ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ରାସ୍ତା ମଝିରେ ଯୁବତୀ ଟ୍ୟାକ୍ସି ଡ୍ରାଇଭରକୁ ଖୁବ୍ ପିଟିଲେ; VIDEO ଭାଇରାଲ୍ ହେଲା; ମାମଲା ରୁଜୁ ହେଲା

ରାସ୍ତା ମଝିରେ ଯୁବତୀ ଟ୍ୟାକ୍ସି ଡ୍ରାଇଭରକୁ ଖୁବ୍ ପିଟିଲେ; VIDEO ଭାଇରାଲ୍ ହେଲା; ମାମଲା ରୁଜୁ ହେଲା

Woman beats up taxi driver, video goes viral | ଯୁବତୀ ଜଣକ ଟ୍ୟାକ୍ସି ଡ୍ରାଇଭରକୁ ତା’ ସାର୍ଟର କଲାର୍ ଧରି ଖୁବ୍ ପିଟୁଥିବା ଦେଖାଯାଇଥିଲା । ଯୁବକ ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ ତ କଲା, ହେଲେ ଦିନକ ପରେ ଯୁବତୀଙ୍କ ପାଇଁ ଅଡୁଆ ଆରମ୍ଭ ହୋଇଥିଲା ।

ରାସ୍ତା ମଝିରେ ଯୁବତୀ ଟ୍ୟାକ୍ସି ଡ୍ରାଇଭରକୁ ଖୁବ୍ ପିଟିଲେ; VIDEO ଭାଇରାଲ୍ ହେଲା; ମାମଲା ରୁଜୁ ହେଲା
ଭାଇରାଲ୍ ଭିଡିଓରୁ ଦୁଇଟି ଦୃଶ୍ୟ
  • News18 Odia
  • Last Updated: August 2, 2021, 11:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲକ୍ଷ୍ନୌ: ରାସ୍ତା ଉପରେ ଜଣେ ଯୁବତୀ ଜଣେ ଟ୍ୟାକ୍ସି ଡ୍ରାଇଭରକୁ ତା’ ସାର୍ଟର କଲାର୍‌ ଧରି ଖୁବ୍‌ ପିଟୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡି଼ଆରେ (social media) ଭାଇରାଲ ହେବାରେ ଲାଗିଛି । ଏଥିରେ ଯୁବତୀ ଜଣକ ମଝି ରାସ୍ତାରେ ଗୋଟିଏ ପରେ ଗୋଟିଏ ଚାପୁଡ଼ା ସେହି ଯୁବକକୁ ମାରୁଥିବା ଦେଖାଯାଇଛି (woman slaps taxi driver) । ଏହି ଘଟଣା ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଜୁଲାଇ ୩୧ ତାରିଖ ରାତିରେ ଘଟିଥିବା ଜଣାପଡ଼ିଛି ।

ଲକ୍ଷ୍ନୌର କୃଷ୍ଣନଗର କୋତୱାଲୀ ଅଞ୍ଚଳରେ ସେହି ଯୁବକ ଚଳାଉଥିବା ଟ୍ୟାକ୍ସି ଏହି ଯୁବତୀଙ୍କୁ ଧକ୍କା ମାରିଛି ବୋଲି କହି ସେ ମଝି ରାସ୍ତାରେ କାର୍‌ ଡ୍ରାଇଭରକୁ ପିଟିବା ଆରମ୍ଭ କରିଥିଲେ । କେହି ଜଣେ ଏହି ଦୃଶ୍ୟର ଭିଡିଓ ନିଜ ମୋବାଇଲ୍‌ ଫୋନରେ ରେକର୍ଡ଼ କରିବା ପରେ ତାହା ଭାଇରାଲ୍‌ ହୋଇଥିଲା । ଭିଡିଓରେ ଦେଖାଯାଇଛି ଯେ ଟ୍ୟାକ୍ସି ଡ୍ରାଇଭର୍‌ ସହିତ ଥିବା ଜଣେ ଯୁବକକୁ ବି ଏହି ଯୁବତୀ ଜୋର୍‌ ଚାପୁଡ଼ା ମାରୁଥିଲେ ।

ଏହା ବି ପଢ଼ନ୍ତୁ | ଦାଦା ଚାଲିଗଲେ; ବାଲେଶ୍ୱରରୁ ଥର MLA ଥିବା ଲୋକପ୍ରିୟ ନେତା ଅରୁଣ ଦେଙ୍କ ପରଲୋକ ହେଲା

ଏହି ଘଟଣା କାରଣରୁ ସେହି ରାସ୍ତାରେ କିଛି ସମୟ ପାଇଁ ଯାତାୟାତ କମି ଯାଇଥିଲା ଓ ଜାମ୍‌ ହୋଇଥିଲା । ଛକ ନିକଟରେ ମୁତୟନ ହୋଇଥିବା ପୋଲିସ କର୍ମଚାରୀମାନେ ମଧ୍ୟ ଯୁବତୀ ଜଣଙ୍କ ଗରମ ହାବଭାବ ଦେଖିବା ପରେ ତାଙ୍କ ପାଖକୁ ଯିବାକୁ ସାହସ କରିପାରି ନ ଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | TVରେ ଅଲିମ୍ପିକ୍ସରେ ଭାରତ ହକି ମ୍ୟାଚ୍ଜିତିବା ଦେଖି ଖୁସିରେ ତାଳିମାରିଲେ CM ନବୀନ ପଟ୍ଟନାୟକ

ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ ଯୁବତୀ କହିଥିଲେ ଯେ କାରରେ ଯାଉଥିବା ଯୁବକମାନେ ତାଙ୍କୁ ଧକ୍କା ମାରିଥିଲେ ।ଏଥିରେ ରାଗି ଯାଇ ଯୁବତୀ ଜଣକ ଅଭିଯୁକ୍ତ ଡ୍ରାଇଭରକୁ କାର୍‌ ଭିତରୁ ଟାଣି ଆଣି ପିଟିବା ଆରମ୍ଭ କରିଥିଲେ । ଡ୍ରାଇଭରର ସାଥୀ ତାକୁ ରକ୍ଷା କରିବା ପାଇଁ ବାହାରକୁ ଆସିଥିଲେ ବି ଯୁବତୀ ତାକୁ ପିଟିପିଟି ଘାୟଲ୍‌ କରିଥିଲେ । ଏହି ସମୟରେ ଘଟଣା କ’ଣ ହୋଇଛି କେହି କିଛି ବୁଝିପାରି ନ ଥିଲେ ।

ଏଇଠି ଦେଖନ୍ତୁ ସେହି ଭାଇରାଲ୍‌ ଭିଡିଓ:



ଶେଷରେ ଏପରି ମାଡ଼ ମାରୁଥିବା ଏକଲା ଯୁବତୀଙ୍କୁ ଦେଖି କିଛି ଦୂରରେ ଠିଆ ହୋଇଥିବା ଟ୍ରାଫିକ୍ କନଷ୍ଟେବଳ ସେଠାରେ ଆସି ପହଞ୍ଚିଥିଲେ। କିନ୍ତୁ ଏଥିରେ ହସ୍ତକ୍ଷେପ କରିବା ପରିବର୍ତ୍ତେ ସେ ଦର୍ଶକ ସାଜି ରହିଥିବା ଦେଖାୟାଇଥିଲା ।

ଏହା ବି ପଢ଼ନ୍ତୁ | ସୌମ୍ୟରଞ୍ଜନ ମୃତ୍ୟୁ: ପତ୍ନୀ ବିଦ୍ୟାଭାରତୀ ଏବେ ସନ୍ଦେହର କେନ୍ଦ୍ର ବିନ୍ଦୁରେ; ଖୁବ୍ଶୀଘ୍ର ଜେରା ହେବ

