News18 Odia Digital
ଗୁଆହାଟି: ଜଣେ ବିବାହିତା ମହିଳା ନିଜ ଶାଶୁଘରୁ କାହା ସାଙ୍ଗରେ ପଳେଇଗଲେ ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି ଓ ସାଧାରଣତଃ ସେହି ମହିଳାଙ୍କୁ ଭଲ ବୋଲି ଭାବନ୍ତି ନାହିଁ । କିନ୍ତୁ ଜଣେ ମହିଳା ନିଜ ଶାଶୁଘରୁ ପ୍ରାୟ ୨୫ ଥର ପଳେଇଯାଇଥିବା ପରି ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ପ୍ରତି ଥର ଏହି ମହିଳା ଭିନ୍ନ ଭିନ୍ନ ପ୍ରେମିକଙ୍କ ସହ ଘରୁ ପଳେଇଥିଲେ ବୋଲି ଜଣାପଡ଼ିଛି ।
ଏହି ଘଟଣା ଗଠିଛି ଆସାମର ନାଗାଓଁ ଜିଲ୍ଲାରେ । ସେଠାରେ ଜଣେ ବିବାହିତା ମହିଳା ଗତ ଦଶ ବର୍ଷ ମଧ୍ୟରେ ନିଜ ଶାଶୁଘରୁ ୨୫ ଥର ପଳାଇଥିବାର ଅଭିଯୋଗ ହୋଇଛି। ମହିଳାଙ୍କ ଶ୍ୱଶୁରଙ୍କ କହିବା ଅନୁସାରେ ସେ ବିବାହ କରିବା ପରଠାରୁ ବିଭିନ୍ନ ପର ପୁରୁଷଙ୍କ ସହିତ ୨୦ରୁ ୨୫ ଥର ପଳେଇଛନ୍ତି (woman elopement) ।
ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ରହସ୍ୟ: ସେ ପାଣିରେ ପଡ଼ିବା ଆଗରୁ ମୃତ୍ୟୁ ହୋଇଥିଲା; ତାଙ୍କ ୨ ସାଙ୍ଗ ହୋଟେଲରେ ଲୁଚିଥିଲେପ୍ରତି ଥର ଘରୁ ପଳେଇବା ପରେ ଏହି ମହିଳା ପୁଣି ନିଜ ଶାଶୁଘରକୁ ଫେରିଛନ୍ତି । ପ୍ରତି ଥର ଏମିତି ହେବା ପରେ ତାଙ୍କ ସ୍ୱାମୀ ତାଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ଥିଲେ ବୋଲି କହିଛନ୍ତି ମହିଳାଙ୍କ ଶ୍ୱଶୁର । କେନ୍ଦ୍ରୀୟ ଆସାମର ଢିଙ୍ଗ୍ ଲାହାକର୍ ଗାଁର ବାସିନ୍ଦା ଏହି ମହିଳା ଓ ତାଙ୍କ ସ୍ୱାମୀଙ୍କର ତିନୋଟି ସନ୍ତାନ ଅଛନ୍ତି । ସେମାନଙ୍କର ସାନ ସନ୍ତାନଟି ତିନି ମାସର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମୋବାଇଲ୍ ଫୋନ୍ ହେଲା କାଳ; ଗେମ୍ ଖେଳିବାକୁ ନ ଦେବାରୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ରଅତୀତରେ ଏହି ମହିଳା ଯେତେ ଥର ନିଜ ଘରୁ ପଳାଇ ଯାଇଛନ୍ତି, ପ୍ରତି ଥର ସେ କିଛି ଦିନ ମଧ୍ୟରେ ଫେରି ଆସିଛନ୍ତି । କିଛି ଦିନ ତଳେ ସେ ତାଙ୍କ ସ୍ଥାନୀୟ ଅଞ୍ଚଳର ଜଣେ ପୁରୁଷଙ୍କ ସହ ପଳାଇଯାଇଥିବା ଅଭିଯୋଗ ହୋଇଛି । ଏହି ପଳାୟନ ତାଙ୍କର ୨୫ତମ ପଳାୟନ ବୋଲି ଜଣାପଡି଼ଛି (Assam woman elopenment)।ଏହି ମହିଳାଙ୍କ ସ୍ୱାମୀ ବୃତ୍ତିରେ ଜଣେ ଡ୍ରାଇଭର୍ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମର୍ମନ୍ତୁଦ ଦୁର୍ଘଟଣା: ପଶ୍ଚିମ ବଙ୍ଗରୁ ରାଉରକେଲା ଫେରିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ସହ ଦୁଇ ଶିଶୁ ମୃତ“ସେପ୍ଟେମ୍ବର ୪ ତାରିଖରେ ମୁଁ ମୋଟର୍ ଗ୍ୟାରେଜରୁ ଘରକୁ ଫେରି ମୋ’ ପତ୍ନୀଙ୍କୁ ଖୋଜିଲି, ହେଲେ ତାଙ୍କୁ ଘରେ ପାଇଲି ନାହିଁ । ମୋ’ର ତିନି ମାସର ଶିଶୁକୁ ପାଖ ଘର ଲୋକଙ୍କୁ ଦେଇ ମୋ’ ସ୍ତ୍ରୀ ପଳାଇ ଯାଇଥିଲେ ।ସେ ପଡ଼ୋଶୀମାନଙ୍କୁ କହିଥିଲେ ଯେ ସେ ଛେଳିମାନଙ୍କ ପାଇଁ କିଛି ଖାଦ୍ୟ ଆଣିବାକୁ ଯାଉଛନ୍ତି । ସେ ମୋ’ ଘରୁ ୨୨,୦୦୦ ଟଙ୍କା ଓ କିଛି ସୁନା ଅଳଙ୍କାର ନେଇଯାଇଥିଲେ,’’ କହିଛନ୍ତି ମହିଳାଙ୍କ ସ୍ୱାମୀ ।
ମହିଳାଙ୍କ ଶ୍ୱଶୁର କହିଛନ୍ତି, ‘‘ଆମେ ଏ ପର୍ଯ୍ୟନ୍ତ ଜାଣି ନାହୁଁ ସେ ଏ ଥର କାହା ସହ ପଳାଇଛି ।’’
ଏହା ବି ପଢ଼ନ୍ତୁ | ଦେବୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲା ପିଲାଟି, ତା’ ବେକକୁ କାମୁଡ଼ି ଝାମ୍ପି ନେଇଗଲା ଚିତାବାଘଢିଙ୍ଗ୍ ଲାହକର୍ ଗାଁର ଲୋକେ ଅଭିଯୋଗ କରିଛନ୍ତି ଯେ ଏହି ମହିଳା ଜଣକ ନିଜ ବିବାହ ପରଠାରୁ ତାଙ୍କ ଅଞ୍ଚଳରେ ଅନେକ ବ୍ୟକ୍ତିଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ କରିଥିଲେ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।