ପିଲାଙ୍କ ହାତରୁ କ୍ଷୀର ପଡ଼ିଯିବାରୁ ମା’ ସେମାନଙ୍କୁ ଡ୍ରେସ୍ ଖୋଲି ପିଟିଲେ; Video ଭାଇରାଲ୍ ହେଲା

Woman beats up her children for spilling milk, video goes viral | ଏହି ଭିଡିଓ ଭାଇରାଲ୍ ହେବା ପରେ ଏହା ଶିଶୁ କଲ୍ୟାଣ ସମିତି ଆଖିରେ ପଡ଼ିଥିଲା । ଏହି ମା'ଜଣଙ୍କ ବିରୋଧରେ ଥାନାରେ ଏକ ଅଭିଯୋଗ କରାଯାଇଥିଲା । ଘର ଭିତରେ ହୋଇଥିବା ଏହି ଘଟଣା ଯୋଗୁଁ ସେହି ମହିଳାଙ୍କ ପାଇଁ ଅଡୁଆ ବଢ଼ିଛି ।

ଭାଇରାଲ୍ ଭିଡିଓରୁ ଏକ ଦୃଶ୍ୟ

ଭାଇରାଲ୍ ଭିଡିଓରୁ ଏକ ଦୃଶ୍ୟ

  • Share this:
News18 Odia Digital

ଫରିଦାବାଦ: ପିଲାମାନେ ଚଗଲାମି କଲେ ବା କୌଣସି କ୍ଷତି କଲେ ଆମେ ସେମାନଙ୍କୁ ତାଗିଦ୍‌ କରୁ ଓ ବେଳେ ବେଳେ ସାମାନ୍ୟ ଦଣ୍ଡ ଦେଉ । ସାଦାରଣତଃ ମା’ମାନେ ଦଣ୍ଡ ଦେବାରେ କୋହଳ ରହନ୍ତି ବୋଲି ସମସ୍ତେ ଜାଣନ୍ତି । ହେଲେ ଜଣେ ମା’ ନିଜ ପିଲାମାନଙ୍କୁ କ୍ଷୀର ପକେଇଦେଇଥିବା କାରଣରୁ ଖୁ୍ବ୍‌ ଜୋର୍‌ ପିଟିଥିଲେ । ଏହି ଘଟଣାର ଭିଡିଓ ଏବେ ଭାଇରାଲ୍‌ ହେଉଛି ଓ ସେହି ମା’ଙ୍କୁ ସୋସିଆଲ୍‌ ମିଡ଼ିଆରେ ଅନେକ ଲୋକଙ୍କ କଡ଼ା ଟିପ୍ପଣୀ ସହିବାକୁ ପଡୁଛି ।

ଏହି ଅଭାବନୀୟ ଘଟଣା ଘଟିଛି ହରିୟାଣାର ଫରିଦାବାଦ ଜିଲ୍ଲାରେ । କ୍ଷୀର ଗରମ କରିବା ସମୟରେ କ୍ଷୀର ଢାଳିଯିବା ପରେ କ୍ରୋଧିତ ହୋଇ ମା’ ଜଣକ ନିଜ ପିଲାମାନଙ୍କୁ ଖୁବ୍‌ ଜୋର୍‌ ପିଟିଥିଲେ । ପିଲାମାନଙ୍କର ଡ୍ରେସ୍‌ ବାହାର କରି ସେମାନଙ୍କୁ ଘରୁ ବାହାରିଯିବାକୁ ବି ସେ କହୁଥିଲେ । ସେହି ଭିଡିଓରେ ଏ ସବୁ ଦେଖିବାକୁ ମିଳୁଛି । ବର୍ତ୍ତମାନ ଏହି ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି । ଏହି ଭିଡିଓକୁ ଦେଖିବା ପରେ ଶିଶୁ କଲ୍ୟାଣ ସମିତି ଏହି ମା'ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛି । ଫଳରେ ମହିଳାଙ୍କ ପାଇଁ ଅଡୁଆ ବଢ଼ିଛି ।

ଏହା ବି ପଢ଼ନ୍ତୁ | Olympics: ହକି ମ୍ୟାଚ୍ ଖାଲି ପଞ୍ଜାବୀ ଖେଳାଳିମାନେ ଜିତାଇଲେ? ଓଡ଼ିଶା ଖେଳାଳି କଛି କରିନାହାନ୍ତି?