ପୋଲିସ ଉଭୟ ସେହି ଯୁବତୀ ଓ ତାଙ୍କଠାରୁ ମାଡ଼ ଖାଇଥିବା ଦୁଇ ଜଣ ଯୁବକଙ୍କୁ ଥାନାକୁ ଆଣିଥିଲା । ସାରା ଘଟଣାର ବିବରଣୀ ଜାଣିବା ପରେ ପୋଲିସ ସେହି ଦୁଇ ଜଣ ଯୁବକଙ୍କ ବିରୋଧରେ ଅଣାୟତ୍ତ ହୋଇ କାର୍‌ ଚାଳନା କରୁଥିବା ଅଭିଯୋଗରେ ଏକ ମାମଲା ରୁଜୁ କରିଥିଲା ଓ ସେମାନଙଅକୁ କୋର୍ଟ ଚାଲାମ କରିଥିଲା । ଯୁବତୀଙ୍କୁ ପୋଲିସ କାହାକୁ ମାଡ଼ ନ ମାରିବା ଉପଦେଶ ଦେଇ ଥାନାରୁ ଛାଡ଼ି ଦେଇଥିଲା । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ଓ ଅନେକ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ଏହା ବି ପଢ଼ନ୍ତୁ | Plus 2 Results: ବିଜ୍ଞାନ ବାଣିଜ୍ୟ ପରୀକ୍ଷା ଫଳ ଆସିଲା; ବିଜ୍ଞାନରେ ୯୫%, ବାଣିଜ୍ୟରେ ୯୪% ପାସ୍ ହାର

କିନ୍ତୁ ତା’ ପର ଦିନ ପୋଲିସ ସେହି ଯୁବତୀଙ୍କ ବିରୁଦ୍ଧରେ ଏକ ମାମଲା ବି ରୁଜୁ କରିଥିଲା । ଯୁବତୀଙ୍କ ବିରୁଦ୍ଧରେ ସେହି ଯୁବକ ଦ୍ୱୟଙ୍କଠାରୁ ୬,୦୦୦ ଟଙ୍କା ଲୁଟିନେବା ଓ ସେମାନଙ୍କ ମୋବାଇଲ୍ ଫୋନ୍‌ ଭାଙ୍ଗିବା ଅଭିଯୋଗରେ ଏକ ମାମଲା ପଞ୍ଜିକୃତ ହୋଇଥିଲା । ପୀଡି଼ତ ଯୁବକ ସାଦତ ଅଲି ସିଦ୍ଦିକି ଯୁବତୀଙ୍କ ବିରୁଦ୍ଧରେ ଏକ ଏଫ୍.ଆଇ.ଆର୍. ଦାଖଲ କରିଥିଲେ ।



‘‘ଆଇ.ପି.ସି.ର ଦଫା ୩୯୪ ଓ ୪୨୭ ଅନୁଯାୟୀ ଚାପୁଡ଼ା ମାରିଥିବା ଯୁବତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି । ଘଟଣାର ସିସିଟିଭି ଫୁଟେଜ୍‌ ବି ସାମ୍ନାକୁ ଆସିଛି । ଏଥିରେ ସ୍ପଷ୍ଟ ଜଣାପଡୁଛି ଯେ ଝିଅଟି ରାସ୍ତା ପାର କରୁଥିବା ବେଳେ କାରଟି ତା’ ସାମନାକୁ ଆସିଥିଲା, କିନ୍ତୁ ତା’ ଦେହରେ ବାଜି ନ ଥିଲା । ହେଲେ ସେ ଏତେ ଉତ୍କ୍ଷୀପ୍ତ ହୋଇ ଯୁବକ ଦୁଇ ଜଣଙ୍କୁ ପିଟିବା ଆରମ୍ଭ କରିଥିଲା,’’ କହିଛନ୍ତି ଜଣେ ପୋଲିସ ଅଧିକାରୀ ।
Published by: Anand ST Das
First published: August 2, 2021, 11:50 PM IST