News18 Odia Digital
ଲଣ୍ଡନ: ବିବାହ ଦୁଇଟି ହୃଦୟ ଓ ଆତ୍ମାର ପବିତ୍ର ବନ୍ଧନ ବୋଲି ସମସ୍ତେ ବିଶ୍ୱାସ କରନ୍ତି । ହେଲେ ବେଶ୍ କିଛି ସମୟ ଧରି କେବଳ ଭାରତରେ ନୁହେଁ, ବିଶ୍ୱର ବିଭିନ୍ନ ସ୍ଥାନରେ ବିବାହକୁ ନେଇ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳୁଛି ଓ ସେହି ଖବରଗୁଡ଼ିକ ଭାଇରାଲ୍ ହେଉଛି । ନିକଟରେ ବଲାଙ୍ଗିର ଜିଲ୍ଲାର ଜଣେ ଯୁବକ ନିଜ
ନବବିବାହିତା ପତ୍ନୀକୁ ରାଜସ୍ଥାନର ଜଣେ ବ୍ୟକ୍ତିଙ୍କୁ ବିକିଦେଇ ସେହି ଟଙ୍କାରେ ଏକ ଦାମୀ ମୋବାଇଲ୍ ଫୋନ୍ କିଣିଥିବା ଖବର ଚାଞ୍ଚଲ୍ୟ ଖେଳାଇଥିଲା । ଅନେକ ଘଟଣାରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଟୁତା ବୃଦ୍ଧି ପାଇବା ପରେ ଜଣେ ଅନ୍ୟକୁ ହତ୍ୟା କରିବା ପରି ଦୁଃଖଦ ଖବର ବି ଲଗାତର ଆସୁଛି ।
ବିବାହର ମାତ୍ର ଚାରି ଦିନ ପରେ ନବବିବାହିତା ଯୁବତୀଙ୍କ ମୃତ ଦେହ ମିଳିବା ପରି ଗୋଟିଏ ଘଟଣା ଏବେ ଇଣ୍ଟରନେଟରେ ଭାଇରାଲ୍ ହେଉଛି । ଏହି ଘଟଣା ଘଟିଛି ବ୍ରିଟେନରେ । ସେଠାରେ ବିବାହର ମାତ୍ର ଚାରି ଦିନ ପରେ କନ୍ୟାର ମୃତ ଦେହ ଏକ ବ୍ରିଫକେସରେ (ଆଟାଚିରେ) ଭର୍ତ୍ତି ହୋଇ ରହିଥିବା ଦେଖିବାକୁ ମିଳିଥିଲା । ଏବେ ଏହି ମାମଲାରେ ବରକୁ ଗିରଫ କରାଯାଇଛି ।
ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ରହସ୍ୟ : ସେ ପାଣିରେ ପଡ଼ିବା ଆଗରୁ ମୃତ୍ୟୁ ହୋଇଥିଲା ; ତାଙ୍କ ୨ ସାଙ୍ଗ ହୋଟେଲରେ ଲୁଚିଥିଲେ
‘ଦି ସନ୍’ ଖବରକାଗଜର ଏକ ରିପୋର୍ଟ ଅନୁଯାୟୀ ଏକ ଦମ୍ପତି ଦୀର୍ଘ ଦିନ ଧରି ପରସ୍ପର ସହ ପ୍ରେମ ସମ୍ପର୍କ ରଖିଥିଲେ । ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଉଭୟ ନିଜ ନିଜ ପରିବାରବର୍ଗ, ଅତିଥି ଓ ସାଙ୍ଗମାନଙ୍କୁ ନିମନ୍ତ୍ରଣ କରି ସମସ୍ତଙ୍କ ସମ୍ମୁଖରେ ବିବାହ କରିଥିଲେ । ବିବାହରେ ଉଭୟ ବହୁତ ଖୁସି ଥିଲେ ଓ ସବୁ ଅତିଥି ସେମାନଙ୍କ ବିବାହ କାର୍ଯ୍ୟକ୍ରମକୁ ପସନ୍ଦ କରିଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମୋବାଇଲ୍ ଫୋନ୍ ହେଲା କାଳ ; ଗେମ୍ ଖେଳିବାକୁ ନ ଦେବାରୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର
କିନ୍ତୁ ବିବାହର ମାତ୍ର ଚାରି ଦିନ ପରେ ଏହି ଭୟଙ୍କର ଘଟଣା ଘଟିଥିଲା । ରିପୋର୍ଟ ଅନୁଯାୟୀ ବିବାହର ଚାରି ଦିନ ପରେ ନବବିବାହିତା ଯୁବତୀଙ୍କ ମୃତ ଦେହ ଏକ ପଡ଼ିଆରେ ମିଳିଥିଲା । ତାହା ଏକ ସୁଟକେସ୍ ଭିତରେ ଭର୍ତ୍ତି ହୋଇ ରଖାଯାଇଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ପହଞ୍ଚିଥିବା ପୋଲିସ କହିଛି ଯେ ଯୁବତୀଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡିଛି । ତା’ ପରେ ତାଙ୍କ ଶବକୁ ବ୍ରିଫକେସରେ ଭର୍ତ୍ତି କରାଯାଇଛି ବୋଲି ପୋଲିସ ଜାଣିବାକୁ ପାଇଛି ।
ଏହା ବି ପଢ଼ନ୍ତୁ | ଦେବୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲା ପିଲାଟି , ତା ’ ବେକକୁ କାମୁଡ଼ି ଝାମ୍ପି ନେଇଗଲା ଚିତାବାଘ
ସୂଚନା ଅନୁଯାୟୀ ଏହି ଦମ୍ପତିଙ୍କ ନିର୍ବନ୍ଧ ଜାନୁଆରୀ ୨୦୨୦ରେ ହୋଇଥିଲା ଓ ଯୁବତୀଙ୍କ ମୃତ୍ୟୁର ଚାରି ଦିନ ପୂର୍ବରୁ ସେମାନଙ୍କ ବିବାହ ହୋଇଥିଲା । ଏହା ଏହି ଯୁବତୀଙ୍କ ଦ୍ୱିତୀୟ ବିବାହ ଥିଲା । ତାଙ୍କ ପୂର୍ବ ବିବାହରୁ ତାଙ୍କର ଦୁଇଟି ସନ୍ତାନ ଥିଲେ । ବିବାହ ସମାରୋହକୁ ଆସିଥିବା ସେମାନଙ୍କର ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ, ହେଲେ କାହିଁକି ଓ କିପରି ହଠାତ୍ ଏମିତି ହତ୍ୟା ଘଟିଗଲା ତାହା କେହି ବିଶ୍ୱାସ କରିପାରୁନାହାନ୍ତି ।
ଏହା ବି ପଢ଼ନ୍ତୁ | ଢେଙ୍କାନାଳ : ଟଙ୍କା ଭର୍ତ୍ତି ବ୍ୟାଙ୍କ୍ ଗାଡି଼ ଲୁଟିଥିଲେ , ମାତ୍ର ଧରାପଡ଼ିଗଲେ ; ୧ କୋଟି ଟଙ୍କା ଜବତ , ୩ ଗିରଫ
ମାମଲାର ତଦନ୍ତ ଆରମ୍ଭ କରିଛି ପୋଲିସ । ଏହି ଘଟଣାରେ ଯୁବତୀଙ୍କ ମୃତ ଦେହ ମିଳିଥିବା ଓ ତାଙ୍କ ପରିଚୟ ଜଣାପଡ଼ିଥିବା ପୋଲିସ ସୂଚନା ଦେଇଛି । ତା’ ପରେ ତଦନ୍ତ ସମୟରେ ତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି । ପୋଲିସ କହିଛି ଯେ ବିବାହ ସମାରୋହରେ ଯୋଗ ଦେଇଥିବା କିଛି ଅତିଥିଙ୍କୁ ପଚରାଉଚରା ପାଇଁ ଡକାଯିବ ।
Published by: Anand S.T. Das
First published: November 03, 2021, 22:26 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।