ବାଥରୁମ୍‌ରେ ଗାଧୋଇବା ବେଳେ ଗିଜର୍‌ରୁ ଗ୍ୟାସ୍ ଲିକ୍ ହେବାରୁ ଯୁବତୀଙ୍କ ମୃତ୍ୟୁ ହେଲା

ପରିବାର ଲୋକେ ବାଥରୁମର କବାଟ ଭାଙ୍ଗି ଦେଖିଲେ ଯେ ଯୁବତୀ ଓଦା ଚଟାଣ ଉପରେ ଚେତାଶୂନ୍ୟ ହୋଇ ପଡ଼ିଛନ୍ତି । ତାଙ୍କୁ ଉଠାଇ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ହେଲେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଯୁବତୀଙ୍କ ମୃତ୍ୟୁ ପରେ କ୍ରନ୍ଦନରତ ତାଙ୍କ ପରିବାର

ଯୁବତୀଙ୍କ ମୃତ୍ୟୁ ପରେ କ୍ରନ୍ଦନରତ ତାଙ୍କ ପରିବାର

  • Share this:
News18 Odia Digital

ଏଟାୱା: ଭୀଷଣ ଶୀତରେ ଗାଧୋଇବା ପାଇଁ ଟିକେ ଉଷୁମ ପାଣି ପାଇବାକୁ ବ୍ୟବହାର ହେଉଥିବା ଗ୍ୟାସ୍ ଗିଜର (gas geyser) ମୃତ୍ୟୁର କାରଣ ପାଲଟିଛି । ଦେଖାଯାଉଛି ଯେ ଗ୍ୟାସ୍ ଗିଜର ବ୍ୟବହାର କରୁଥିବା ଲୋକେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଏକ ତାଜା ଘଟଣାରେ ବାଥରୁମରେ ଗାଧୋଉଥିବା ବେଳେ ଗିଜରରୁ ଗ୍ୟାସ୍‌ ଲିକ୍‌ ହେବା କାରଣରୁ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି ।

ଏହି ଦୁଃଖଦ ଘଟଣା ଘଟିଛି ଉତ୍ତର ପ୍ରଦେଶର ଏଟାୱା ଅନ୍ତର୍ଗତ କୋଟୱାଲି ଅଞ୍ଚଳରେ । ଯୁବତୀଙ୍କ ମୃତ୍ୟୁ ପରେ ଲୋକେ ଗ୍ୟାସ୍‌ ଗିଜର ବ୍ୟବହାରକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ବାଥରୁମରେ ଗୁରୁତର ସ୍ଥିତିରେ ପଡ଼ିରହିଥିବା ଯୁବତୀଙ୍କୁ ତାଙ୍କ ପରିବାର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ମୃତ ଦେହକୁ ଶବାଗାରରେ ରଖି ପୋଲିସକୁ ସୂଚନା ଦିଆଯାଇଥିଲା।

ଏହା ବି ପଢ଼ନ୍ତୁ | Budget 2021: ନିର୍ମଳା ସୀତାରମଣଙ୍କ ବଜେଟର ୧୪ଟି ମୁଖ୍ୟ କଥା ସହଜ ଭାଷାରେ ପଢ଼ନ୍ତୁ

ଯୁବତୀଙ୍କ ପରିବାର ସଦସ୍ୟମାନଙ୍କ କହିବା ଅନୁସାରେ ବାଥରୁମରେ ଥିବା ଗିଜରରୁ ଗ୍ୟାସ୍ ବାହାରିବା କାରଣରୁ ଯୁବତୀ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିଲେ । ପୋଲିସ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ମୃତା ଯୁବତୀଙ୍କୁ ଇଟାୱା ସହରର ନୌରଙ୍ଗାବାଦ ଶାହି ମସଜିଦ ନିକଟରେ ରହୁଥିବା ମହମ୍ମଦ ଫୈଜାନଙ୍କ ୨୨ ବର୍ଷୀୟା ପତ୍ନୀ ଇନାରା ଫୈଜାନ ଭାବେ ଚିହ୍ନଟ କରାଯାଇଛି ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ‘କିଛି ସତର୍କତା ଜରୁରୀ,’ କହିଲେ ବିଶେଷଜ୍ଞ

‘‘ସକାଳ ପ୍ରାୟ ୧୧ଟା ବେଳେ ସେ (ଇନାରା) ବାଥରୁମକୁ ଗାଧୋଇବାକୁ ଯାଇଥିଲା । ବହୁତ ସମୟ ପରେ ବି ସେ ବାହାରକୁ ନ ଆସିବାରୁ ମୁଁ ତାକୁ ଅନେକ ଥର ଡାକିଥିଲି । କିନ୍ତୁ ଭିତରରୁ କବାଟ ବନ୍ଦ ହୋଇଥିଲା ଓ କୌଣସି ଉତ୍ତର ଆସି ନ ଥିଲା । ତା’ ପରେ ମୁଁ ମୋ’ ସ୍ୱାମୀ ଓ ପୁଅଙ୍କୁ ଫୋନ୍ ଯୋଗେ ଜଣାଇଥିଲି,’’ କହିଛନ୍ତି ଇନାରାଙ୍କ ଶାଶୁ ରୋଶନ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୫୧ ବର୍ଷ ବୟସରେ ବି ଗାୟିକା ଜେନିଫର୍ ଲୋପେଜ୍ ଏତେ ସୁନ୍ଦର; ଫ୍ୟାନମାନଙ୍କ ହୃହୟରେ ରହିଛନ୍ତି

କିଛି ସମୟ ପରେ ଯେତେବେଳେ ରୋଶନଙ୍କ ସ୍ୱାମୀ ଘରେ ପହଞ୍ଚି ବାଥରୁମର କବାଟ ଭାଙ୍ଗିଲେ, ବୋହୂକୁ ଓଦା ଚଟାଣ ଉପରେ ଚେତାଶୂନ୍ୟ ହୋଇ ପଡ଼ିଥିବା ଦେଖିଲେ । ସେ ତାଙ୍କୁ ଉଠାଇ ତୁରନ୍ତ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ସଙ୍ଗେ ସଙ୍ଗେ ମୃତ ଘୋଷଣା କରିଥିଲେ ।

ଏହା ବି ପଢ଼ନ୍ତୁ | FM Exclusive Interview: ସାଧାରଣ ଜନତାଙ୍କ ଉପରେ Budget 2021 କିଛି ପ୍ରଭାବ ପକାଇବ ନାହିଁ

ରୋଶନ କହିଛନ୍ତି ଯେ ଇନାରାଙ୍କ ସହ ତାଙ୍କ ପୁଅର ବିବାହ ଅଗଷ୍ଟ ୧୭ ତାରିଖରେ ହୋଇଥିଲା । ବୋହୂର ଅକାଳ ମୃତ୍ୟୁରେ ପୂରା ପରିବାର ଚକିତ ହୋଇଯାଇଛନ୍ତି ।



ଏଟାୱାରେ ଏହି ପ୍ରକାର ମୃତ୍ୟୁର ଏହା ପ୍ରଥମ ଘଟଣା ନୁହେଁ । ପ୍ରାୟ ପନ୍ଦର ଦିନ ତଳେ ଅନ୍ୟ ଜଣେ ମହିଳା ବାଥରୁମରେ ସମାନ ଢଙ୍ଗରେ ଗ୍ୟାସ ଗିଜର ବ୍ୟବହାର କରି ଗାଧୋଉଥିବା ବେଳେ ମୃତ୍ୟୁ ବରଣ କରିଥିଲେ ।
Published by:Anand ST Das
First published: