ଶସ୍ତାରୁ ହିନସ୍ତା: କମ୍ ଟଙ୍କାରେ ସର୍ଜରୀ କରିବାକୁ ଯାଇ ଜୀବନ ହରାଇଲେ ଜଣେ ୨୨ ବର୍ଷୀୟ ଯୁବତୀ

ମେକ୍ସିକୋରେ ରହୁଥିବା ଜଣେ ୨୨ ବର୍ଷୀୟା ସିନ୍ଥିଆ ଲିଜେଥ୍ ଭେଗାଙ୍କୁ ଶସ୍ତା ଲୋଭରେ ଜୀବନ ହରାଇବାକୁ ପଡ଼ିଲା। ହିପ୍ ଟ୍ରାନ୍ସପ୍ଲାଣ୍ଟ୍ (Bum Transplant) ଚକ୍କରରେ ଚାଲି ଗଲା ଜୀବନ ।

କମ୍ ଟଙ୍କାରେ ସର୍ଜରୀ କରିବାକୁ ଯାଇ ଜୀବନ ହରାଇଲେ ଜଣେ ୨୨ ବର୍ଷୀୟ ଯୁବତୀ

କମ୍ ଟଙ୍କାରେ ସର୍ଜରୀ କରିବାକୁ ଯାଇ ଜୀବନ ହରାଇଲେ ଜଣେ ୨୨ ବର୍ଷୀୟ ଯୁବତୀ

  • Share this:
News18 Odia Digital

ଦୁନିଆର ସବୁ ଝିଅ ଓ ମହିଳା ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । ପୂର୍ବ ସମୟରେ, ମହିଳାମାନେ କ୍ରିମ୍-ପାଉଡର ମାଧ୍ୟମରେ ସେମାନଙ୍କର ସୌନ୍ଦର୍ଯ୍ୟ ବଢ଼ାଇବାକୁ ଚେଷ୍ଟା କରୁଥିଲେ ହେଲେ ବର୍ତ୍ତମାନ ବୋଟକ୍ସ ଓ ସର୍ଜରୀ ଭଳି ଅନେକ ପ୍ରକାରର ଇଞ୍ଜେକ୍ସନ୍ ମଧ୍ୟ ମହିଳାମାନଙ୍କୁ ସେମାନଙ୍କର ସୌନ୍ଦର୍ଯ୍ୟ ବଢ଼ାଇବାକୁ ସୁଯୋଗ ଦେଉଛି । ପୂର୍ବ ସମୟରେ, ପ୍ଲାଷ୍ଟିକ୍ ସର୍ଜରୀ କରାଯାଇଥିଲା ଯେତେବେଳେ କେହି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ କିମ୍ବା ତାଙ୍କ ମୁହଁ କିମ୍ବା କୌଣସି ଅଂଶ ନଷ୍ଟ ହୋଇଯାଇଥିଲା । କିନ୍ତୁ ବର୍ତ୍ତମାନ କେବଳ ମହିଳା ନୁହଁନ୍ତି, ଅନେକ ପୁରୁଷ ମଧ୍ୟ ସେମାନଙ୍କର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇବା ପାଇଁ ପ୍ଲାଷ୍ଟିକ୍ ସର୍ଜରୀ କରନ୍ତି । କେବଳ ଚେହେରା ନୁହେଁ, ଶରୀରର ଅନେକ ଅଙ୍ଗ ମଧ୍ୟ ଅସ୍ତ୍ରୋପଚାର କରି ସୌନ୍ଦର୍ଯ୍ୟ ବଢ଼ାଉଛନ୍ତି ।

ଆଜିର ସମୟରେ ସ୍ତନ ପ୍ରତିରୋପଣ କିମ୍ବା ବଟ ଲିଫ୍ଟ ସର୍ଜରୀ ମଧ୍ୟ କରାଯାଉଛି । ଏହି ସମସ୍ତ ଅସ୍ତ୍ରୋପଚାର ମାଧ୍ୟମରେ ସିଲିକନ୍ ଶରୀରର ବିଭିନ୍ନ ଅଙ୍ଗରେ ରଖାଯାଏ ଓ ଏହା ଧିରେ ଧିରେ ଶରୀରକୁ ଏକ ଆକାର ଦେଇ ସୌନ୍ଦର୍ଯ୍ୟ ବଢ଼ାଇ ଥାଏ । ତଥାପି, ଏହି ପ୍ରକ୍ରିୟା ପାଇଁ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡ଼ିବ ଲକ୍ଷ ଲକ୍ଷ ଟଙ୍କା ।

ଏହା ସତ୍ତ୍ୱେ ଅନେକ ଲୋକ ଏପରି ଅସ୍ତ୍ରୋପଚାର କରନ୍ତି । ହେଲେ ଭଲ ଦେଖାଯିବାର ଇଚ୍ଛା ମଧ୍ୟ ବେଳେବେଳେ ସାଂଘାତିକ ହୋଇଯାଏ । ଲୋକଙ୍କ ଏହି ଇଚ୍ଛାର ସୁଯୋଗ ନେଇ ମେକ୍ସିକୋର ଜଣେ ବ୍ୟକ୍ତି ପ୍ଲାଷ୍ଟିକ୍ ସର୍ଜରୀର ପ୍ରଲୋଭନ ଦେଖାଇ ଲୋକଙ୍କ ଜୀବନ ସହ ଖେଳୁଛନ୍ତି । ତାଙ୍କର କୌଣସି ପ୍ରକାର ଲାଇସେନ୍ସ ମଧ୍ୟ ନଥିଲା । ଏହା ସତ୍ତ୍ବେ ଶସ୍ତା ମୂଲ୍ୟ ଦେଖି ଲୋକେ ଅସ୍ତ୍ରୋପଚାର ପାଇଁ ତାଙ୍କ ନିକଟକୁ ଆସୁଥିଲେ । ଏହା କରିବା ୨୨ ବର୍ଷୀୟା ସିନ୍ଥିଆଙ୍କ ପାଇଁ ମହଙ୍ଗା ପଡ଼ିଥିଲା, ଯିଏ ସେଠାରେ ୱେଟ୍ରେସ୍ ଭାବରେ କାମ କରୁଥିଲେ ।

