News18 Odia Digital
ଲଖିମପୁର ଖିରୀ: ଉତ୍ତର ପ୍ରଦେଶର ଲଖିମପୁର ଖିରୀ ଜିଲ୍ଲାର ସଦର କୋତୱାଲୀ ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ସେକ୍ସ ରାକେଟରେ ସାମିଲ ଥିବା ପାଞ୍ଚ ଜଣ ଯୁବତୀ ଓ ପାଞ୍ଚ ଜଣ ପୁରୁଷଙ୍କୁ ପୋଲିସ ଗିରଫ କରିଥିଲା । ସେଥିରୁ ଜଣେ ମହିଳା ଓ ଜଣେ ପୁରୁଷଙ୍କ କରୋନା ରିପୋର୍ଟ ପଜିଟିଭ୍ ବୋଲି ଜଣାପଡ଼ିବା ପରେ ପୋଲିସ ସମେତ ସମସ୍ତଙ୍କ ମଧ୍ୟରେ ଚିନ୍ତା ବଢ଼ିଛି ।
ଲଖିମପୁର ସଦର କୋତୱାଲୀ ପୋଲିସ ବୁଧବାର ଦିନ ଗୁପ୍ତ ସୂଚନା ଆଧାରରେ ଏହି ସେକ୍ସ ରାକେଟକୁ ଧରିଥିଲେ । ଲକ୍ଷ୍ମୀପୁର ଖିରୀ ଜିଲ୍ଲାର ଏସ.ପି. ସତ୍ୟେନ୍ଦ୍ର କୁମାର ସିଂ କହିଛନ୍ତି ଯେ ସେକ୍ସ ରାକେଟ ଧରିଥିବା ପୋଲିସ ଟିମ୍ ସହ ଜଡ଼ିତ ସବୁ ଲୋକଙ୍କର କରୋନା ଭାଇରସ ପରୀକ୍ଷା କରାଯାଉଛି ।
ଏସ.ପି. ସତ୍ୟେନ୍ଦ୍ର କୁମାର ସିଂ କହିଛନ୍ତି ଯେ କରୋନା କାଳରେ ଯେଉଁ ସବୁ ଅଭିଯୁକ୍ତମାନଙ୍କୁ ଜେଲକୁ ପଠାଯାଉଛି ଆଗ ସେମାନଙ୍କର ବିଧିବଦ୍ଧଭାବେ କରୋନା ପରୀକ୍ଷା ଏକ ସତର୍କତାମୂଳକ ପଦକ୍ଷେପ ଭାବେ କରାଯାଉଛି । ଏହି କରୋନା ଭାଇରସ୍ ପରୀକ୍ଷଣରେ ସେକ୍ସ ରାକେଟରେ ଧରାପଡ଼ିଥିବା ଜଣେ ଯୁବକ ଓ ଜଣେ ଯୁବତୀ କରୋନା ପଜିଟିଭ୍ ବୋଲି ଜଣା ପଡ଼ିବା ପରେ ଏବେ ଏହି ରାକେଟର ପର୍ଦ୍ଦାଫାଶ କରିଥିବା ପୋଲିସ୍ ଦଳର ସବୁ ସଦସ୍ୟଙ୍କର କରୋନା ପରୀକ୍ଷା କରାଯାଉଛି ।
ସେ କହିଛନ୍ତି ଯେ ସେହି ସଂକ୍ରମିତ ଯୁବତୀ ଓ ଯୁବକକୁ କୋଭିଡ-୧୯ କେୟାର ସେଣ୍ଟରକୁ ପଠାଇ ଦିଆଯାଇଛି । ସେମାନଙ୍କର ଚିକିତ୍ସା ଆରମ୍ଭ ହୋଇଛି । ଉତ୍ତର ପ୍ରଦେଶରେ କରୋନା ଭୂତାଣୁର ସଂକ୍ରମଣର ତୀବ୍ର ଗତି ଏ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି ।
ଭାରତରେ ଏଣିକି ଦୋକାନରେ ମିଳିବ କରୋନା ଔଷଧ (Corona medicine at shop) । ସାଧାରଣରେ ବିକ୍ରି ପାଇଁ ଅନୁମତି ଦେଇଛି DCGI । କେତେକ ସର୍ତ୍ତ ସହ ଦୋକାନରେ ବିକ୍ରି ହେବ କରୋନା ଔଷଧ । କିଛି ସର୍ତ୍ତ ସହ ବିକ୍ରି ହେବ ଫ୍ୟାଭିପିରାଭିର ଟାବଲେଟ୍ । ରେମଡେସିଭର ଇଞ୍ଜେକସନକୁ ମଧ୍ୟ ବିକ୍ରି ଲାଗି ଅନୁମତି ମିଳିଛି । ତେବେ ଏଥି ପାଇଁ ଡାକ୍ତରଙ୍କ ପ୍ରେସକ୍ରିପସନ ଆବଶ୍ୟକ । କେଉଁ ଦୋକାନରେ ମିଳିବ ଔଷଧ (Corona medicine at medicine shop) ତାହା ସ୍ଥିର କରିବେ ଡ୍ରଗ୍ ଇନ୍ସପେକ୍ଟର । ଦୋକାନୀ ପ୍ରେସକ୍ରିପସନର ଜେରକ୍ସ କପି ରଖି ଔଷଧ ଦେବେ ।
ଦେଶରେ କରୋନା ମୁକାବିଲା ନେଇ ଏକ ଖୁସି ଖବର ଆସିଛି । ଭାରତରେ ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ଆନିମଲ ଟ୍ରାଏଲ (animal trial) ଫଳପ୍ରଦ ହୋଇଛି । ଏ ନେଇ ଟ୍ବିଟ କରି ସୂଚନା ଦେଇଛି ଭାରତ ବାୟୋଟେକ୍ । ଲାଇଭ ଭାଇରାଲ ଚ୍ୟାଲେଞ୍ଜ ମଡେଲରେ ଉତ୍ତମ ଫଳାଫଳ ମିଳିଛି ବୋଲି କହିଛି କମ୍ପାନି ।
ଏହା ବି ପଢ଼ନ୍ତୁ | Gold Price - ଗୋଟିଏ ମାସରେ ୪,୦୦୦ ଟଙ୍କା ପର୍ଯ୍ୟନ୍ତ ସୁନା ଶସ୍ତା ! ଆସନ୍ତା ସପ୍ତାହରେ ମଧ୍ୟ ଘଟିପାରେ ଦରଏହା ବି ପଢ଼ନ୍ତୁ | ଡ୍ରଗ୍ସ ମାମଲାରେ ଏହି ଦୁଇ ବଡ଼ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିଛି; ରିୟା ଚକ୍ରବର୍ତ୍ତୀ NCB ଆଗରେ ଏହା ପ୍ରକାଶ କରିଛନ୍ତିହାଇଦ୍ରାବାଦସ୍ଥିତ ଏହା ଫାର୍ମ କହିଛି ଯେ ଭାରତ ବାୟୋଟେକ ଗର୍ବର ସହ କୋଭାକ୍ସିନର ଆନିମଲ ଟ୍ରାଏଲ ରିପୋର୍ଟ ସଂପର୍କରେ ଘୋଷଣାକ ରୁଛି । ଏହାର ଲାଇଭ ଭାଇରାଲ ଫଳାଫଳ ସୁରକ୍ଷିତ ପ୍ରଭାବ ଦର୍ଶାଉଛି । ମାଙ୍କଡ଼ମାନଙ୍କ ଉପରେ ଏହାର ଯେଉଁ ପରୀକ୍ଷଣ ହୋଇଛି ସେଥିରୁ ଭଲ ଫଳ ମିଳିଛି ।
ପୂର୍ବରୁ ମାନବ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ପୂରା କରାଯାଇଛି ।ଏବେ ଦ୍ବିତୀୟ ଚରଣ ଲାଗି DCGIକୁ ଅନୁମତି ଲୋଡ଼ାଯାଇଛି । କୁହାଯାଉଛି, ଖୁବ୍ଶୀଘ୍ର ଏହି ଦ୍ବିତୀୟ ଚରଣ ପରୀକ୍ଷଣ ଆରମ୍ଭ କରାଯିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।