରାତିରେ ଆରତୀ ଓ ତାଙ୍କ ସ୍ୱାମୀ ବିମଳ କୁମାରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସେତିକି ବେଳେ ଖୁବ୍ ରାଗିଯାଇ ଆରତୀ ନିଜ ଝିଅ ସହିତ ବିଲଡିଂରୁ ତଳକୁ ଡେଇଁପଡିଥିଲେ । ପୋଲିସ ବିମଳ କୁମାରଙ୍କ ସହ ପଚରାଉଚରା କରୁଛି ।
ବିମଳ କୁମାରଙ୍କ ବିରୋଧରେ ପତ୍ନୀଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇଥିବା ବା ବାଧ୍ୟ କରିଥିବା ଅଭିଯୋଗରେ ସେହି ମାମଲାରେ ଧାରା ଯୋଡ଼ାଯାଇ ପାରେ ବୋଲି କହିଛନ୍ତି ଜଣେ ପୋଲିସ ଅଧିକାରୀ ।
ଧ୍ୟାନ ଦିଅନ୍ତୁ: ଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି କୌଣସି ବି କାରଣରୁ ଖୁବ୍ ଦୁଃଖ ଅନୁଭବ କରୁଛନ୍ତି ଓ ସାହାଯ୍ୟ ଲୋଡ଼ୁଛନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍ କରନ୍ତୁ: ଆସ୍ରା (ମୁମ୍ବାଇ) 022-27546669, ସ୍ନେହା (ଚେନ୍ନାଇ) 044-24640050, ସୁମୈତ୍ରୀ (ଦିଲ୍ଲୀ) 011-23389090, କୁଜ (ଗୋଆ) 0832- 2252525, ଜୀବନ (ଜାମସେଦପୁର) 065-76453841, ପ୍ରତୀକ୍ଷା (କୋଚି) 048-42448830, ମୈତ୍ରୀ (କୋଚି) 0484-2540530, ରୋଶନି (ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (କୋଲକାତା) ।