ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ବର୍ବରତା: ଯୁବକକୁ ହାତ ଗୋଡ଼ ବାନ୍ଧି ପିଟିଲେ; ତା’ ପରେ ମହିଳା ତାକୁ ନିଜ ପରିସ୍ରା ପିଆଇଲେ

ବର୍ବରତା: ଯୁବକକୁ ହାତ ଗୋଡ଼ ବାନ୍ଧି ପିଟିଲେ; ତା’ ପରେ ମହିଳା ତାକୁ ନିଜ ପରିସ୍ରା ପିଆଇଲେ

Woman beats up youth, makes him drink her urine; husband makes video | ଏହି ନିନ୍ଦନୀୟ ଘଟଣା ଘଟୁଥିବା ବେଳେ ମହିଳାଙ୍କ ସ୍ୱାମୀ ହିଁ ସେହି ଭିଡିଓ ବନାଇଥିଲେ । ଭିଡିଓଟି ସୋସିଆଲ ମିଡି଼ଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ପୋଲିସ ବିଭାଗରେ ଏହାକୁ ନେଇ ସକ୍ରିୟତା ପ୍ରକାଶ ପାଇଥିଲା (Kota woman urine video)।

ବର୍ବରତା: ଯୁବକକୁ ହାତ ଗୋଡ଼ ବାନ୍ଧି ପିଟିଲେ; ତା’ ପରେ ମହିଳା ତାକୁ ନିଜ ପରିସ୍ରା ପିଆଇଲେ
ଭାଇରାଲ୍ ଭିଡିଓରୁ ଦୁଇଟି ଦୃଶ୍ୟ
  • News18 Odia
  • Last Updated: September 23, 2021, 11:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଟା: ମହିଳା ବି ପୁରୁଷମାନଙ୍କ ପରି ଘୃଣ୍ୟ ଅତ୍ୟାଚାର କରିପାରନ୍ତି ତା’ର ଏକ ତାଜା ଉଦାହରଣ ସାମନାକୁ ଆସିଛି କୋଚିଂ ପାଇଁ ପ୍ରସିଦ୍ଧ ରାଜସ୍ଥାନର କୋଟା ସହରରୁ (Kota, Rajasthan)। ସେଠାରେ ଏକ ଅତି ଲଜ୍ଜାଜନକ ଭିଡିଓ ଭାଇରାଲ୍‌ ହେବା ପରେ ପୋଲିସର ନଜରକୁ ଆସିଛି । ଏକ ଦମ୍ପତି ଜଣେ ଯୁବକଙ୍କୁ ବନ୍ଧକ ବନାଇ ତା’ ହାତଗୋଡ଼ ବାନ୍ଧି ତାକୁ ଭୀଷଣ ପିଟିଥିଲେ ଓ ତା’ ପରେ ମହିଳା ଜଣକ ତାଙ୍କୁ ନିଜ ପରିସ୍ରା ପିଆଇଥିଲେ ।

ଏହି ଦମ୍ପତି ସେହି ଯୁବକଙ୍କ ସମ୍ପର୍କୀୟ ଦାଦା ଓ ଖୁଡ଼ୀ ବୋଲି କୁହାଯାଉଛି । ଏହି ନିନ୍ଦନୀୟ ଘଟଣା ଘଟୁଥିବା ବେଳେ ମହିଳାଙ୍କ ସ୍ୱାମୀ ହିଁ ସେହି ଭିଡିଓ ବନାଇଥିଲେ । ଭିଡିଓଟି ସୋସିଆଲ ମିଡି଼ଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ପୋଲିସ ବିଭାଗରେ ଏହାକୁ ନେଇ ସକ୍ରିୟତା ପ୍ରକାଶ ପାଇଥିଲା (Kota woman urine video)।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପାଣିକୋଇଲି ଡବଲ୍ମର୍ଡ଼ର: Sex ସମ୍ପର୍କକୁ ନେଇ ହୋଇଥିଲା ହତ୍ୟା; କିନ୍ନର ସମେତ ଜଣ ଗିରଫ

ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କୋଟା ପୋଲିସ ଅଭିଯୁକ୍ତ ଦମ୍ପତିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଘଟଣାର କାରଣ ଏ ପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ପୋଲିସ ଏହି ଘଟଣାର ତଦନ୍ତ କରୁଛି।

‘‘ଭାଇରାଲ ହୋଇଥିବା ଭିଡିଓ କୋଟା ସହରର ଅନନ୍ତପୁରା ଅଞ୍ଚଳରେ ରହୁଥିବା ଜଣେ ଯୁବକଙ୍କର । ତାଙ୍କୁ ଏକ ଦମ୍ପତି ବନ୍ଧକ ବନାଇଥିଲେ । ଯୁବକ ଏହି ଦମ୍ପତିଙ୍କୁ ଦାଦା ଓ ଖୁଡ଼ୀ ବୋଲି କହୁଛନ୍ତି ।ଯୁବକଙ୍କୁ ସେମାନେ ଖୁବ୍‌ ପିଟିବା ଯୋଗୁଁ ସେ ଚେତାଶୂନ୍ୟ ହୋଇଯାଇଥିଲେ । ତା’ ପରେ ମହିଳା ଜଣକ ସେହି ଯୁବକକୁ ନିଜ ପରିସ୍ରା ପିଆଇଥିଲେ,’’ କହିଛନ୍ତି କୋଟାର ଅତିରିକ୍ତ ଏସ୍‌.ପି. ପ୍ରବୀଣ ଜୈନ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭୁବନେଶ୍ୱରରେ ନିଶାମୁକ୍ତି ନାଁରେ ଯୁବକକୁ ପିଟିପିଟି ହତ୍ୟା କରିଥିଲେ; କେନ୍ଦ୍ରର ମାଲିକ ଧରାପଡ଼ିଲା

ମହିଳାଙ୍କ ସ୍ୱାମୀ ଜଣେ ହୋମ ଗାର୍ଡ଼ ବୋଲି କୁହାଯାଉଛି। ଏହି ଭିଡିଓ ସୋସିଆଲ ମିଡି଼ଆରେ ଭାଇରାଲ ହେବାରେ ଲାଗିଛି। ଏହି ମାମଲାରେ ଅଭିଯୁକ୍ତ ଦମ୍ପତିଙ୍କ ବିରୋଧରେ ଆଇ.ପି.ସି.ର ଗୁରୁତର ଦଫା ଅଧୀନରେ ଏକ ମାମଲା ରୁଜୁ ହୋଇଛି ।



ଏହା ବି ପଢ଼ନ୍ତୁ | ବାଲେଶ୍ୱର ଚାନ୍ଦିପୁର ITRରେ ହନି ଟ୍ରାପ୍: ପାକିସ୍ତାନୀ ମହିଳାଙ୍କ ସହ ଫେସବୁକରେ ସମ୍ପର୍କରେ ଥିଲେ ଅଭିଯୁକ୍ତ

ମିଡି଼ଆ ରିପୋର୍ଟ ଅନୁଯାୟୀ ଏହି ଭିଡିଓ ସେପ୍ଟେମ୍ବର ୧୪ ତାରିଖର ବୋଲି କୁହାଯାଉଛି । ପୋଲିସର ପ୍ରାଥମିକ ଅନୁସନ୍ଧାନରେ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିଥିବା ତଥ୍ୟ ଅନୁସାରେ ଭିଡିଓରେ ବନ୍ଧକ ହୋଇଥିବାର ଦେଖାଯାଇଥିବା ଯୁବକ ଜଣକ ଉକ୍ତ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଏହି ଯୁବକ ଏବେ ଜେଲରେ ଅଛନ୍ତି । ପୋଲିସ ତାଙ୍କ ବୟାନ ଆଧାରରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ପ୍ରାଥମିକ ତଦନ୍ତରୁ ସାମନାକୁ ଆସିଛି ଯେ ଏହି ମାମଲା ଅବୈଧ ସମ୍ପର୍କ ସହ ଜଡି଼ତ। ଅନନ୍ତପୁରା ପୋଲିସ ଷ୍ଟେସନ ଏହି ଘଟଣାର ତଦନ୍ତ କରୁଛି।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଏହି ଅଙ୍ଗନବାଡି଼ ଦିଦିଙ୍କର କୋଟି ଟଙ୍କାରୁ ଅଧିକର ସମ୍ପତ୍ତି! କେମିତି କୋଟିପତି ହେଲେ ସେ?

ଅନ୍ୟ ପକ୍ଷରେ ବନ୍ଧକ ରଖାଯାଇଥିବା ଯୁବକଙ୍କ ବଡ଼ ଭାଇ ପୋଲିସକୁ ଏ ବିଷୟରେ ଏକ ଭିନ୍ନ କାହାଣୀ କହିଛନ୍ତି । ତାଙ୍କ ଭାଇ ଦାବି କରିଛନ୍ତି ଯେ ଜଗପୁରା ଗ୍ରାମରେ ରହୁଥିବା ତାଙ୍କ ସମ୍ପର୍କୀୟମାନେ ତାଙ୍କ ଭାଇଙ୍କୁ ନିଜ ଘରକୁ ଡାକି ବନ୍ଧକ ରଖିଥିଲେ । ପରେ ସେମାନେ ତା’ ହାତ ଓ ଗୋଡ଼ ବାନ୍ଧି ରାତି ସାରା ତାକୁ ସେଇଠି ରଖିଥିଲେ ।

ଏହା ବି ପଢ଼ନ୍ତୁ | ସୌମ୍ୟ ମୃତ୍ୟୁ ରହସ୍ୟ: ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ମିଛଧରା ପରୀକ୍ଷା ପାଇଁ ଡାକିଲା କ୍ରାଇମ୍ ବ୍ରାଞ୍ଚ୍

ଅତୀତରେ ବି ରାଜସ୍ଥାନରୁ ଏମିତି ନିଷ୍ଠୁରତା ମାମଲା ସାମ୍ନାକୁ ଆସିଛି । ପୋଲିସ ଏହି ତାଜା ଘଟଣାର ତଦନ୍ତରେ ବ୍ୟସ୍ତ ଅଛି ।
Published by: Anand S.T. Das
First published: September 23, 2021, 11:00 PM IST