News18 Odia Last Updated : May 23, 2023, 10:58 IST Other, India News18 Odia Digital
ରାଞ୍ଚି: ଅନେକ ସମୟରେ ଏଭଳି କିଛି ଘଟଣା ଲୋକେଲୋଚନକୁ ଆସେ , ଯାହା ସଭିଁଙ୍କୁ ବେଶ ଆଶ୍ଚର୍ଯ୍ୟ କରି ଦେଇଥାଏ। ଏଭଳି ହିଁ ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଆପଣ ଜାଆଁଳା ଶିଶୁ ଜନ୍ମ ନେଇଥିବା କଥା ତ ଶୁଣିଥିବେ, ୩ଟି ଶିଶୁ ଜନ୍ମ ନେବା ମଧ୍ୟ ଶୁଣି ଥିବେ ମାତ୍ର ଏକା ସହ ଜଣେ ମହିଳା ୫ଶିଶୁ ଜନ୍ମ ଦେଇଛନ୍ତି। ଝାଡ଼ଖଣ୍ଡ ରାଞ୍ଚିରେ ସୋମବାର ଦିନ ୫ଟି ସନ୍ତାନକୁ ଜନ୍ମ ଦେଇଥିବା ବେଳେ ନବଜାତମାନେ ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି।ସୂଚନାଯୋଗ୍ୟ, ରାଞ୍ଚିର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେଜରେ ଜଣେ ମହିଳା ଏକା ସାଙ୍ଗରେ ୯ଟି ଶିଶୁକୁ ଜନ୍ମ ଦେଇଥିଲେ । ରିମ୍ସ ଏହି ଘଟଣାକୁ ନିଜ ଟ୍ୱିଟର ପୃଷ୍ଠାରେ ସେୟାର କରିଛି । ଯେଉଁଥିରୁ ଜଣା ପଡ଼ିଛି ଯେ, ମା ଓ ଶିଶୁ ସୁସ୍ଥ ଅଛନ୍ତି । ଜନ୍ମ ଦେଇଥିବା ମହିଳା ଜଣଙ୍କ ହେଉଛନ୍ତି ଇଟଖୋରୀ ଚତରା ଗାଁ ନିବାସୀ । ପ୍ରସବ ଯନ୍ତ୍ରଣା ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଡାକ୍ତର ଶଶି ବାଳା ସିଂଙ୍କ ତତ୍ତ୍ୱାବଧାନରେ ସେ ଏକା ସହ ୫ଟି ଶିଶୁକୁ ଜନ୍ମ ଦେଇଥିଲେ । ସମୟ ପୂର୍ବରୁ ଜନ୍ମ ହୋଇଥିବାରୁ ନବଜାତକଙ୍କ ଓଜନ ପ୍ରାୟ ୭୫୦ ଗ୍ରାମରୁ ୧ କିଗ୍ରା ପର୍ଯ୍ୟନ୍ତ ରହିଛି । ସମୟ ପୂରା ହେବା ପୂର୍ବରୁ ଅର୍ଥାତ ଜନ୍ମ ସମୟର ୨୬-୨୭ ସପ୍ତାହ ପୂର୍ବରୁ ଶିଶୁ ମାନଙ୍କର ଜନ୍ମ ହୋଇଥିଲା । ସେମାନଙ୍କ ଓଜନ କମ ଥିବାରୁ ସେମାନଙ୍କୁ ବିଶେଷ ଧ୍ଯାନରେ ରଖାଯାଇଛି । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ରିମ୍ସରେ ମାସେ ପୂର୍ବରୁ ଏକା ସହ ୪ ଶିଶୁ ଜନ୍ମ ହୋଇଥିଲେ ମିଡ଼ିଆ ରିପୋର୍ଟ ମୁତାବକ, ରିମ୍ସରେ ଏକ ମାସ ପୂର୍ବରୁ ଜଣେ ମହିଳା ଏକା ସାଙ୍ଗରେ ୪ଟି ଶିଶୁ ଜନ୍ମ ଦେଇଥିଲେ । ସେହି ଶିଶୁମାନଙ୍କୁ ମଧ୍ଯ କିଛି ଦିନ ଧ୍ଯାନରେ ରଖାଯାଇଥିଲା । ପରେ ମା ସହ ନବଜାତକଙ୍କୁ ଘରକୁ ପଠାଇଦିଆଯାଇଥିଲା ।
Published by: Soumya Das
First published: May 23, 2023, 10:47 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।