ବାହାଘରର ଦେଢ଼ ମାସ ପରେ ଯୁବତୀ ଆତ୍ମହତ୍ୟା କଲେ; ‘‘ମୋତେ ଶାଶୁଘର ଲୋକେ ମାରିଦେବେ’’
୨୧ ବର୍ଷର ଯୁବତୀ ପ୍ରିୟାଙ୍କ ବିବାହ ରାହୁଲଙ୍କ ସହ ଦେଢ଼ ମାସ ପୂର୍ବରୁ ହୋଇଥିଲା । ହିନ୍ଦୁ ରୀତିନୀତି ଅନୁଯାୟୀ ଦୁହେଁ ବେଦୀରେ ଅଗ୍ନି ସାମନାରେ ପରସ୍ପର ସହ ସାତ ଜନ୍ମ ସାଙ୍ଗରେ କାଟିବାର ଶପଥ ନେଇ ବିବାହ କରିଥିଲେ ।

ପ୍ରିୟା ଓ ରାହଲଙ୍କ ବିବାହର କେତେକ ଫଟୋ
- News18 Odia
- Last Updated: February 3, 2021, 6:58 PM IST
ରେୱାଡ଼ୀ: କେତେ ସ୍ୱପ୍ନ ନେଇ ବାହା ହୋଇ ଶାଶୁଘରକୁ ଆସିଥିଲେ ସେ । ହେଲେ ସବୁ ସ୍ୱପ୍ନ ବିବାହର ଦେଢ଼ ମାସ ପରେ ହିଁ ଚୂନା ହୋଇଗଲା । ନବ ବିବାହିତା ଯୁବତୀ ନିଜ ହାତରେ ନିଜ ଜୀବନ ନେଲେ । ମୃତ୍ୟୁ ପୂର୍ବରୁ ଏକ ଅଡ଼ିଓ କ୍ଲିପରେ ସେ କହିଗଲେ କେମିତି ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଛି ।
ଏହି ଦୁଃଖଦ ଘଟଣା ଘଟିଛି ହରିୟାଣାର ରେୱାରୀ ଜିଲ୍ଲାରେ । ଜଣେ ନବ ବିବାହିତା ଯୁବତୀଙ୍କ ଆତ୍ମହତ୍ୟା ଘଟଣା ଚର୍ଚ୍ଚାକୁ ଆସିଛି ।ମରିବା ପୂର୍ବରୁ ଯୁବତୀଙ୍କ ଭାଇରାଲ୍ ହୋଇଥିବା ଅଡିଓ କ୍ଲିପରେ ସେ ନିଜର ଦୁଃଖ ବର୍ଣ୍ଣନା କରୁଛନ୍ତି ।ତାଙ୍କୁ କିପରି ନିର୍ଯାତନା ଦିଆଯାଉଛି ଓ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଉଛି ସେ କଥା ସେ କହିଛନ୍ତି ଏଥିରେ ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଯାଜପୁର: ପ୍ରେମିକାକୁ ଭେଟିବାକୁ ଯୋଗୀ ବେଶ ଧରି ଆସିଲେ +୨ ଛାତ୍ର; ଧରା ପଡ଼ି ମାଡ଼ ଖାଇଲେ
‘‘ପ୍ରିୟାକୁ ବିବାହର ଦୁଇ ସପ୍ତାହ ପରେ ଯୌତୁକ ପାଇଁ ସେମାନେ ନିର୍ଯ୍ୟାତନା ଦେବା ଆରମ୍ଭ କଲେ । ତାକୁ ଏତେ କଷ୍ଟ ଦେଲେ ଯେ ଶେଷରେ ସେ ନିଜ ଜୀବନ ନିଜ ହାତରେ ନେଇଗଲା,’’ କହିଛନ୍ତି ପ୍ରିୟାର ବାପା ।
ଏହା ବି ପଢ଼ନ୍ତୁ | ଗଞ୍ଜାମରେ ୯ ବର୍ଷର ଝିଅ ଦୁଷ୍କର୍ମର ବିରୋଧ କଲାରୁ ତା’ ଉପରେ ଖଣ୍ଡାରେ ଆକ୍ରମଣ କଲେ
୩୧ ଜାନୁୟାରୀ ସକାଳେ ପ୍ରିୟା ନିଜ ମାମୁଁଙ୍କୁ ଫୋନ୍ କରି ଶାଶୁ ତାଙ୍କ ପ୍ରତି କରୁଥିବା ଅତ୍ୟାଚାର ବିଷୟରେ କହିଥିଲେ । ‘‘ମୋ’ ଶାଶୁ ମୋତେ ଜୀବନରୁ ମାରିଦେବେ,’’ ଫୋନରେ କହିଥିଲେ ପ୍ରିୟା । ସନ୍ଧ୍ୟାରେ ତାଙ୍କ ବାପଘରକୁ ଖବର ଆସି ପହଞ୍ଚିଲା ଯେ ସେ ଆତ୍ମହତ୍ୟା କରିଛନ୍ତି ।
ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ପୋଲିସ ତାଙ୍କ ଶାଶୁ ଓ ସ୍ୱାମୀ ରାହୁଲଙ୍କ ବିରୋଧରେ ଯୌତୁକ ନିର୍ଯାତନାର ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ ସରକାରୀ ଅର୍ଥ ହଡ଼ପ କରିଛନ୍ତି: ବିଜେପି
ପ୍ରିୟା ଯେତେବେଳେ ବିବାହ ପର ଠାରୁ ବାପଘରକୁ ଫୋନ କରି ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ବିଷୟରେ କହୁଥିଲେ, ଘର ଲୋକଙ୍କୁ ଲାଗୁଥିଲା ଯେ ତାଙ୍କୁ ଏକ ନୂଆ ଘରେ ମିଶି ଚଳିବା ଓ ଆଡଜଷ୍ଟ କରିବା ପାଇଁ କିଛି ସମୟ ଲାଗିବ । ସେମାନେ କହିଛନ୍ତି ଯେ ତାଙ୍କୁ ଜଣା ନ ଥିଲା ଯେ ପ୍ରିୟା ସେମାନଙ୍କୁ ଯାହା ଯାହା କହୁଥିଲା ସବୁ ସତ ଥିଲା ।
ପ୍ରିୟାଙ୍କ ପରିବାର ଲୋକେ ଏ କଥା ବି ଜାଣି ନ ଥିଲେ ଯେ ତାଙ୍ସକ ଝିଅ ସତରେ ଏମିତି ଭୟାନକ ପଦକ୍ଷେପ ନେବ । ଏବେ ତାଙ୍କ ପରିବାର ତାଙ୍କ ଶାଶୁ ଓ ସ୍ୱାମୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ।