News18 Odia Digital
ନୂଆ ଦିଲ୍ଲୀ: ଜଣେ ଦକ୍ଷିଣ ଆଫ୍ରିକୀୟ ମହିଳା କିଛି ଦିନ ତଳେ ଏକା ଥରେ ୧୦ଟି ଶିଶୁ ଜନ୍ମ କରିଥିବା ଖବର ଇଣ୍ଟରନେଟରେ ଭାଇରାଲ୍ ହୋଇଥିଲା । ଖବରରେ କୁହାଯାଇଥିଲା ଯେ ସେ ହୁଏତ ଏକା ଥରକେ ସର୍ବାଧିକ ସଂଖ୍ୟାର ପିଲା ଜନ୍ମ କରିଥିବା ଓ ସବୁ ପିଲା ବଞ୍ଚିଥିବା ଘଟଣା ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡ୍ ଭାଙ୍ଗିଥିବେ । ହେଲେ ଏହା ଉପରେ ତଦନ୍ତ ଜାରି ରହିଥିଲା ଓ ବର୍ତ୍ତମାନ ଏହି ଦାବିଗୁଡି଼କ ସତ୍ୟ ନୁହେଁ ବୋଲି ଜଣାପଡ଼ିଛି ।
ଦକ୍ଷିଣ ଆଫ୍ରିକାର ଗୁଏଟେଙ୍ଗ୍ ପ୍ରଦେଶର ସରକାରଙ୍କ ଏକ ବିବୃତ୍ତି ଅନୁଯାୟୀ ଏହି ମହିଳା ଗର୍ଭବତୀ ବି ହୋଇ ନ ଥିଲେ । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ୩୭ ବର୍ଷୀୟ ଗୋସିୟମ୍ ସାଇଥୋଲ୍ ଜୁନ୍ ୭ ତାରିଖରେ ଦାବି କରିଥିଲେ ଯେ ସେ ଏକ ସ୍ଥାନୀୟ ଡାକ୍ତରଖାନାରେ ଏକା ତରକେ ୧୦ଟି ଶିଶୁ ଜନ୍ମ ଦେଇଛନ୍ତି । ‘‘ଏହି ଦାବି ପରେ ସରକାର ପ୍ରଦେଶର ସବୁ ଡାକ୍ତରଖାନାରେ ଯାଞ୍ଚ କରିଥିଲେ ଓ ସତ୍ୟତା ଜାଣିବା ପାଇଁ ଚେଷ୍ଟା କରିଥିଲେ,’’ ସରକାର ଏକ ବିବ-ତିରେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ଗଲା; ଅଜଣା ଗାଡ଼ି ଧକ୍କା ଦେଲାସାଇଥୋଲଙ୍କ ସ୍ୱାମୀ ପୂର୍ବରୁ ‘ପ୍ରିଟୋରିଆ ନ୍ୟୁଜ୍’କୁ କହିଥିଲେ ଯେ ସ୍କାନ୍ ସମୟରେ ଡାକ୍ତରମାନେ ସାଇଥୋଲଙ୍କ ଗର୍ଭରେ ଆଠଟି ଶିଶୁ ଥିବା ଚିହ୍ନଟ କରିଥିଲେ, କିନ୍ତୁ ମହିଳା ଜଣକ ଦଶଟି ଶିଶୁ ପ୍ରସବ କରିଥିଲେ ।
ଏହା ବି ପଢ଼ନ୍ତୁ | କେନ୍ଦ୍ରାପଡ଼ାରେ ରାସ୍ତା କଡ଼ରେ ମହିଳାଙ୍କ ଗଳାକଟା ଶବ ଓ ତା’ ପାଖରେ ରକ୍ତାକ୍ତ ଜୀବିତ ଶିଶୁ ପୁତ୍ର ମିଳିଲାପ୍ରଦେଶର କୌଣସି ସରକାରୀ ବା ଘରୋଇ ଡାକ୍ତରଖାନାରେ ଏପରି ଦଶଟି ଶିଶୁ ଜନ୍ମ ହୋଇଥିବାର କୌଣସି ରେକର୍ଡ଼ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଜୁନ୍ ୧୮ ତାରିଖରେ ସାଇଥୋଲଙ୍କୁ ଡାକ୍ତରଖାନା ନିଆଯାଇଥିଲା ଓ ସେଠାରେ ତାଙ୍କର ଅନେକ ପରୀକ୍ଷା କରାଯାଇଥିଲା । ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି ଯେ ସାଇଥୋଲ୍ ନିକଟ ଅତୀତରେ କୌଣସି ଶିଶୁକୁ ଜନ୍ମ ଦେଇନାହାନ୍ତି ।
ଏହା ବି ପଢ଼ନ୍ତୁ | Dana Majhi Daughter: ମ୍ୟାଟ୍ରିକ୍ ପାସ୍ କଲେ କଳାହାଣ୍ଡିର ଦାନ ମାଝୀଙ୍କ ଝିଅ; KISSରେ ପଢ଼ୁଥିଲେ‘‘ଏହା ବି ସ୍ପଷ୍ଟ ହୋଇଛି ଯେ ଏହି ମହିଳା ନିକଟ ଅତୀତରେ ଗର୍ଭବତୀ ନ ଥିଲେ । ତାଙ୍କୁ ସରକାର ଚିକିତ୍ସା ସହିତ ମାନସିକ ଓ ସାମାଜିକ ସହାୟତା ଜାରି ରଖିବେ,’’ ଗୁଏଟେଙ୍ଗ୍ ପ୍ରାଦେଶିକ ସରକାରଙ୍କ ମୁଖପାତ୍ର ଥାବୋ ମାସେବେ ଏକ ବିବୃତ୍ତିରେ କହିଛନ୍ତି ।
ଏ ପର୍ଯ୍ୟନ୍ତ ଏକା ଥରକେ ସବୁଠୁ ଅଧିକ ସଂଖ୍ୟାର ପିଲା ଜନ୍ମ କରିଥିବା ଓ ସବୁ ପିଲା ବଞ୍ଚିରହିଥିବା ଘଟଣା ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡ଼ କେବଳ ନାଦିଆ ସୁଲେମାନ୍ ନାମକ ମହିଳାଙ୍କ ନାଁରେ ଅଛି । ସେ ୨୦୦୯ ମସିହାରେ ଆମେରିକାର କାଲିଫର୍ଣ୍ଣିଆରେ ଛଅଟି ପୁଅ ଓ ଦୁଇଟି ଝିଅଙ୍କୁ ଜନ୍ମ ଦେଇଥିଲେ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।