ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ପ୍ରେମ ବିବାହ କରିଥିବା ଝିଅର ସ୍ୱାମୀକୁ ତା’ ଆଖି ସାମନାରେ ଗୁଳି ମାରି ହତ୍ୟା କଲେ ତା’ ବାପା

ପ୍ରେମ ବିବାହ କରିଥିବା ଝିଅର ସ୍ୱାମୀକୁ ତା’ ଆଖି ସାମନାରେ ଗୁଳି ମାରି ହତ୍ୟା କଲେ ତା’ ବାପା

Honour killing: Woman father murders her husband for her love marriage | ପୂଜାଙ୍କ ବାପାଙ୍କ ନେତୃତ୍ୱରେ ଏକ ଡଜନରୁ ଅଧିକ ସଂଖ୍ୟାରେ ଆସିଥିବା ଲୋକେ ତାଙ୍କ ଘର ଭିତରକୁ ପଶିଥିଲେ । ପୂଜାଙ୍କ ଆଖି ସାମନାରେ ତାଙ୍କ ବାପା ତାଙ୍କ ସ୍ୱାମୀଙ୍କ ମୁଣ୍ଡ ଓ ଦେହରେ ଚାରିଟି ଗୁଳି ଚଳାଇଥିଲେ ।

ପ୍ରେମ ବିବାହ କରିଥିବା ଝିଅର ସ୍ୱାମୀକୁ ତା’ ଆଖି ସାମନାରେ ଗୁଳି ମାରି ହତ୍ୟା କଲେ ତା’ ବାପା
ପୂଜା ଓ ତାଙ୍କ ସ୍ୱାମୀ ଅବନୀଶ ସିଂ
  • News18 Odia
  • Last Updated: December 2, 2021, 2:50 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୋତିହାରୀ: ଝିଅ ନିଜ ବାପା-ମାଆଙ୍କ ବିନା ସହମତିରେ ପ୍ରେମ ବିବାହ କଲେ ପରିବାରରେ ଝଡ଼ ସୃଷ୍ଟି ହୁଏ ଓ ଅଧିକାଂଶ ସମୟରେ ଝିଅର ବୈବାହିକ ଜୀବନ ବି ଏହା ଦ୍ୱାରା ପ୍ରଭାବିତ ହୁଏ । କେତେକ ସ୍ଥାନରେ ତ ଏମିତି ଘଟଣା ପରେ ‘ଅନର୍‌ କିଲିଂ’’ ବା ପରିବାରର ସମ୍ମାନ ପାଇଁ ହତ୍ୟା ପରି ଘଟଣା ବି ଘଟୁଥିବା ଦେଖାଯାଏ । ଏମିତି ଏକ ତାଜା ଘଟଣାରେ ଝିଅର ବାପା ନିଜେ ଝିଅର ସ୍ୱାମୀଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଛନ୍ତି । ଝିଅର ଶାଶୁ-ଶ୍ୱଶୁରଙ୍କୁ ବି ହତ୍ୟା କରିବାକୁ ପ୍ରୟାସ କରାଯାଇଥିଲା, ଯାହା ପରେ ଏବେ ସେମାନେ ହସପିଟାଲରେ ଗୁରୁତର ସ୍ଥିତିରେ ଚିକିତ୍ସିତ ହେଉଛନ୍ତି ।

ଏହି ହୃଦୟ-ବିଦାରକ ଘଟଣା ଘଟିଛି ବିହାରର ମୋତିହାରୀ ଜିଲ୍ଲାରେ । ପୂଜା ନାମକ ଯୁବତୀଙ୍କ ପ୍ରେମ ବିବାହରେ ଅସନ୍ତୁଷ୍ଟ ଥିବା ତା’ ପରିବାର ସଦସ୍ୟମାନେ ଜ୍ୱାଇଁ ଅବନୀଶଙ୍କ ଘରେ ପଶି ଖାଲି ତାଙ୍କୁ ହତ୍ୟା କରି ନ ଥିଲେ, ବରଂ ପୂଜାର ଶ୍ୱଶୁରଙ୍କୁ ବି ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଏହି ଆକ୍ରମଣ ବେଳେ ପୂଜାର ଆଠ ମାସର କୁନି ଝିଅକୁ ବି ତା’ ବାପା ଉଠେଇ ନେଇ ଗାଁରେ ଛାଡି଼ ଦେଇଥିଲେ । କୁନି ଶିଶୁକୁ ପରେ ଗାଁ ଲୋକେ ପୂଜା ପାଖକୁ ନେଇଯାଇଥିଲେ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅନନ୍ୟା ପାଣ୍ଡେଙ୍କ ଭଉଣୀ ଆଲାନା ପାଣ୍ଡେଙ୍କୁ ତାଙ୍କ ବୟଫ୍ରେଣ୍ଡ୍ ରୋମାଣ୍ଟିକ୍ ଷ୍ଟାଇଲରେ ପ୍ରପୋଜ୍ କଲେ ଓ KISS କଲେ

