୨ ଜଣ ବ୍ୟକ୍ତିଙ୍କ ଉପରେ ୧୦ଥର ମିଥ୍ୟା ଦୁଷ୍କର୍ମ ଅଭିଯୋଗ; ଏବେ ମହିଳାଙ୍କୁ ୫ ବର୍ଷ ଜେଲ

ଜଣେ ମହିଳା ଦୁଇ ଜଣଙ୍କ ଉପରେ ୧୦ ଥର ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ବର୍ତ୍ତମାନ ମହିଳାଙ୍କୁ ୫ ବର୍ଷରୁ ଅଧିକ ଜେଲ ଦଣ୍ଡାଦେଶ ହୋଇଛି ।

୨ ଜଣ ବ୍ୟକ୍ତିଙ୍କ ଉପରେ ୧୦ଥର ମିଥ୍ୟା ଦୁଷ୍କର୍ମ ଅଭିଯୋଗ; ଏବେ ମହିଳାଙ୍କୁ ୫ ବର୍ଷ ଜେଲ

୨ ଜଣ ବ୍ୟକ୍ତିଙ୍କ ଉପରେ ୧୦ଥର ମିଥ୍ୟା ଦୁଷ୍କର୍ମ ଅଭିଯୋଗ; ଏବେ ମହିଳାଙ୍କୁ ୫ ବର୍ଷ ଜେଲ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ଲଣ୍ଡନ : ଜଣେ ମହିଳା ଯିଏ କ୍ରମାଗତ ଭାବରେ ମିଥ୍ୟା କହି ଆସୁଥିଲେ ଶେଷରେ ତାଙ୍କୁ ଦଣ୍ଡିତ କରାଯାଇଛି । ବ୍ରିଟେନରେ କ୍ୟାଥି ରିଜେସନ୍ ନାମକ ଜଣେ ମହିଳା ଦୁଇ ଜଣଙ୍କ ଉପରେ ୧୦ ଥର ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । କିନ୍ତୁ ପରେ ପୋଲିସର ଅନୁସନ୍ଧାନରୁ ଜଣାପଡିଥିଲା ଯେ ଏହି ସବୁ ଅଭିଯୋଗ ମିଥ୍ୟା ଥିଲା । ବର୍ତ୍ତମାନ ଏହି ୩୫ ବର୍ଷୀୟା ମହିଳାଙ୍କୁ ୫ ବର୍ଷରୁ ଅଧିକ ଜେଲ ଦଣ୍ଡାଦେଶ ହୋଇଛି ।

ବ୍ରିଟିଶ ଖବରକାଗଜ ଦି ସନ୍ ଅନୁଯାୟୀ, ମିଥ୍ୟା ଅଭିଯୋଗର ସମ୍ମୁଖୀନ ହୋଇଥିବା ଜଣେ ବ୍ୟକ୍ତି ପୋଲିସ ନିକଟରେ ପ୍ରମାଣ ଦେବା ପାଇଁ ଗୋଡରେ ଟ୍ୟାଗ୍ ଲଗାଇଥିଲେ । ଏହି ଅଭିଯୋଗ ପୁରୁଷଙ୍କ ଜୀବନରେ ବିଶେଷ ପ୍ରଭାବ ପକାଇଥିବା ଏସେକ୍ସ ପୋଲିସ କହିଛି । ଏଥିସହ ପୋଲିସର ସମୟ ଓ ସମ୍ବଳ ମଧ୍ୟ ନଷ୍ଟ ହୋଇଛି ବୋଲି କହିଛନ୍ତି ।

ଏହିପରି ଧରାପଡିଥିଲା ମିଛ

ରିଚାର୍ଡସନଙ୍କ ଅଭିଯୋଗ କାରଣରୁ ପୋଲିସ ୬୦ ଥର ଯାଞ୍ଚ କରିଥିଲା ​​। ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ ଫୋରେନସିକ୍ ଯାଞ୍ଚ କରାଯାଇଥିଲା । ରିଚାର୍ଡସନଙ୍କ ଦାବି ଉପରେ ଅନୁସନ୍ଧାନ ବେଳେ ଅଧିକାରୀମାନେ ଜାଣିବାକୁ ପାଇଲେ ଯେ ସିସିଟିଭି, ଫୋନ୍ ଡାଟା ଓ ଅଟୋମେଟିକ୍ ନମ୍ବର ପ୍ଲେଟ୍ ପରିଚୟ (ANPR) କ୍ୟାମେରାରୁ ସୂଚନା ମିଳିଛି ଯେ ଅଭିଯୁକ୍ତ ସେହି ସମୟରେ ଘଟଣା ସ୍ଥଳରେ ନଥିଲେ ।
Published by:Soubhagya Mishra
First published: