ମାଞ୍ଚ ଧରିବାକୁ ଯାଇଥିଲେ ମହିଳା; ସମୁଦ୍ରରୁ ପାଇଲେ ଅଳିଆ, ଯାହାର ମୂଲ୍ୟ କୋଟି କୋଟି ଟଙ୍କା

ସୋସିଆଲ ମିଡ଼ିଆରେ ଜଣେ ମାଲେସିଆ ମହିଳାଙ୍କ ଭାଗ୍ୟର କାହାଣୀ ଭାଇରାଲ ହେବାରେ ଲାଗିଛି । ମହିଳା ଜଣକ ମାଛ ଧରି ନିଜ ପରିବାର ସହିତ ରହୁଥିଲେ। କିନ୍ତୁ ନିକଟରେ ସେ ଏପରି ଏକ ଜିନିଷ ସମୁଦ୍ରରେ ଭାସୁଥିବା ଦେଖିବାକୁ ପାଇଲେ, ଯାହା ତାଙ୍କ ଭାଗ୍ୟକୁ ବଦଳାଇ ଦେଇଥିଲା ।

ମାଞ୍ଚ ଧରିବାକୁ ଯାଇ କୋଟିପତି ସାଜିଲେ ମହିଳା

ମାଞ୍ଚ ଧରିବାକୁ ଯାଇ କୋଟିପତି ସାଜିଲେ ମହିଳା

  • Share this:
News18 Odia Digital

ଯେତେବେଳେ ଭାଗ୍ୟ ପରିବର୍ତ୍ତନ ହେବ ତାହା କେହି କହିପାରିବେ ନାହିଁ । ଭାଗ୍ୟ ଜଣେ ବ୍ୟକ୍ତିଙ୍କୁ ରାଜା କରିଦିଅ ତ ଏହି ଭାଗ୍ୟ ଭିକାରୀ ସଜାଇ ଦିଅ । ଭାଗ୍ୟ ବଦଳାଇବାର ଏପରି ଏକ କାହାଣୀ ଆଜିକାଲି ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେଉଛି । ମାଲେସିଆରେ ରହୁଥିବା ଜଣେ ମହିଳା ସମୁଦ୍ରରୁ ଧରାଯାଇଥିବା ମାଛ ବିକ୍ରୟ କରି ଜୀବନ ବିତାଉଥିଲେ। କିନ୍ତୁ ହଠାତ୍ ଦିନେ ସେ ଏପରି ଏକ ଜିନିଷ ପାଇଠନ୍ତି ଯେ ବର୍ତ୍ତମାନ ତାଙ୍କୁ ମାଛ ଧରିବାକୁ ପଡ଼ିବ ନାହିଁ । ମହିଳାଙ୍କ କାହାଣୀକୁ ଲୋକେ ବହୁତ ପସନ୍ଦ କରୁଛନ୍ତି ।

ମାଲେସିଆରେ ରହୁଥିବା ଅଇଦା ଜୁରିନା ଲଙ୍ଗ କେବେ ବି ସ୍ୱପ୍ନ ଦେଖି ନଥିଲେ ଯେ ତାଙ୍କ ଭାଗ୍ୟ ଏହିପରି ବଦଳି ଯିବ । ମହିଳା ଜଣକ ନିଜ ପରିବାର ସହିତ ମାଛ ଧରିବାକୁ ଯାଉଥିଲେ। ଏହାକୁ ବଜାରରେ ବିକ୍ରୟ କରି ପାଇଥିବା ଟଙ୍କା ସହିତ ଘର ଚଳାଉଥିଲେ । ନିକଟରେ ଯେତେବେଳେ ସେ ନିଜ ପରିବାର ସହିତ ମାଛ ଧରିବାକୁ ଯାଇଥିଲେ, ସେତେବେଳେ ସେ ସମୁଦ୍ରରେ ଏକ ପ୍ଲାଷ୍ଟିକ୍ ପରି ଆବର୍ଜନା ଦେଖିଲେ । ଜୁରିନା ଭାବିଲା ଯେ ସମୁଦ୍ରରେ ଅଳିଆ ଭାସୁଛି । ସେ ପାଣିରୁ 'ଅଳିଆ' ବାହାର କରି ଏହାକୁ ଫିଙ୍ଗିଦେବା ପାଇଁ କୂଳକୁ ଆଣିଥିଲେ। ହେଲେ ତାଙ୍କୁ ଅନ୍ଦାଜା ନଥିଲା ଯେ ଏହି ଅଳିଆ ତାଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦାଲାଇ ଦେବ ।

ମାଲେସିଆର ଗଣମାଧ୍ୟମ ବେରିଟା ହରିୟାନ କହିବାନୁସାରେ, ସମୁଦ୍ରରୁ ଅଳିଆ ଆବର୍ଜନାକୁ ଉଠାଇ ନିଆଯାଇଥିବା ମହିଳା ପ୍ରକୃତରେ ଏକ ବାଘ ମାଛର ବାନ୍ତି ପାଇଥିଲେ। ଏପରିକି ୪୧ ବର୍ଷୀୟ ଜୁରିନା ମଧ୍ୟ ଏ ବିଷୟରେ କୌଣସି ଧାରଣା ନଥିଲେ । ସେ ପ୍ରତିଦିନ ପରି ମାଛ ଧରିବାକୁ ଯାଇଥିଲେ ଯେତେବେଳେ ତାଙ୍କ ଆଖି ଏହି ବାନ୍ତି ଉପରେ ପଡ଼ିଲା । ସେ ଏହାକୁ ଫିଙ୍ଗିବା ପାଇଁ ଆଣିଥିଲେ କିନ୍ତୁ ପରେ ଏହା ଜଣାପଡ଼ିଲା ଯେ ଏହା କୌଣସି ଅଳିଆ ନୁହେଁ ବରଂ ବାଘର ବାନ୍ତି ଯାହା ଅତ୍ୟନ୍ତ ମୂଲ୍ୟବାନ । ଜୁରିନାଙ୍କୁ ତାଙ୍କ ପିତା କହିଥିଲେ। ତାଙ୍କ ପିତା ବାଘ ବାନ୍ତି ବିଷୟରେ ଶୁଣିଥିଲେ କିନ୍ତୁ ଏହା କେବେ ଦେଖି ନଥିଲେ ।

ପ୍ରକାଶ ଥାଉକି ବାଘ ମାଛର ବାନ୍ତି ବଜାରରେ ମହଙ୍ଗା । ଏହାର ବୈଜ୍ଞାନିକ ନାମ ହେଉଛି ଆମ୍ବରଗ୍ରିସ୍ । ଏହା ଅମୂଲ୍ୟ ଓ ଏହାର ମୂଲ୍ୟ କୋଟି ପର୍ଯ୍ୟନ୍ତ । ମାଲେସିଆର ଟେରେଙ୍ଗଗାନୁରେ ଉପସ୍ଥିତ ଥିବା ମତ୍ସ୍ୟ ବିଭାଗର ଟିମ୍ ଖୁବ୍ ଶୀଘ୍ର ଏହି ବାନ୍ତି ଯାଞ୍ଚ କରିବେ ଓ ଏହା ପରେ ଏହାର ପ୍ରକୃତ ମୂଲ୍ୟ ପ୍ରକାଶ ପାଇବ । ତେବେ ଆକାର ଅନୁଯାୟୀ ଏହାର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। କିନ୍ତୁ ଦଳ ଅନୁସନ୍ଧାନ ପରେ ପ୍ରକୃତ ମୂଲ୍ୟ ଜଣାଇବାକୁ ସକ୍ଷମ ହେବ।
Published by:Lipina Das
First published: