ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ପୁଣି ନିର୍ଭୟା: ମୁମ୍ବାଇରେ ଅଟୋ ଭିତରେ ରେପ୍ ହୋଇଥିବା ମହିଳାଙ୍କ ମୃତ୍ୟୁ; ଲୁହା ରଡ଼ରେ ଆକ୍ରମଣ ହୋଇଥିଲା

ପୁଣି ନିର୍ଭୟା: ମୁମ୍ବାଇରେ ଅଟୋ ଭିତରେ ରେପ୍ ହୋଇଥିବା ମହିଳାଙ୍କ ମୃତ୍ୟୁ; ଲୁହା ରଡ଼ରେ ଆକ୍ରମଣ ହୋଇଥିଲା

Mumbai woman raped in auto-rickshaw dies, case like Nirbhaya | ମହାରାଷ୍ଟ୍ର ମୁଖ୍ୟ ମନ୍ତ୍ରୀ ଉଦ୍ଧବ ଠାକରେ ଏହି ଜଘନ୍ୟ ବଳାତ୍କାର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ଗିରଫ ହୋଇଥିବା ୪୫-ବର୍ଷୀୟ ଅଭିଯୁକ୍ତର ବିଚାର ଫାଷ୍ଟ ଟ୍ରାକ୍ କୋର୍ଟରେ କରାଯିବ ବୋଲି ସେ କହିଛନ୍ତି ।

ପୁଣି ନିର୍ଭୟା: ମୁମ୍ବାଇରେ ଅଟୋ ଭିତରେ ରେପ୍ ହୋଇଥିବା ମହିଳାଙ୍କ ମୃତ୍ୟୁ; ଲୁହା ରଡ଼ରେ ଆକ୍ରମଣ ହୋଇଥିଲା
ଏହି ଘଟଣାର ଅଭିଯୁକ୍ତକୁ ଗିରଫ କରାଯାଇଛି । (ପ୍ରତାକାତ୍ମକ ଛବି)
  • News18 Odia
  • Last Updated: September 11, 2021, 8:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ନିର୍ଭୟା କାଣ୍ଡ ପରି ଏକ ଲୋମହର୍ଷକ ଦୁଷ୍କର୍ମ ଘଟଣାର ଶିତା ହୋଇଥିବା ମୁମ୍ବାଇର ମହିଳାଙ୍କର ମୃତ୍ୟୁ ହୋଇଛି । ଏହି ୩୪-ବର୍ଷୀୟା ମହିଳାଙ୍କୁ ଏକ ଠିଆହୋଇ ରହିଥିବା ଅଟୋରିକ୍ସା ଭିତରେ ଅତି ବର୍ବରଭାବେ ଧର୍ଷଣ କରାଯାଇଥିଲା । ସାକିନାକାରେ (sakinaka rape) ଘଟିଥିବା ଏହି ଘଟଣାର ପୀଡ଼ିତା ମହିଳାଙ୍କ ଅବସ୍ଥା ଗମ୍ଭୀର ଥିଲା ବୋଲି ଶୁକ୍ରବାର ଦିନ ପୋଲିସ କହିଥିଲା ।

ଶୁକ୍ରବାର (ସେପ୍ଟେମ୍ବର ୧୦) ଭୋର୍‌ ଭୋର୍‌ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଫୋନ୍‌ କଲ୍‌ ଆସିଥିଲା । ଫୋନ୍‌ କରିଥିବା ବ୍ୟକ୍ତି ସୂଚନା ଦେଇଥିଲେ ​​ଯେ ଖଇରାନୀ ରୋଡ଼ରେ ଜଣେ ପୁରୁଷ ଲୋକ ଜଣେ ମହିଳାଙ୍କୁ ଖୁବ୍‌ ପିଟୁଛନ୍ତି। ପୋଲିସ ଟିମ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ସେଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଜଣେ ମହିଳାଙ୍କୁ ଦେଖିବାକୁ ପାଇଥିଲେ । ତାଙ୍କୁ ସେମାନେ ରାଜୱାଡି଼ ହସପିଟାଲକୁ ନେଇ ଭର୍ତ୍ତି କରିଥିଲେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନୂଆଁଖାଇ ତିହାରକୁ ସ୍ବାଗତ; ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଛି; ଇଷ୍ଟଦେବୀଙ୍କୁ ଦିଆଯାଉଛି ନବାନ୍ନ

ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ଏହି ମହିଳାଙ୍କୁ ବଳାତ୍କାର କରାଯାଇଥିଲା ଓ ତାଙ୍କ ଶରୀରର ବ୍ୟକ୍ତିଗତ ଅଂଶରେ ଲୁହା ରଡ଼ରେ ଆକ୍ରମଣ କରାଯାଇଥିଲା । ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ ଟେମ୍ପୋ ଭିତରେ ଏହି ଘଟଣା ଘଟିଥିଲା ବୋଲି କହିଛନ୍ତି ପୋଲିସ ଅଧିକାରୀ ।

ଏହା ବି ପଢ଼ନ୍ତୁ | ‘‘ମୁଁ ଏଇ ବିଲଡିଂକୁ ଏଇଠି, ଏବେ ଭାଙ୍ଗିଦେବି’’: ଆନ୍ଧ୍ର ମନ୍ତ୍ରୀ ଓଡ଼ିଶା ଭିତରେ ପଶି ନାଲି ଆଖି ଦେଖାଇଲେ

ସେହି ଟେମ୍ପୋ ଭିତରେ ବି ରକ୍ତ ଲାଗିଥିବା ଦେଖିବାକୁ ମିଳିଥିଲା । ଡାକ୍ତରଙ୍କ କହିବା ଅନୁସାରେ ମହିଳାଙ୍କ ଅବସ୍ଥା ଅତି ଗୁରୁତର ଅଛି । ତାଙ୍କ ଚିକିତ୍ସା ଚାଲିଛି । ଡାକ୍ତରମାନେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ପୋଲିସ ଅଧିକାରୀ ।

ଏହା ବି ପଢ଼ନ୍ତୁ | କଟକରେ ବଢ଼ିବ ନାହିଁ ଦୁର୍ଗା ମୂର୍ତ୍ତିର ଉଚ୍ଚତା; ରାଜ୍ୟରେ କଟକଣା କାଏମ୍ରହିବ ବୋଲି ସ୍ପଷ୍ଟ କଲେ ସରକାର

ଅନ୍ଧେରୀ ଇଷ୍ଟର ସାକିନାକାରେ ଘଟିଥିବା ଏହି ଘଟଣାର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତ ୪୫-ବର୍ଷୀୟ ମୋହନ ଚୌହାନକୁ ଗିରଫ କରାଯାଇଥିଲା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି । ପୋଲିସ ଘଟଣା ସ୍ଥଳରୁ ପାଇଥିବା କେତେକ ସୂଚନା ଆଧାରରେ ଚୌହାନକୁ ଗିରଫ କରିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଆଖି ବୁଜିଲେ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ; SCB ବିରୋଧରେ ଆଣିଥିଲେ ଅଭିଯୋଗ

ତା’ ବିରୁଦ୍ଧରେ ଆଇପିସିର ଦଫା ୩୦୭ (ହତ୍ୟା ଉଦ୍ୟମ) ଓ ୩୭୬ (ବଳାତ୍କାର) ଅଧୀନରେ ଏକ ମାମଲା ରୁଜୁ କରାଯାଇଥିଲା । ଏହି ମାମଲା ଉପରେ ପୋଲିସ ଅଧିକ ଅନୁସନ୍ଧାନ ଚଳାଇଛି ବୋଲି କହିଛନ୍ତି ଜଣେ ଅଫିସର୍‌ ।

ଏହା ବି ପଢ଼ନ୍ତୁ | BJP କର୍ମୀ ସାମ୍ବାଦିକଙ୍କୁ ମାଡ଼ ମାରିଲେ ଚିଲିକାର BJD ବିଧାୟକ; ତାଙ୍କୁ ଦଳରୁ ନିଲମ୍ବନ କଲେ ନବୀନ

ମହାରାଷ୍ଟ୍ର ମୁଖ୍ୟ ମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଓ ଅଧିକାରୀମାନଙ୍କ ସହ ଏହା ବିଷୟରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଅଭିଯୁକ୍ତର ବିଚାର ଫାଷ୍ଟ ଟ୍ରାକ୍‌ କୋର୍ଟରେ କରାଯିବ । ବିରୋଧୀ ଦଳ ବିଜେପିର ନେତା ଦେବେନ୍ଦ୍ର ଫଡନଭିସ୍ କହିଛନ୍ତି ଯେ ଏହି ଘଟଣାକୁ ଅତି ‘‘ଦୁଃଖଦାୟକ ଓ ଆଶ୍ଚର୍ଯ୍ୟଜନକ’’ ବୋଲି କହିଛନ୍ତି । ଗୃହ ମନ୍ତ୍ରୀ ଦିଲିପ ୱାସେ-ପାଟିଲ କହିଛନ୍ତି ଯେ ଗିରଫ ଅଭିଯୁକ୍ତଙ୍କୁ କଠୋରତମ ଦଣ୍ଡ ଦିଆଯିବ ।



ଡିସେମ୍ବର ୨୦୧୨ରେ ଦିଲ୍ଲୀରେ ଜଣେ ଯୁବତୀ, ଯାହାଙ୍କୁ ପରେ 'ନିର୍ଭୟା' ନାଁରେ ଡକାଗଲା - ଦିଲ୍ଲୀର ଏକ ଚଳନ୍ତା ବସ୍ ଭିତରେ ଅତି ନିର୍ମମ ଭାବରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ସେହି ଘଟଣା ସାରା ଦେଶରେ ଅସନ୍ତୋଷ ସୃଷ୍ଟି କରିଥିଲା । ଅନେକ ଦିନ ଧରି ଜୀବନ ପାଇଁ ସଙ୍ଘର୍ଷ କରିବା ପରେ ସେ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ ।
Published by: Anand S.T. Das
First published: September 11, 2021, 8:13 PM IST