ଭାଇରାଲ ହେଉଥିବା ଏହି ଭିଡିଓ ଫରିଦାବାଦର ସରାନ ଅଞ୍ଚଳର। ସେଠାରେ ଗୋଟିଏ ପରିବାରରେ ପିଲାମାନଙ୍କର ମା’ ବଡ଼ ନିଷ୍ଠୁରତା ଦେଖାଇ ପିଲାମାନଙ୍କ ହାତରେ ଦୁଧ ଢାଳିଯିବା ପରେ ସେମାନଙ୍କୁ ଖୁବ୍‌ ଜୋର୍‌ ପିଟିଥିଲେ । ତା’ ପରେ ସେ ନିଜ ପିଲାମାନଙ୍କର ପୋଷାକ ଖୋଲି ସେମାନଙ୍କୁ ଘରୁ ବାହାରକୁ ବାହାର କରିଦେଇଥିଲେ । ପ୍ରାୟ ସାଢ଼େ ପାଞ୍ଚ ମିନିଟର ଏହି ଭିଡିଓରେ ପିଲାମାନଙ୍କ ପ୍ରତି ମା’ଙ୍କର ବଡ଼ କ୍ରୁର ବ୍ୟବହାର ଦେଖିବାକୁ ମିଳିଛି । ଏହି ଭିଡିଓ ଦେଖିବା ପରେ ଯେକୌଣସି ବ୍ୟକ୍ତିଙ୍କ ହୃଦୟ ତରଳି ଯାଇପାରେ । କିନ୍ତୁ ଯେଉଁ ମାଆ ପିଲାମାନଙ୍କୁ ପିଟୁଥିଲେ ତାଙ୍କ ହୃଦୟ ତରଳି ନ ଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଗଞ୍ଜାମ: ମୃତ୍ୟୁ ପୂର୍ବରୁ କହିଥିଲେ ଶୁଭସ୍ମିତା, ‘‘ସେ ମୋତେ ଭଲ ପାଉଥିଲା, ଏଠିକି ଆଣି ନିଆଁ ଲଗେଇଦେଲା’’

ଏଇଠି ଦେଖନ୍ତୁ ସେହି ଭାଇରାଲ୍‌ ଭିଡିଓ:



ଏହି ଭିଡିଓଟି କିନ୍ତୁ ପିଲାମାନଙ୍କର ମା’ଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ନାହିଁ । ଯେତେବେଳେ ସେ ନିଜ ପିଲାମାନଙ୍କୁ ପିଟୁଥିଲେ ତାଙ୍କ ଭୁଲ୍‌ ଯୋଗୁଁ ଏହି ଭିଡିଓ ଭାଇରାଲ ହୋଇଯାଇଥିଲା । ଏହି ଭିଡିଓ ଶିଶୁ କଲ୍ୟାଣ ସମିତି ଆଖିରେ ପଡ଼ିବା ପରେ ସେମାନେ ଏହି ଘଟଣାର ତଦନ୍ତ ଆରମ୍ଭ କଲେ। ପିଲାମାନଙ୍କ ପାକରେ ଅଧିକାରୀମାନେ ପହଞ୍ଚିଥିଲେ ଓ ସେମାନଙ୍କୁ ଘଟଣା ସମ୍ପର୍କରେ ପ୍ରଶ୍ନ କରିଥିଲେ । ଏଥିରୁ ନିଶ୍ଚିତ ହୋଇଥିଲା ଯେ ସେମାନଙ୍କ ସହ ଏହି ଘଟଣା ଘଟିଥିଲା ।

ଏହା ବି ପଢ଼ନ୍ତୁ | ଦାଦା ଚାଲିଗଲେ; ବାଲେଶ୍ୱରରୁ ଥର MLA ଥିବା ଲୋକପ୍ରିୟ ନେତା ଅରୁଣ ଦେଙ୍କ ପରଲୋକ ହେଲା

ଏହା ପରେ ଫରିଦାବାଦର ସରାନ ପୋଲିସ ଷ୍ଟେସନରେ ଜୁଭେନାଇଲ ଜଷ୍ଟିସ୍‌ ଆକ୍ଟ ଅନୁଯାୟୀ ସେହି ମା’ଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଶିଶୁ କଲ୍ୟାଣ ସମିତି ସହ ଜଡି଼ତ ଲୋକେ କହିଛନ୍ତି ଯେ ଏହି ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପିଲାମାନଙ୍କୁ ସୁରକ୍ଷା ଦିଆଯିବ।



ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଶିଶୁ କଲ୍ୟାଣ ସମିତିଠାରୁ ଏହି ମାମଲା ସମ୍ପର୍କରେ ସୂଚନା ମିଳିବା ପରେ ସେମାନେ ଜୱାହର କଲୋନୀରେ ସେହି ଘରେ ପହଞ୍ଚିଥିଲେ ଓ ପରିବାରଠାରୁ ସବୁ ଘଟଣା ପଚାରି ବୁଝିଥିଲେ । ପୋଲିସର ସୂଚନା ଅନୁସାରେ ଜୁଭେନାଇଲ୍‌ ଜଷ୍ଟିସ୍ ଆକ୍ଟ ଅନୁଯାୟୀ ଏହି ମାମଲାରେ ଏକ ମାମଲା ରୁଜୁ ହୋଇଛି । ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି ବୋଲି କହିଛନ୍ତି ପୋଲିସ ଅଧିକାରୀ ।
Published by:Anand ST Das
First published: