ନିଜ ବୟଫ୍ରେଣ୍ଡକୁ ସୁପାରୀ ଦେଇ ହତ୍ୟା କରାଇଲା; ହତ୍ୟାକାରୀକୁ କହିଲା ସେ ପାଇବ ₹୧.୫ ଲକ୍ଷ ଓ ସେକ୍ସ
ବୟଫ୍ରେଣ୍ଡକୁ ହତ୍ୟା କରିବାକୁ ଯୁବତୀଙ୍କ ଠାରୁ ସୁପାରୀ ନେବା ପରେ ଭରତ ତାକୁ ଡାକି ତା’ ସାଙ୍ଗରେ ମଦ ପିଇଥିଲା । ତା’ ପରେ ତା’ ମୁଣ୍ଡକୁ ବାଡ଼େଇ ଫଟେଇଦେବା ପରେ ତା’ ଗଳାକୁ ଏକ ଛୁରୀରେ କାଟି ତାକୁ ହତ୍ୟା କରିଥିଲା । ସେ ଓ ଯୁବତୀ ଗିରଫ ହୋଇଛନ୍ତି ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: March 10, 2021, 11:39 PM IST
ନାଗପୁର: ପ୍ରେମ ପରି ମିଠା ଅନୁଭୁତି ଏମିତି କଟୁ ସ୍ଥିତିରେ ପହଞ୍ଚିଲା ଯେ ଯୁବତୀ ନିଜ ବୟଫ୍ରେଣ୍ଡକୁ ହତ୍ୟା କରିବାକୁ ପଛେଇଲେ ନାହିଁ । ଏହି ଜଘନ୍ୟ ଅପରାଧ ପାଇଁ ସେ ଜଣେ ସୁପାରୀ କିଲରକୁ କାମରେ ଲଗାଇଥିବା କଥା ସାମନାକୁ ଆସିଛି । ବୟଫ୍ରେଣ୍ଡଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ପୋଲିସ ଟିମ୍ ଏହି ୨୦-ବର୍ଷୀୟା ଯୁବତୀଙ୍କୁ ଗିରଫ କରିଛି ।
ଯୁବତୀଙ୍କ ଠାରୁ ହତ୍ୟା ପାଇଁ ସୁପାରୀ ନେଇଥିବା ଯୁବକ ପ୍ରଥମେ ବୟଫ୍ରେଣ୍ଡର ମୁଣ୍ଡକୁ ପିଟି ଫଟାଇ ଦେବା ପରେ ତା’ ଗଳା କାଟି ତାକୁ ହତ୍ୟା କରିଥିଲା । ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ଏହି ହତ୍ୟା ପାଇଁ ସୁପାରୀ କିଲରକୁ ଯୁବତୀ ଦେଢ଼ ଲକ୍ଷ ଟଙ୍କା ଓ ତା’ ସହ ସେକ୍ସ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ।
ଏହା ବି ପଢ଼ନ୍ତୁ | ବଦଳିଲେ ବଡ଼ ପୋଲିସ୍ ଅଫିସର୍; ଟ୍ବିନ୍ ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ବଦଳି ହେଲା
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଲୁଟେରା ରାଜ୍: ନ୍ୟୁଜ୍ ୧୮ ସାମ୍ବାଦିକଙ୍କୁ ରାସ୍ତାରେ ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା
‘‘ଚନ୍ଦୁକୁ ହତ୍ୟା କରିବା ପାଇଁ ଯୁବତୀ ଜଣକ ତା’ର ବନ୍ଧୁ ଭରତ ଗୁଜରକୁ ସୁପାରୀ ଦେଇଥିଲା । ଭରତ ଏହି ଯୁବତୀର ଜଣେ ଦୂର ସମ୍ପର୍କୀୟା ବୋଲି ବି ଜଣାପଡ଼ିଛି । ଭରତକୁ, ଏହି ଯୁବତୀଙ୍କୁ ଓ ତାଙ୍କ ବାପା ଓ ମା’ଙ୍କୁ ଏହି ହତ୍ୟାକୁ ଯୋଜନାବଦ୍ଧ ଭାବେ କରାଇଥିବା ଅଭିଯୋଗରେ ଗିରଫ କରାଯାଇଛି,’’ କହିଛନ୍ତି ବରିଷ୍ଠ ପୋଲିସ ଇନ୍ସପେକ୍ଟର୍ ଅନିଲ ଜିଟ୍ଟେୱାର୍ ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋ’ର - ସବ୍ୟସାଚୀ ମିଶ୍ରଙ୍କୁ ବାହା ହୋଇ କହିଲେ ଅର୍ଚ୍ଚିତା ସାହୁ
ଯୁବତୀଙ୍କ ଠାରୁ ତାଙ୍କ ବୟଫ୍ରେଣ୍ଡକୁ ହତ୍ୟା କରିବାକୁ ସୁପାରୀ ନେବା ପରେ ଭରତ ଗୁଜର ନିଜ ବନ୍ଧୁ ତଥା ଯୁବତୀଙ୍କ ବୟଫ୍ରେଣ୍ଡ୍ ଚନ୍ଦୁ ମହାପୁରକୁ ଡାକି ତା’ ସାଙ୍ଗରେ ମଦ ପିଇଥିଲା । ତା’ ପରେ ତା’ ମୁଣ୍ଡକୁ ବାଡ଼େଇ ଫଟେଇଦେବା ପରେ ତା’ ଗଳାକୁ ଏକ ଛୁରୀରେ କାଟି ତାକୁ ହତ୍ୟା କରିଥିଲା । ଚନ୍ଦୁ ଶବକୁ ଭରତ ଏକ ପରିତ୍ୟକ୍ତ କ୍ରଶର୍ ଖଣି ଭିତରକୁ ପ୍ରାୟ ୨୦୦ ଫୁଟ୍ ତଳକୁ ଫିଙ୍ଗି ଦେଇଥିଲା । ଏହି ହତ୍ୟା ଫେବୃଆରୀ ୨୫ରେ ହୋଇଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି ।
ଚନ୍ଦୁକୁ ହତ୍ୟା କରିବା ପଛରେ ଭରତ ସହ ଗୁଜରର ଏକ ବ୍ୟକ୍ତିଗତ କାରଣ ଥିବା ବି ପୋଲିସ ଜାଣିପାରିଛି । ଅସଲରେ ଚନ୍ଦୁ ସହିତ ତା’ର ଟଙ୍କା ପଇସାକୁ ନେଇ କିଛି ବିବାଦ ହୋଇଥିଲା ।