News18 Odia Digital
ହୋଶଙ୍ଗାବାଦ: ସଡ଼କ ଉପରେ ସର୍ବସାଧାରଣଙ୍କ ସାମନାରେ ଏହି ନାଟକୀୟ ଦୃଶ୍ୟ ଘଟୁଥିଲା । ଗୋଟିଏ ପଟେ ପ୍ରେମିକ ବିବାହ କରୁଥିଲେ, ଆଉ ଅନ୍ୟ ପଟେ ପ୍ରେମିକା ବିବାହ ମଣ୍ଡପ ବିଲଡିଂ ବାହାରେ ‘‘ସୋନା ବାବୁ… ସୋନା ବାବୁ’’ ବୋଲି ଚିତ୍କାର କରି କାନ୍ଦୁଥିଲେ । ଏହି ଦୃଶ୍ୟ ବେଶ୍ କିଛି ସମୟ ପାଇଁ ରାସ୍ତାର ଟ୍ରାଫିକକୁ ରୋକିଦେଇଥିଲା । ଲୋକେ ଜାଣିବାକୁ ଚାହୁଁଥିଲେ ହୋଇଛି କ’ଣ ଓ ଏମିତି ଅନ୍ୟାୟ କାହିଁକି ହେଉଛି ।
ଏହି ଅବାବନୀୟ ଘଟଣା ଘଟିଛି ମଧ୍ୟ ପ୍ରଦେଶର ହୋଶଙ୍ଗାବାଦ ଜିଲ୍ଲାରେ । ଗୁରୁବାର ଦିନ ସେଠାରେ ହୋଇଥିବା ଏକ ବିବାହ ସମୟରେ ଜଣେ ଯୁବତୀ ବିବାହ ମଣ୍ଡପର ବାହାରେ ବଡ଼ ପାଟିରେ କାନ୍ଦୁଥିବା ଓ ଅଭିଯୋଗ କରୁଥିବା ଦେଖାଯାଇଥିଲା । ଉତ୍ତେଜନା ବଢୁଥିବା ଦେଖି ପୋଲିସ ଏଥିରେ ହସ୍ତକ୍ଷେପ କରି ଯୁବତୀକୁ ପୋଲିସ ଷ୍ଟେସନକୁ ଆଣିଥିଲା । ତାକୁ ପଚାରି ପୋଲିସ ସାରା ମାମଲା ଜାଣିବାକୁ ପାଇଲା, ହେଲେ ଯୁବତୀକୁ ଯେତେ ବୁଝାଇଲେ ଓ ଅନୁରୋଧ କଲେ ବି ସେ ନିଜ ପ୍ରେମିକ ବିରୁଦ୍ଧରେ କୌଣସି ଅଭିଯୋଗ କରିବାକୁ ମନା କରିଦେଇଥିଲା । ଏହି ସମଗ୍ର ଘଟଣାର ଭିଡିଓ ସାମ୍ନାକୁ ଆସିବା ମାତ୍ରେ ଭାଇରାଲ ହୋଇଥିଲା ।
ଏହା ବି ପଢ଼ନ୍ତୁ | Dana Majhi Daughter: ମ୍ୟାଟ୍ରିକ୍ ପାସ୍ କଲେ କଳାହାଣ୍ଡିର ଦାନ ମାଝୀଙ୍କ ଝିଅ; KISSରେ ପଢ଼ୁଥିଲେଏକ ଘରୋଇ ବିବାହ ମଣ୍ଡପ ବିଲଡିଂରେ ଏହି ବିବାହ ଚାଲିଥିଲା । ହଠାତ୍ ଜଣେ ଯୁବତୀ ସେଠାରେ ଆସି ପହଞ୍ଚିଥିଲେ ଓ ଚିତ୍କାର କରି କାନ୍ଦିବାକୁ ଲାଗିଥିଲେ । ଯୁବତୀ ଖୁବ୍ କାନ୍ଦୁଥିଲେ ଓ ସେହି ବିଲଡିଂର ମୁଖ୍ୟ ଗେଟକୁ ହାତରେ ପିଟୁଥିଲେ । ସେ ବାରମ୍ବାର ‘‘ସୋନା ବାବୁ… ସୋନା ବାବୁ’’ ବୋଲି କହି ଗୋଟ୍ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ । ଉତ୍ତେଜନା ଦେଖି ବରର ପରିବାର ସଦସ୍ୟମାନେ ଏବଂ ସେଠାରେ ଥିବା ସିକ୍ୟୁରିଟି ଗାର୍ଡ଼ମାନେ ଯୁବତୀକୁ କଡ଼ା ଚେତାବନୀ ଦେଇଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଭୁବନେଶ୍ବର: ବାପା ପୂର୍ବରୁ ଚାଲିଯାଇଥିଲେ, କରୋନା ମା’ଙ୍କୁ ନେଇଗଲା; ଏବେ ବେସହାରା ଦୁଇ ଝିଅ‘‘ମୋତେ ବିବାହ କରିପାରିବ ନାହିଁ ତ ମୋତେ କହିଦେଇଥା’ନ୍ତ ନା, ମୁଁ ସମର୍ଥନ କରିଥାନ୍ତି,’’ ସେହି ଯୁବତୀ କାନ୍ଦି କାନ୍ଦି କହୁଥିଲେ । ସୂଚନା ଅନୁଯାୟୀ ଯୁବତୀ ସେଠାରେ ପ୍ରାୟ ଅଧ ଘଣ୍ଟା ବଡ଼ ହଙ୍ଗାମା ସୃଷ୍ଟି କରିଥିଲେ । ଏହି ସମୟରେ କେହି ଜଣେ ଏମିତି ଘଟୁଥିବା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ମହିଳା ଏସ୍.ଆଇ. ଶ୍ରଦ୍ଧା ରାଜପୁତ କୋତୱାଲୀ ପୋଲିସ ଷ୍ଟେସନରୁ କେତେକ ପୋଲିସ କର୍ମୀଙ୍କ ସହ ବିବାହ ମଣ୍ଡପରେ ପହଞ୍ଚିଥିଲେ ।
ଏହା ବି ପଢ଼ନ୍ତୁ | ନୟାଗଡ଼: ୬ ବର୍ଷର ଝିଅକୁ ମୋବାଇଲ୍ ଫୋନରେ ଅଶ୍ଳୀଳ ଭିଡିଓ ଦେଖାଇ ରେପ୍ କରିବା ପରେ ହତ୍ୟା କଲା ‘ପିଶାଚ’ ପଡ଼ୋଶୀରାଜପୁତ ପୋଲିସ କାରରେ ଯୁବତୀକୁ ଆଣି ବସାଇଥିଲେ ଓ ତାକୁ ପଚରାଉଚରା କରିଥିଲେ । ଯୁବତୀ ତାଙ୍କୁ କହିଥିଲା ଯେ ସେ ଓ ସେହି ଯୁବକ ଦୁହେଁ ଭୋପାଳର ଏକ କମ୍ପାନୀରେ ସାଙ୍ଗରେ କାମ କରନ୍ତି ଓ ଗତ ତିନି ବର୍ଷ ଧରି ସ୍ୱାମୀ-ସ୍ତ୍ରୀ ଭାବରେ ରହିଆସୁଥିଲେ । ତାଙ୍କୁ ନ ଜଣାଇ ଯୁବକ ବିବାହ କରୁଥିବା ଜାଣି ଯୁବତୀ ଦୁଃଖରେ ଅଧୀର ହୋଇପଡ଼ିଥିଲେ ଓ ବିବାହ ମଣ୍ଡପରେ ପହଞ୍ଚିଯାଇଥିଲେ ।
ପୋଲିସ୍ ଏସ୍.ଆଇ. ଶ୍ରଦ୍ଧା ରାଜପୁତ ସେହି ଯୁବତୀକୁ ଥାନାକୁ ନେଇ ସେଠାରେ ତାଙ୍କ ଧୋକାବାଜ୍ ପ୍ରେମିକ ବିରୁଦ୍ଧରେ ଏକ ଅଭିଯୋଗ ଲେଖିବାକୁ କହିଲେ । ସେଠାରେ ଥିବା ଅନ୍ୟ ମହିଳା ପୋଲିସ କର୍ମୀମାନେ ମଧ୍ୟ ଯୁବତୀଙ୍କୁ ତାହା କରିବାକୁ ବହୁତ ବୁଝାଇଲେ । ହେଲେ ଯୁବତୀ ଅବିଯୋଗ ଲେଖିବାକୁ ମନା କରିଦେଲେ । ତା’ ପରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ସେ ବାଇକରେ ବସି ସେଠାରୁ ଚାଲିଯାଇଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବଲାଙ୍ଗିରରେ ପ୍ରେମ ପାଇଁ ବନ୍ଧୁକ ମୁନରେ ରଖିଥିଲା ପରିବାରକୁ; ୫ ଘଣ୍ଟାର ଅପରେସନ୍ ପରେ ଧରାପଡ଼ିଲାପ୍ରେମ ଓ ପ୍ରତାରଣାର ଆଉ ଏକ ଅଜବ ଖବରପ୍ରେମରେ ପ୍ରତାରଣାର ଆହୁରି ଏକ ଅଜବ ଖବର ବି ଆସିଛି ମଧ୍ୟ ପ୍ରଦେଶର ଇନ୍ଦୋରରୁ । ଜଣେ ବିବାହିତା ମହିଳାଙ୍କ ସହିତ ପ୍ରେମ ବିବାହ କରିବାର ୧୫ ଦିନ ପରେ ଜଣେ ଯୁବକ ମହିଳାଙ୍କ ସାବତ ଝିଅକୁ ବି ବିବାହ କରିବ ବୋଲି ଜିଦ୍ କଲା ଓ ଶେଷରେ ତାକୁ ନେଇ ପଳେଇଗଲା । ଏହି ଘଟଣା ପରଠାରୁ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେହି ଯୁବକ ଓ ଝିଅକୁ ଖୋଜିବା ପାଇଁ ସେ ପୋଲିସକୁ ଅନୁରୋଧ କରିଛନ୍ତି ।
ପୋଲିସ ଏବେ ବି ଅଭିଯୁକ୍ତକୁ ଖୋଜୁଛି । ଏହି ଘଟଣା ଇନ୍ଦୋରର ଲାସୁଡି଼ଆ ଅଞ୍ଚଳର ସ୍କିମ୍ ନମ୍ବର ୭୮ରେ ଘଟିଛି । ସୋମବାର ବିଳମ୍ବିତ ରାତିରେ ଏହି ବିବାହିତା ମହିଳା ହଠାତ୍ ପୋଲିସ ଷ୍ଟେସନରେ ପହଞ୍ଚି ନିଜ ସ୍ୱାମୀଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ମହିଳା ଜଣକ ପୋଲିସକୁ କହିଥିଲେ ଯେ ସେ ଖଜରାନା ନିବାସୀ ସନ୍ତୋଶ ସିଂଙ୍କ ସହ ପ୍ରେମ ବିବାହ କରିଥିଲେ, କିନ୍ତୁ ବିବାହର ୧୫ ଦିନ ପରେ ସନ୍ତୋଷ ତାଙ୍କ ଝିଅକୁ ବି ବିବାହ କରିବାକୁ ଚାହୁଁଛି ବୋଲି କହିବା ଆରମ୍ଭ କରିଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।