ଛେଳି ସହିତ ସେଲ୍ଫି ନେଉଥିଲେ ଯୁବତୀ; ଛେଳି ତାଙ୍କୁ ଆକ୍ରମଣ କଲା; VIDEO ଭାଇରାଲ୍ ହେଲା

ଯୁବତୀ ଜଣକ ଛେଳି ସହିତ ସେଲ୍ଫି ଭିଡିଓ ନେବାକୁ ଚେଷ୍ଟା କରୁଥିବା ବେଳେ ଛେଳିକୁ ରାଗ ଆସୁଥିବା ଦେଖାଯାଉଛି । ସେହି କ୍ରୋଧିତ ଛେଳିଟି ଯୁବତୀଙ୍କ ପଛ ପଟୁ ଆସୁଛି, ଆଉ…! ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ।

ଭାଇରାଲ୍ ଭିଡିଓରୁ ଦୁଇଟି ଦୃଶ୍ୟ

ଭାଇରାଲ୍ ଭିଡିଓରୁ ଦୁଇଟି ଦୃଶ୍ୟ

  • Share this:
News18 Odia Digital

ନୂଆ ଦିଲ୍ଲୀ: ସେଲଫି ନେବାର ମୋହରେ ଲୋକେ କ’ଣ ନାହିଁ କ’ଣ କରୁଛନ୍ତି! କେତେବେଳେ ବିପଜ୍ଜନକ ସ୍ଥାନରେ ପହଞ୍ଚି ସେଲ୍ଫି ନେଉଛନ୍ତି ତ କେତେବେଳେ ପୁଣି ବିଭିନ୍ନ ପ୍ରାଣୀଙ୍କ ପାଖରେ ଠିଆ ହୋଇ ସେଲ୍ଫି ନେଉଛନ୍ତି । ଏମିତି ଜଣେ ଯୁବତୀ ଗୋଟେ ଛେଳି ସହ ସେଲଫି ନେବାକୁ ଚେଷ୍ଟା କରୁଥିବା ବେଳେ ଯେଉଁ ହଇରାଣ ହୋଇଛନ୍ତି ତା’ର ଭିଡିଓ ଖୁବ୍‌ ଭାଇରାଲ୍‌ ହେଉଛି ।

ଯୁବତୀ ଜଣକ ଛେଳି ସହିତ ସେଲ୍ଫି ଭିଡିଓ ନେବାକୁ ଚେଷ୍ଟା କରୁଥିବା ବେଳେ ଛେଳିକୁ ରାଗ ଆସୁଥିବା ଦେଖାଯାଉଛି । ସେହି କ୍ରୋଧିତ ଛେଳିଟି ଯୁବତୀଙ୍କୁ ଆକ୍ରମଣ କରୁଛି! ଏହି ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି । ତେବେ ଜଣାପଡ଼ିନାହିଁ ଏହି ଯୁବତୀ କେଉଁଠିକାର ଓ କେଉଁ ସ୍ଥାନରେ ଛେଳି ସହ ତାଙ୍କ ସାକ୍ଷାତ ଏମିତି ଅଭାବନୀୟ ମୋଡ଼ ନେଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | କେନ୍ଦୁଝର: କାର୍ ଚଳାଉଥିବା ବେଳେ ଆଖି ଲାଗିଗଲା; ଗଛରେ ପିଟିଲା କାର୍; ବାପା ମୃତ, ପୁଅ ଆହତ

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ଯୁବତୀ ଜଣକ ଏକ ଗାଁ ରାସ୍ତା ପରି ଦେଖାଯାଉଥିବା ସ୍ଥାନରେ ସେଲଫି ନେଉଥିବା ବେଳେ ନିକଟରେ ଦଉଡିରେ ଗୋଟିଏ ଛେଳି ବନ୍ଧା ହୋଇଛି । ଯୁବତୀ ଜଣକ ବିଭିନ୍ନ ଚେହେରା ଓ ପାଉଟିଙ୍ଗ୍ କରି ଛେଳି ସହିତ ସେଲଫି ଭିଡିଓ ପ୍ରସ୍ତୁତ କରୁଥିବା ବେଳେ ଛେଳିଟି ପଛ ପଟୁ ଆସୁଥିବାର ଦେଖାଯାଉଛି । ହଠାତ୍ ସେ ପଛ ପଟୁ ଯୁବତୀଙ୍କ ମୁଣ୍ଡରେ ଆକ୍ରମଣ କରୁଥିବା ଦୃଶ୍ୟ ସେହି ସେଲ୍ଫି ଭିଡିଓରେ ଅଛି ।

ଏଇଠି ଦେଖନ୍ତୁ ସେହି ଭାଇରାଲ୍‌ ଭିଡିଓ:




ଏହି ଭିଡିଓଟି ନିକଟରେ 'ଦ ୱାଇଲ୍ଡ କ୍ୟାପଚର୍‌' ନାମକ ଏକ ଇନଷ୍ଟାଗ୍ରାମ ପୃଷ୍ଠାରେ ପୋଷ୍ଟ କରାଯାଇଛି । ଭିଡିଓ ସହ କ୍ୟାପସନ୍ ଅଛି, “କ’ଣ ଭୁଲ୍ ହୋଇଥାଇପାରେ?” ଅର୍ଥାତ୍‌ ଭିଡିଓ ପୋଷ୍ଟ କରିଥିବା ବ୍ୟକ୍ତୀ ଜାଣିପାରୁ ନାହାନ୍ତି କାହିଁକି ଛେଳିକୁ ରାଗ ଆସିଲା ଓ ସେ ସେହି ଯୁବତୀଙ୍କୁ ଆକ୍ରମଣ କଲା ।

ଏହା ବି ପଢ଼ନ୍ତୁ | ରାଜନୀତି ଗରମ: BJP କହିଲା ମନ୍ତ୍ରୀ ପ୍ରତାପଙ୍କୁ ଗିରଫ କର; BJD କହିଲା ଶାରଦା ପ୍ରଧାନଙ୍କୁ ଗିରଫ କର

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓ ଭାଇରାଲ ହେବାର କିଛି ସମୟ ପରେ ନେଟିଜେନମାନେ ଏହା ଉପରେ ଅନେକ ହାସ୍ୟସ୍ପଦ ମନ୍ତବ୍ୟ ଛାଡି଼ଛନ୍ତି । ଜଣେ ନେଟିଜେନ୍‌ କହିଛନ୍ତି ଯେ ପରବର୍ତ୍ତୀ ସମୟରେ ଛେଳି ସହିତ ସେଲଫି ନେବାକୁ ଚେଷ୍ଟା କରିବା ବେଳେ ଯୁବତୀ ନିଶ୍ଚିତ ଭାବରେ ହେଲମେଟ୍‌ ପିନ୍ଧିବା ଉଚିତ । କେତେକ ଚିନ୍ତା ପ୍ରକଟ କରିଥିଲେ ଯେ ଯୁବତୀ ଜଣକ ଗୁରୁତର ଆହତ ହୋଇଛନ୍ତି, ହେଲେ ଭିଡିଓରୁ ଲାଗୁନାହିଁ ଯେ ଯୁବତୀ ଗୁରୁତର ଆହତ ହୋଇଥିବେ ।



ଏହି ଭାଇରାଲ୍ ଭିଡିଓକୁ ଇନଷ୍ଟାଗ୍ରାମରେ ସାଢ଼େ ଚାରି ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଓ ଏହା ଉପରେ ମନ୍ତବ୍ୟ ଦେଲେଣି । ବାସ୍ତବରେ ସେହି ସଂଖ୍ୟା ବଢ଼ିବାରେ ଲାଗିଛି ।
Published by:Anand S.T. Das
First published: