ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଏକ ମିନିଟରେ ନିଜ ହାତ ବାଇସେପରେ ସେଓ ଭାଙ୍ଗିଲେ ମହିଳା; ଗିନିଜ ବୁକରେ ହେଲା ରେକର୍ଡ଼

ଏକ ମିନିଟରେ ନିଜ ହାତ ବାଇସେପରେ ସେଓ ଭାଙ୍ଗିଲେ ମହିଳା; ଗିନିଜ ବୁକରେ ହେଲା ରେକର୍ଡ଼

ସୋସିଆଲ ମିଡିଆରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଦ୍ୱାରା ସେୟାର କରାଯାଇଥିବା ଏହି ପୋଷ୍ଟରେ ଜଣେ ମହିଳା ତାଙ୍କ ବାଇସେପ୍ ଦ୍ୱାରା ସେଓ ଭାଙ୍ଗିବାର ନଜର ଆସିଛନ୍ତି।

ଏକ ମିନିଟରେ ନିଜ ହାତ ବାଇସେପରେ ସେଓ ଭାଙ୍ଗିଲେ ମହିଳା; ଗିନିଜ ବୁକରେ ହେଲା ରେକର୍ଡ଼
ନିଜ ବାଇସେପରେ ସେଓ ଭାଙ୍ଗିଲେ ମହିଳା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 16, 2021, 12:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଏ ଦୁନିଆରେ ଏପରି ଅନେକ ସଫଳ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କର ଦକ୍ଷତା ସାମାନ୍ୟ ଭିନ୍ନ। ଗିନିଜ୍ ୱାର୍ଲ୍ଡ ରେକର୍ଡ୍ସ ଆଜିକାଲି ଭିନ୍ନ ଭିନ୍ନ କ୍ଷେତ୍ରରେ ରେକର୍ଡ କରିଥିବା ବ୍ୟକ୍ତିଙ୍କ ଭିଡିଓ ସେୟାର କରି ଚାଲିଛି। ଏଥର ଗିନିଜ୍‌ ବୁକ୍ ଦ୍ୱାରା ଶେୟାର ହୋଇଥିବା ଭିଡିଓରେ ଦର୍ଶାଯାଇଛି ଯେ ଜଣେ ମହିଳା କିପରି ତାଙ୍କ ବାଇସେପ୍ ଦ୍ୱାରା ଏକ ମିନିଟ୍‌ରେ ୧୦ରୁ ଅଧିକ ସେଓକୁ ଭାଙ୍ଗି ଦେଇଛନ୍ତି। ଏହି କଳା ପ୍ରଦର୍ଶନ କରିବା ପରେ ମହିଳାଙ୍କ ନାମ ଗିନିଜ୍‌ ବୁକ୍‌ରେ ମଧ୍ୟ ରେକର୍ଡ କରାଯାଇଛି।

ସୋସିଆଲ ମିଡିଆରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଦ୍ୱାରା ସେୟାର କରାଯାଇଥିବା ଏହି ପୋଷ୍ଟରେ ଜଣେ ମହିଳା ତାଙ୍କ ବାଇସେପ୍ ଦ୍ୱାରା ସେଓ ଭାଙ୍ଗିବାର ନଜର ଆସିଛନ୍ତି। ଏହି ଭିଡିଓ ଶେୟାର କରି ଗିନିଜ ବୁକ୍ ଲେଖିଛି ଯେ ଲିନ୍ସେ ଲିଣ୍ଡ୍‌ବର୍ଗ – ଓରଫ୍‌ ମାମା ଲୁ ମାତ୍ର ଏକ ମିନିଟ୍‌ରେ ତାଙ୍କ ବାଇସେପ୍ ଦ୍ୱାରା ୧୦ରୁ ଅଧିକ ସେଓ ଭାଙ୍ଗି ଦେଇଛନ୍ତି। ପ୍ରକାଶଥାଉ ଯେ ଯଦିଓ ଏହି ଭିଡିଓ ବହୁ ପୁରୁଣା, ଏହା ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।

ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଲିନ୍ସେ ଲିଣ୍ଡ୍‌ବର୍ଗ ବାଇସେପ୍‌ରେ କେବଳ ସେଓ ଭାଙ୍ଗୁ ନାହାନ୍ତି ସେ ମଧ୍ୟ ଅତି ସହଜରେ ଏକ ଟିଣ ଡବାକୁ ହାତରେ ଚିରିଦେଉଛନ୍ତି। ଖାଲି ସେତିକି ନୁହେଁ ସେ ମଧ୍ୟ ଅକ୍ଳେଶରେ ହାତରେ ଏକ ପ୍ୟାନ୍‌କୁ ମୋଡି ବଙ୍କା କରି ଦେଉଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ।ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର ହେବା ମାତ୍ରେ ଲୋକମାନେ ସେମାନଙ୍କର ପ୍ରତିକ୍ରିୟା ଦେବାକୁ ଲାଗିଥିଲେ। ଭିଡିଓ ଦେଖିବା ପରେ, ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଏହା ସତ ଯେ ଜଣେ ବ୍ୟକ୍ତି କେତେବେଳେ ଯେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ତାହା କେହି କହିପାରିବେ ନାହିଁ। ସେହିପରି ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଯଦି ଆପଣଙ୍କ ପାଖରେ ଏକ ସୁସ୍ଥ ଶରୀର ଅଛି ତେବେ ଆପଣ ମଧ୍ୟ ଏହି କାମ କରିପାରିବେ।

ପ୍ରାୟ ୧୪ ଘଣ୍ଟା ପୂର୍ବରୁ ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା। ଏ ପର୍ଯ୍ୟନ୍ତ ଏହି ଭିଡିଓକୁ ୪୨ ହଜାରରୁ ଅଧିକ ଲାଇକ୍ ମିଳିସାରିଛି। ଏହା ସହିତ ଲୋକମାନେ ମଧ୍ୟ ଏହି ଭିଡିଓ ଶେୟାର କରିଚାଲିଛନ୍ତି। ଗିନିଜ୍ ବୁକ୍ ଏହାର ପେଜ୍‌ରେ ପ୍ରାୟତଃ ଏହିଭଳି ଭିଡିଓ ଶେୟାର୍ କରିଥାଏ।
Published by: Soumya Das
First published: November 16, 2021, 12:33 PM IST