ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଏମିତି ବି ହେଲା! ସ୍ତ୍ରୀ ଗୋଟିଏ ରାତିରେ ୧୮ ଜଣ ପୁରୁଷଙ୍କ ସଂସର୍ଗରେ ରହିଲେ; ସ୍ୱାମୀ କଣ୍ଡୋମ୍‌ ଯୋଗାଇଲେ

ଏମିତି ବି ହେଲା! ସ୍ତ୍ରୀ ଗୋଟିଏ ରାତିରେ ୧୮ ଜଣ ପୁରୁଷଙ୍କ ସଂସର୍ଗରେ ରହିଲେ; ସ୍ୱାମୀ କଣ୍ଡୋମ୍‌ ଯୋଗାଇଲେ

Woman has sex with 18 men in 1 night husband provides condoms | ଏହି ୩୯-ବର୍ଷୀୟା ମହିଳା ଭିନ୍ନ ଭିନ୍ନ ପୁରୁଷଙ୍କ ସହ ଯୌନ ସମ୍ପର୍କ ରଖିବାକୁ ଚାହୁଁଥିଲେ, କିନ୍ତୁ ସେ ନିଜ ସ୍ୱାମୀଙ୍କୁ ଠକିବାକୁ ଚାହୁଁ ନ ଥିଲେ । ସେଥି ପାଇଁ ସେ ନିଜ ସ୍ୱାମୀଙ୍କ ସହ ଏହା ବିଷୟରେ ଖୋଲାଖୋଲି ଭାବେ କଥା ହୋଇଥିଲେ ।

ଏମିତି ବି ହେଲା! ସ୍ତ୍ରୀ ଗୋଟିଏ ରାତିରେ ୧୮ ଜଣ ପୁରୁଷଙ୍କ ସଂସର୍ଗରେ ରହିଲେ; ସ୍ୱାମୀ କଣ୍ଡୋମ୍‌ ଯୋଗାଇଲେ
ମହିଳା ସୋସିଆଲ୍ ମିଡି଼ଆରେ ନିଜର ଏହି ଅଦ୍ଭୂତ କାହାଣୀ ଶେୟାର୍ କରିଥିଲେ । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 26, 2021, 1:48 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସିଡନୀ: ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଦୁନିଆର ସବୁଠାରୁ ନିକଟତମ ଓ ପବିତ୍ର ସମ୍ପର୍କ । ଏହି ସମ୍ପର୍କରେ ଉଭୟ ପରସ୍ପରର ପ୍ରତ୍ୟେକ ଇଚ୍ଛାକୁ ସମର୍ପଣ ସହିତ ପୂରଣ କରନ୍ତି । କିନ୍ତୁ ଯଦି ଉଭୟଙ୍କ ମଧ୍ୟରୁ ଜଣଙ୍କ ଉଦ୍ଦେଶ୍ୟ ପ୍ରତାରଣା କରିବା ହୋଇଥାଏ, ତାହେଲେ କଣ ହେବ? ଭାରତରେ ଏଭଳି ମାମଲା ସିଧାସଳଖ କୋର୍ଟରେ ପହଞ୍ଚେ । କିନ୍ତୁ ଏପରି କିଛି ମାମଲା ସାମନାକୁ ଆସେ ଯାହା ଜାଣି ଆଶ୍ଚର୍ଯ୍ୟ ନ ହୋଇ ରହି ହୁଏନି ।

ନିକଟରେ ଜଣେ ମହିଳା ସୋସିଆଲ୍‌ ମିଡି଼ଆରେ ନିଜ କାହାଣୀ ଶେୟାର୍‌ କରିଛନ୍ତି । ତାକୁ ଯିଏ ବି ଜାଣୁଛି ସେ କହୁଛି ଯେ ତାହା ପ୍ରକୃତରେ ଅଦ୍ଭୁତ । ସେହି ମହିଳାଙ୍କର ଏକ ସ୍ୱପ୍ନ ଥିଲା ଯେ ସେ ତାଙ୍କ ସ୍ୱାମୀଙ୍କ ବ୍ୟତୀତ ଅନେକ ଲୋକଙ୍କ ସହ ଯୌନ ସମ୍ପର୍କ (sex relation) ରଖିବେ । ନିଜ ପତ୍ନୀଙ୍କ ଏହି ଇଚ୍ଛା ସ୍ୱୟଂ ତାଙ୍କ ସ୍ୱାମୀ ହିଁ ପୂରଣ କରିଥିଲେ ।

ଏହା ବି ପଢ଼ନ୍ତୁ | ବିବାହ ପରେ ସେକ୍ସ ପ୍ରତି ଆଗ୍ରହ କମ୍ ହୋଇଯାଏ କାହିଁକି? ଏହି ପ୍ରଶ୍ନର ଉତ୍ତର ଏଇଠି ଅଛି

ଏହି ମହିଳାଙ୍କ ନାମ ଲୁଇସ୍‌ । ଅଷ୍ଟ୍ରେଲିଆର ରାଜଧାନୀ ସିଡନୀରେ ରହୁଥିବା ଲୁଇସଙ୍କ ବୟସ ୩୦ ବର୍ଷ । ସେ ପ୍ରକାଶ କରିଛନ୍ତି ଯେ ସେ ଗୋଟିଏ ରାତିରେ ୧୮ ଜଣ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଲୁଇସ୍ ଅଷ୍ଟ୍ରେଲୀୟ ପୋଡକାଷ୍ଟ ‘ସେକ୍ସ ଫାଇଲ୍‌’ରେ ଏହି ସୂଚନା ଦେଇଥିଲେ । ସେ କହିଥିଲେ ଯେ ଯେତେବେଳେ ସେ ୧୮ ଜଣ ପୁରୁଷଙ୍କ ସହ ରୋମାନ୍ସ କରୁଥିଲେ, ସେତେବେଳେ ତାଙ୍କ ସ୍ୱାମୀ ବି ବହୁତ ବ୍ୟସ୍ତ ଥିଲେ । ସେ ସେହି କୋଠରୀକୁ ଆସି ଲୁଇସଙ୍କୁ କଣ୍ଡୋମ୍‌ (condom) ଯୋଗାଉଥିଲେ । ଏହି ଖବର ବାହାରକୁ ଆସିବା ପରେ ଭାଇରାଲ୍‌ ହୋଇଥିଲା (woman has sex with many men)।