Bum Transplant ପଡ଼ିଲା ମହଙ୍ଗା


ମାତ୍ର ୧୪,୦୦୦ ଲକ୍ଷ ଟଙ୍କାର ସେବା ଦେଉଥିଲେ

ଶସ୍ତା Bum Transplant ସର୍ଜରୀର ଲୋଭରେ ସିନ୍ଥିଆ ଫସି ଯାଇଥିଲେ । ମେକ୍ସିକୋର ଏଲୋହିମ୍ ଇଣ୍ଟିଗ୍ରାଲ୍ ଆଷ୍ଟେଟିକ୍ ସର୍ଭିସେସ୍ ନାମକ ଏକ ନକଲି କ୍ଲିନିକର କର୍ମଚାରୀମାନେ ବିନା ଲାଇସେନ୍ସରେ ଲୋକଙ୍କର ପ୍ଲାଷ୍ଟିକ୍ ସର୍ଜରୀ କରୁଥିଲେ। ଲୋକେ ଶସ୍ତା ମୂଲ୍ୟ ଦେଖିବା ପରେ ତାଙ୍କ ନିକଟକୁ ଆସୁଥିଲେ । ସିନ୍ଥିଆ ମଧ୍ୟ ଦୀର୍ଘ ସମୟ ଧରି Bum Transplant କରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ପାଖରେ ଟଙ୍କା ନଥିଲା। ଏପରି ପରିସ୍ଥିତିରେ, ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ଏହି କ୍ଲିନିକ୍ ମାତ୍ର ୧୪,୦୦୦ ଟଙ୍କା ଲୋକଙ୍କ ପାଇଁ ଏହି ଅସ୍ତ୍ରୋପଚାର କରୁଛି, ସେତେବେଳେ ସେ ନିଜକୁ ଅଟକାଇ ପାରିନଥିଲେ। କ୍ୱାକଙ୍କ ହାତରେ ଅସ୍ତ୍ରୋପଚାର କରାଯାଉଥିବା ବେଳେ ତାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା ଓ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା।

କମ୍ ଟଙ୍କାରେ ସର୍ଜରୀ କରିବାକୁ ଯାଇ ଜୀବନ ହରାଇଲେ ଜଣେ ୨୨ ବର୍ଷୀୟ ଯୁବତୀ


ଏହି ଘଟଣା ପରେ ସମସ୍ତଙ୍କ କ୍ଲିନିକର ସମସ୍ତଙ୍କ କର୍ମଚାରୀ ପଳାଇଥିଲେ

ସିନ୍ଥିଆଙ୍କ ପିତାମାତା ତାଙ୍କୁ ଏପରି ଅସ୍ତ୍ରୋପଚାର କରିବାକୁ ବାରଣ କରୁଥିଲେ। କିନ୍ତୁ ସିନ୍ଥିଆ କାହା କଥା ଶୁଣିଲେ ନାହିଁ। ପରିଶେଷରେ, ଅସ୍ତ୍ରୋପଚାର ସମୟରେ ଭୁଲ ଇଞ୍ଜେକ୍ସନ ହେତୁ ତାଙ୍କ ରକ୍ତଚାପ ଯଥେଷ୍ଟ ବୃଦ୍ଧି ପାଇଲା, ଯାହା ଦ୍ବାରା ତାଙ୍କର ମୃତ୍ୟୁ ଘଟିଥିଲା। ସିନ୍ଥିଆଙ୍କ ମୃତ୍ୟୁ ପରେ କ୍ଲିନିକର ରାଜ୍ ଖୋଲିଯାଇଥିଲା । ତେବେ ପୋଲିସ ପହଞ୍ଚିବା ପୂର୍ବରୁ କ୍ଲିନିକର ସମସ୍ତ କର୍ମଚାରୀ ସେଠାରୁ ପଳାଇ ଯାଇଥିଲେ। ଏହି ପ୍ରସଙ୍ଗରେ ସ୍ୱାସ୍ଥ୍ୟ ପ୍ରାଧିକରଣ ଏକ ବିବୃତ୍ତି ଜାରି କରି କହିଛି ଯେ କ୍ଲିନିକ୍ ନକଲି ଓ ଏଠାରେ କାର୍ଯ୍ୟ କରୁଥିବା କାହାରିକୁ ଏହି ଅସ୍ତ୍ରୋପଚାର ପାଇଁ ଅନୁମତି ଦିଆଯାଇ ନାହିଁ। ବର୍ତ୍ତମାନ ସିନ୍ଥିଆର ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହା ପରେ ହିଁ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ବାହାରକୁ ଆସିବ ।
Published by:Lipina Das
First published: