ଗର୍ଲଫ୍ରେଣ୍ଡ୍କୁ ଧରିଲା ସ୍ତ୍ରୀ
- News18 Odia
- Last Updated :
- New Delhi, India
News 18 Odia Digital
ଭୁବନେଶ୍ୱର: ଜୀବନ ସାଥୀଙ୍କୁ ପ୍ରତାରଣା କରିବା ବେଆଇନ ଏବଂ ଏହା ଦମ୍ପତିଙ୍କ ମଧ୍ୟରେ ଘରୋଇ ମତଭେଦ ମଧ୍ୟ ସୃଷ୍ଟି କରିଥାଏ। ସ୍ବାମୀ ସ୍ତ୍ରୀଙ୍କ ଭିତରେ ଅନ୍ୟ କେହି ଆସିଲେ ସେହି ସମ୍ପର୍କ ଧୀରେ ଧୀରେ ଖରାପ ହେବାରେ ଲାଗେ। ଆଜିକାଲି ଦୁନିଆରେ ସବୁବେଳେ ଏମିତି କିଛି ନା କିଛି ଘଟଣା ସାମ୍ନାକୁ ଆସୁଛି ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି। ଆଜି କାଲି ନିଜ ପରସ୍ପର ପାର୍ଟନର କିମ୍ବା ଜୀବନସାଥିଙ୍କୁ ଧୋକା ଦବା ଗୋଟେ ସାମାନ୍ୟ କଥା ହୋଇସାରିଲାଣି। ନିକଟରେ ଏମିତି ଏକ ଘଟଣା ଘଟିଛି, ଯାହା ଆପଣମାନେ ଜାଣି ମଧ୍ୟ ଆଶ୍ଚର୍ଯ୍ୟ ହେବେ।
ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ପରକୀୟା ପ୍ରୀତି ସମ୍ପର୍କରେ ଜାଣିବା ପରେ ରାସ୍ତା ମଝିରେ ହାଇ ଭୋଲ୍ଟେଜ୍ ଡ୍ରାମା କରିଛନ୍ତି। ସ୍ୱାମୀଙ୍କ ସହ ଝଗଡ଼ା କରିବା ସହ ସମ୍ପୃକ୍ତ ମହିଳା ତାଙ୍କୁ ଠେଲାପେଲା କରିଛନ୍ତି। ଖାଲି ସ୍ୱାମୀ ନୁହେଁ, ତାଙ୍କ ଗର୍ଲଫ୍ରେଣ୍ଡ୍କୁ ମଧ୍ୟ ମହିଳା ଜଣକ ଛାଡ଼ି ନାହାନ୍ତି। ଯୁବତୀଙ୍କୁ ଧରିବା ପାଇଁ ରାସ୍ତାରେ ସମ୍ପୃକ୍ତ ମହିଳା ତାଙ୍କୁ ପିଛା କରି ଗୋଡ଼ାଉ ଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।
ମହିଳା ଜଣକ ତାଙ୍କ ଘରର ଫାଟକ ପାଖରେ ଠିଆ ହୋଇ ସ୍ୱାମୀଙ୍କୁ ପାଟି କରୁଥିବା ନଜର ଆସିଛନ୍ତି। ଏହି ସମୟରେ, ଗୋଟିଏ ଘରର ବାଲକୋନୀରେ ଟାୱେଲ ଟାଣୁଥିବା ଜଣେ ଝିଅକୁ ଦେଖିବାକୁ ମିଳିଥିଲା। ସେ ଝିଆଜଣକ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ମହିଳା ଜଣଙ୍କ ହାତରେ ପଡ଼ିଯାଇଥିଲେ। ତେବେ ଭିଡିଓଟି କେଉଁ ଅଞ୍ଚଳର ତାହା ଜଣାପଡ଼ିନି। ନିକଟରେ GJ0082 ପକ୍ଷରୁ ଏହାକୁ ଟ୍ୱିଟରରେ ଶେଆର କରାଯାଇଥିଲା।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।