ଏହା ବି ପଢ଼ନ୍ତୁ | ଭାଉଜ ଘରେ ଏକା ଥିଲେ; ଦିଅରଙ୍କ ଯୌନ ଇଚ୍ଛାର ବିରୋଧ କରିବାରୁ ସେ ତାଙ୍କୁ ହତ୍ୟା କରିଦେଲା

ଲୁଇସ୍‌ ଆହୁରି କହିଥିଲେ ଯେ ସେ ଏକ କଠୋର କ୍ୟାଥୋଲିକ୍ ପରିବାରରେ ବଢ଼ିଥିଲେ । ଏହି କାରଣରୁ ସେ ଜୀବନକୁ କେବେ ଉପଭୋଗ କରିପାରୁ ନ ଥିଲେ । ସେ ବହୁତ କମ୍ ବୟସରେ ବିବାହ କରିଥିଲେ । କିନ୍ତୁ ଧୀରେ ଧୀରେ ସେ ନିଜକୁ ଅନୁସନ୍ଧାନ କରିବା ଆରମ୍ଭ କଲେ । ସେ ଜାଣିବାକୁ ପାଇଲେ ଯେ ସେ ବିଭିନ୍ନ ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁଛନ୍ତି । କିନ୍ତୁ ସେ ତାଙ୍କ ସ୍ୱାମୀଙ୍କୁ ଠକିବାକୁ ଚାହୁଁ ନ ଥିଲେ । ସେହି କାରଣରୁ ସେ ସ୍ୱାମୀଙ୍କ ସହ ଏହା ବିଷୟରେ ଖୋଲାଖୋଲି ଭାବେ କଥା ହୋଇଥିଲେ । ଯେତେବେଳେ ତାଙ୍କ ସ୍ୱାମୀ ତାଙ୍କ ଇଚ୍ଛା ପୂରଣ କରିବାକୁ ମନସ୍ଥ କଲେ ସେତେବେଳେ ଲୁଇସଙ୍କ ମନ ସ୍ଥିର ହୋଇଥିଲା (woman has sex with 18 men in one night)।



ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସ୍ପୋର୍ଟସ ବ୍ରା ପିନ୍ଧିଥିବାରୁ ସମାଲୋଚିତ ହେଲେ ଉର୍ଫି ଜାଭେଦ୍, ହେଲେ ପୁଣି ବୋଲ୍ଡ ଫଟୋ ଛାଡ଼ିଲେ

ଲୁଇସ୍‌ ଗୋଟିଏ ଶିଶୁର ମା’ । ସେ କହିଛନ୍ତି ଯେ ଏତେ ସଂଖ୍ୟକ ପର ପୁରୁଷଙ୍କ ସହ ଯୌନ ସମ୍ପର୍କ ରଖିବାର ଏହି ଅନୁଭୁତି ତାଙ୍କର ପ୍ରଥମ ଅନୁଭୂତି ନୁହେଁ । ଏହା ପୂର୍ବରୁ ବି ସେ ୧୦ ଜଣ ଭିନ୍ନ ଭିନ୍ନ ପୁରୁଷଙ୍କ ସହ ସମ୍ପର୍କ ସ୍ଥାପନ କରିଛନ୍ତି । ଏହି ପ୍ରସଙ୍ଗରେ ଲୁଇସଙ୍କ ସ୍ୱାମୀ କହିଛନ୍ତି ଯେ ସେ ନିଜ ପତ୍ନୀଙ୍କୁ ଅନ୍ୟ ପୁରୁଷଙ୍କ ସହ ଶେୟାର୍‌ କରନ୍ତି ଓ ଏଥିରେ ତାଙ୍କର କୌଣସି ଅସୁବିଧା ନାହିଁ ।

ଏହା ବି ପଢ଼ନ୍ତୁ | ପତ୍ନୀ ସବୁବେଳେ ଫେସବୁକରେ ଚାଟିଂ କରୁଥିଲେ ବୋଲି ସ୍ୱାମୀ ତାଙ୍କ ଗଳା ଚିପି ହତ୍ୟା କଲେ

ଲୁଇସଙ୍କ ସ୍ୱାମୀ କହିଛନ୍ତି ଯେ ସେ ନିଜ ପତ୍ନୀଙ୍କ ଖୁସିରେ ଖୁସି ହୁଅନ୍ତି । ତେବେ ଲୁଇସ୍‌ ନିଜେ ଏହି କାହାଣୀଟି ଶେୟାର କରିବା ପରେ ଲୋକେ ଚକିତ ନ ହୋଇ ରହି ପାରି ନ ଥିଲେ । ଅନେକ ଲୋକ ଏହାକୁ ସବୁଠାରୁ ଅଦ୍ଭୁତ ଅନୁଭୂତି ବୋଲି କହିଥିଲେ ।
Published by: Anand S.T. Das
First published: October 25, 2021, 11:58 PM IST