ପୂଜା ଥାନାରେ ଦେଇଥିବା ଏତାଲା ମୁତାବକ ତା’ ବାପା ତା’ ଶାଶୁ ଘରେ ଧସେଇ ପଶିଥିଲେ ଓ ତା’ ସ୍ୱାମୀ ଅବନୀଶଙ୍କୁ ଗୁଳି କରି ହତ୍ୟା କରିଥିଲେ । ପୂଜାର ଏତାଲା ଆଧାରରେ ପୋଲିସ ୧୨ ଜଣଙ୍କ ବିରୋଧରେ ଏକ ଏଫ୍‌.ଆଇ.ଆର୍‌. ରୁଜୁ କରିଛି । ପୂଜା ନିଜ ବାପା ଓ ଭାଇମାନଙ୍କ ବିରୁଦ୍ଧରେ ତା’ ସ୍ୱାମୀଙ୍କୁ ହତ୍ୟା କରିବା ଅଭିଯୋଗ କରିଛନ୍ତି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏସ୍‌.ପି. ପୀଡିତା ପୂଜାଙ୍କ ଶାଶୁ ଘର ଲୋକଙ୍କୁ ଭେଟି ପୂରା ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ମୋତିହାରୀ ଜିଲ୍ଲାର ଜିତାନା ଥାନା ଅଞ୍ଚଳର ସାଥୁରା ଗ୍ରାମରେ ଘଟିଥିବା ଏହି ଘଟଣା ପରେ ଲୋକେ ଭୟଭୀତ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ | ପେନସନ୍ ପାଉଥିବା ଲୋକଙ୍କ ପାଇଁ ଖୁସି ଖବର: ମୋଦି ସରକାର ବଢ଼ାଇ ପାରନ୍ତି ପେନସନ୍

ଏହି ହତ୍ୟାକାଣ୍ଡ ଘଟାଇବା ପରେ ପୂଜା ଓ ଅବନୀଶଙ୍କ ପ୍ରେମର ସଙ୍କେତ ଆଠ ମାସର କୁନି ଝିଅ କନକକୁ ଉଠେଇ ନେଇ ଗାଁରେ ଛାଡି଼ ଦେଇଥିଲେ ପୂଜାର ବାପା । ପରେ ଗ୍ରାମବାସୀମାନଙ୍କ ସହାୟତାରେ କୁନି ଝିଅଟିକୁ ସୁରକ୍ଷିତ ଭାବେ ପୂଜା ପାଖକୁ ଅଣାଯାଇଥିଲା । ଏକ ଡଜନରୁ ଅଧିକ ସଂଖ୍ୟାରେ ପହଞ୍ଚିଥିବା ଆକ୍ରମଣକାରୀମାନେ ଅବନୀଶଙ୍କ ମୁଣ୍ଡ ଓ ଶରୀରରେ ଚାରିଟି ଗୁଳି ଚଳାଇବାରୁ ସେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଆକ୍ରମଣକାରୀମାନେ ଅବନୀଶଙ୍କ ବାପା ପ୍ରେମଚନ୍ଦ୍ର ସିଂ ଓ ମା’ଙ୍କ ସହ ପୂଜାକୁ ବି ଖୁବ୍‌ ପିଟିଥିଲେ ।

ଏହା ବି ପଢ଼ନ୍ତୁ | ବିହାରରେ ମଦ ବ୍ୟାନ୍ ହୋଇଛି, ହେଲେ ବିଷାକ୍ତ ମଦ ପିଇ ୪୦ ମଲେଣି; ଏବେ ସହଯୋଗୀ BJPର ଟାର୍ଗେଟରେ CM ନୀତିଶ କୁମାର

ଏବେ ମୋତିହାରୀ ସଦର ଡାକ୍ତରଖାନାର ଇଣ୍ଟେନ୍ସିଭ୍ କେୟାର ୟୁନିଟରେ (ICU) ଭର୍ତ୍ତି ହୋଇଥିବା ମୃତ ଅବନୀଶଙ୍କ ମା’ଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କ ବାପା ପ୍ରେମଚନ୍ଦ୍ର ସିଂଙ୍କ ଗୋଡ଼ର ହାଡ଼ ଭାଙ୍ଗିଯାଇଛି ଓ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଅବନୀଶଙ୍କ ମା’ ଏବେ ବି ଚେତାଶୂନ୍ୟ ହୋଇ ପଡି଼ ରହିଛନ୍ତି। ପ୍ରେମଚନ୍ଦ୍ର ସିଂ ଗ୍ରାମୀଣ ଡାକ କାର୍ଯ୍ୟାଳୟରେ ପୋଷ୍ଟମାଷ୍ଟର୍‌ ଭାବରେ କାର୍ଯ୍ୟ କରୁଛନ୍ତି । ପୂଜା କହିଛନ୍ତି ସେ ବିବାହ କରିବା ସମୟରୁ ଏମିତି ଆକ୍ରମଣର ଆଶଙ୍କା କରି ବରିଷ୍ଠ ପୋଲିସ ଅଧିକାରୀଙ୍କ ଠାରୁ ଆରମ୍ଭ କରି କନିଷ୍ଠ ଅଧିକାରୀଙ୍କ ନିକଟରେ ବାରମ୍ବାର ନିବେଦନ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅନଲାଇନରେ ହେଲା ବାହାଘର; କନ୍ୟା ଘର ବଲାଙ୍ଗିରରେ, ବର ଘର ମୁମ୍ବାଇରେ, ବିବାହ ଆମେରିକାରେ

ପୂଜା କହିଛନ୍ତି ଯେ ଅକ୍ଟୋବର ୨୬ ତାରିଖରେ ଥାନାରୁ କେତେକ ଅଦିକାରୀ ତାଙ୍କ ଘରକୁ ଆସିଥିଲେ, ହେଲେ ପୋଲିସ ଚାଲିଯିବାର ଅଧ ଘଣ୍ଟା ପରେ ଏହି ଆକ୍ରମଣ କରାଯାଇଥିଲା । ଆକ୍ରମଣକାରୀମାନେ ଘରର କାନ୍ଥ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ ଓ ପୂଜାଙ୍କ ଆଖି ସାମନାରେ ଗୁଳି କରି ତାଙ୍କ ସ୍ୱାମୀ ଅବନୀଶଙ୍କୁ ହତ୍ୟା କରିଥିଲେ । ମୃତ ଅବନୀଶଙ୍କ ଆହତ ବାପା ପ୍ରେମଚନ୍ଦ୍ର ସିଂ କହିଛନ୍ତି ଯେ ପୋଲିସ ଉପରେ ତାଙ୍କର ବିଶ୍ୱାସ ହଟିଯାଇଛି । ସୁରକ୍ଷା ପାଇଁ ବାରମ୍ବାର ଅନୁରୋଧ ସତ୍ତ୍ୱେ ତାଙ୍କ ପୁଅକୁ ଆକ୍ରମଣ କରି ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି । ମୃତ ଅବନୀଶଙ୍କ ଭାଇ ସଚିନ କହିଛନ୍ତି ଯେ ତାଙ୍କ ଭାଇଙ୍କୁ ତାଙ୍କ ଶ୍ୱଶୁର ଚାରିଟି ଗୁଳି ମାରିଥିଲେ, ଯେଉଁଥି ପାଇଁ ସେ ସେଇଠି ମୃତ୍ୟୁ ବରଣ କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନବୀନ ପଟ୍ଟନାୟକ  ଜଗନ ମୋହନ ରେଡ୍ଡୀଙ୍କ ବୈଠକରେ ଓଡ଼ିଶା ଆନ୍ଧ୍ର ମଧ୍ୟରେ ବିବାଦ ତୁଟାଇବା ପାଇଁ ସହମତି ହେଲା

ଏହି ମାମଲାରେ ପୀଡି଼ତା ପୂଜାଙ୍କ ଶାଶୁ ଘର ଲୋକଙ୍କୁ ଭେଟିବା ପରେ ମୋତିହାରୀ ଏସ୍‌.ପି. ନବୀନ ଚନ୍ଦ୍ର ଝା କହିଛନ୍ତି ଯେ ୧୨ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ବାରମ୍ବାର ସୁରକ୍ଷା ଦାବି ଉପରେ ସେ କହିଛନ୍ତି ଯେ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅପରାଧୀମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି ।
Published by: Anand S.T. Das
First published: November 10, 2021, 11:57 PM IST