ଫ୍ରାନ୍ସରେ ଚର୍ଚ୍ଚରେ ଆକ୍ରମଣ: ଜଣେ ମହିଳା ସମେତ ତିନି ଜଣଙ୍କ ଗଳା କାଟି ହତ୍ୟା କରାଗଲା

ପୈଗମ୍ବର ମହମ୍ମଦଙ୍କ ଉପରେ କାର୍ଟୁନ୍‌ ବନାଇବାକୁ ନେଇ ଉଠିଥିବା ବିବାଦରେ ଫ୍ରାନ୍ସରେ ଜଣେ ଶିକ୍ଷକଙ୍କୁ ଗଳା କାଟି ହତ୍ୟା କରାଯିବା ଘଟଣା ପରେ ସେମିତି ଆଉ ଏକ ହତ୍ୟାକାଣ୍ଡ ଘଟିଛି । ଏକ ଚର୍ଚ୍ଚରେ ତିନି ଜଣଙ୍କୁ ହତ୍ୟା କରାଯାଇଛି ।

ଫ୍ରାନ୍ସରେ ଚର୍ଚ୍ଚରେ ଆକ୍ରମଣ: ଜଣେ ମହିଳା ସମେତ ତିନି ଜଣଙ୍କ ଗଳା କାଟି ହତ୍ୟା କରାଗଲା
ଘଟଣା ସ୍ଥଳ ବାହାରେ ପୋଲିସ ମୁତୟନ ହୋଇଛନ୍ତି ।
  • News18 Odia
  • Last Updated: October 29, 2020, 7:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପ୍ୟାରିସ୍: ପୈଗମ୍ବର ମହମ୍ମଦଙ୍କ ଉପରେ କାର୍ଟୁନ୍‌ ବନାଇବାକୁ ନେଇ ଉଠିଥିବା ବିବାଦରେ ଫ୍ରାନ୍ସରେ ଜଣେ ଶିକ୍ଷକଙ୍କୁ ଗଳା କାଟି ହତ୍ୟା (murder) କରାଯିବା ପରେ ସେମିତି ଆଉ ଏକ ହତ୍ୟାକାଣ୍ଡ ଘଟିଛି । ଫ୍ରାନ୍ସର ଏକ ଚର୍ଚ୍ଚରେ ଜଣେ ଆକ୍ରମଣକାରୀ ଜଣେ ମହିଳାଙ୍କ ଗଳା କାଟି ହତ୍ୟା କରିଛି ଓ ଅନ୍ୟ ଦୁଇ ଜଣଙ୍କୁ ଚାକୁ ମାରି ଅତି ନିର୍ମମ ଭାବରେ ହତ୍ୟା କରିଛି  (France church attack) ।

ଏହି ଘଟଣା ଫ୍ରାନ୍ସର ନିସ୍‌ ସହରରେ ଘଟିଛି । ସହରର ମେୟର ଏହି ଭୟାନକ ଘଟଣାକୁ ଏକ ଆତଙ୍କବାଦୀ ଆକ୍ରମଣ (terrorist attack) ବୋଲି କହିଛନ୍ତି । ମେୟର ଖ୍ରୀଷ୍ଟିଆନ ଇଷ୍ଟୋର୍ସି କହିଛନ୍ତି ଯେ ଛୁରୀ ଦ୍ୱାରା ଏହି ଆକ୍ରମଣ ନିସ୍‌ ସହରର ନୋଟର୍‌ ଡେମ୍‌ ଚର୍ଚ୍ଚରେ ଘଟିଛି ଓ ପୋଲିସ ଆକ୍ରମଣକାରୀକୁ ଗିରଫ କରିଛି ।

ଏହା ବି ପଢ଼ନ୍ତୁସୁଧ ଉପରେ ସୁଧ ମାମଲାରେ ସାଧାରଣ ଲୋକଙ୍କୁ ବଡ଼ ଆଶ୍ସ୍ତି: ୧୫ ନଭେମ୍ବର ଯାଏଁ ମିଳିଲା ରିହାତି

ଏହି ଆକ୍ରମଣରେ ତିନି ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ପୋଲିସ ସ୍ପଷ୍ଟ କରିଛି । ଅନ୍ୟ ଅନେକ ଆହତ ହୋଇଥିବା ଜଣାପଡ଼ିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ଚର୍ଚ୍ଚରେ ଥିବା ଜଣେ ମହିଳାଙ୍କ ଗଳା କାଟି ତାଙ୍କୁ ହତ୍ୟା କରାଯାଇଛି । ଫ୍ରାନ୍ସର ନେତା ଏହା ବି ଏହି ଉପାୟରେ ହତ୍ୟା ହୋଇଥିବାର ସୂଚନା ଥିବା କହିଛନ୍ତି ।

ସନ୍ଦିଗ୍ଧ ଆତଙ୍କବାଦୀ ପୋଲିସ୍ ଗୁଳିରେ ଗୁରୁତର ଆହତ ହୋଇଛି ଓ ହସ୍ପିଟାଲରେ ତା’ର ଚିକିତ୍ସା ଚାଲିଛି ବୋଲି ଜଣାପଡ଼ିଛି । ଆତଙ୍କବାଦୀ ଜଣକ ଜୀବୀତ ଥିବା କହିଛନ୍ତି ନାଇସର ମେୟର୍ ଖ୍ରୀଷ୍ଟିଆନ ଇଷ୍ଟୋର୍ସି । ହତ୍ୟାକାଣ୍ଡ ଘଟାଇବା ପୂର୍ବରୁ ଦୁର୍ବୃତ୍ତ ବାରମ୍ବାର ‘ଆଲ୍ଲା ହୋ ଆକବର୍‌’ କହୁଥିଲା ବୋଲି କହିଛନ୍ତି ପ୍ରତ୍ୟକ୍ଷଦର୍ଶୀମାନେ ।

ଏହା ବି ପଢ଼ନ୍ତୁ ଭାରତରେ ପ୍ରଥମ ମାମଲା: କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କ ବିରୋଧରେ FIR ହେଲା

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଘଟଣାସ୍ଥଳ ପରିଦର୍ଶନ କରିବାର ଯୋଜନା ରହିଛି । ଫ୍ରାନ୍ସର ନାସନାଲ୍ ଆସେମବ୍ଲିରେ ମୃତକଙ୍କ ପାଇଁ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା କରିଛନ୍ତି ସାଂସଦମାନେ । ଇସଲାମିକ୍‌ ଆତଙ୍କବାଦୀ ଆକ୍ରମଣ ବିରୋଧରେ ଫ୍ରାନ୍ସ କଠୋର ପଦକ୍ଷେପ ଗ୍ରହଣ କରିବ ବୋଲି କହିଛନ୍ତି ନାଇସର ମେୟର ।

ଚର୍ଚ୍ଚକୁ ଘେରିନିଆଯାଛି

ଫ୍ରାନ୍ସର ଆତଙ୍କବାଦ ପ୍ରତିରୋଧକ ବିଭାଗ କହିଛି ଯେ ଏହି ଆକ୍ରମଣର ତଦନ୍ତ ଆରମ୍ଭ ହୋଇଯାଇଛି । ଘଟଣା ସ୍ଥଳରେ ଉପସ୍ଥିତ ସାମ୍ବାଦିକମାନେ କହିଛନ୍ତି ଯେ ସଶସ୍ତ୍ର ସୈନିକମାନେ ଚର୍ଚ୍ଚକୁ ଘେରି ରହିଛନ୍ତି । ସେଠାରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ଯାନ ବି ଉପସ୍ଥିତ ଅଛନ୍ତି।

ଏହା ବି ପଢ଼ନ୍ତୁ କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ଦେହରେ ୯୦ ଦିନ ପର୍ଯ୍ୟନ୍ତ ରହିଥାଏ ଏହି ଭାଇରସ୍

ଏହି ଆକ୍ରମଣ ଏପରି ଏକ ସମୟରେ ଘଟିଛି ଯେତେବେଳେ କିଛି ଦିନ ପୂର୍ବରୁ ଫ୍ରାନ୍ସରେ ପୈଗମ୍ବର ମହମ୍ମଦଙ୍କ ଏକ କାର୍ଟୁନ୍ ଦେଖାଇଥିବା କାରଣରୁ ଜଣେ ଶିକ୍ଷକଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା। ଏବେ ଚର୍ଚ୍ଚରେ ହୋଇଥିବା ହତ୍ୟା କାଣ୍ଡର ଉଦ୍ଦେଶ୍ୟ କ’ଣ ଥିଲା ତାହା ତୁରନ୍ତ ସ୍ପଷ୍ଟ ହୋଇପାରିନାହିଁ । ଏହା ପୈଗମ୍ବର ମହମ୍ମଦଙ୍କ କାର୍ଟୁନ ବିବାଦ ସହ ଜଡ଼ିତ କି ନୁହେଁ ତାହା ବି ସ୍ପଷ୍ଟ ହୋଇପାରି ନାହିଁ ।



ଏହା ପୂର୍ବରୁ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯିବା ଘଟଣା ପରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ମୁକ୍ତ ବକ୍ତବ୍ୟ (free speech) ତଥା ଧର୍ମକୁ ପରିହାସ କରିବାର ଅଧିକାରକୁ ଦୃଢ଼ ସମର୍ଥନ କରିଛନ୍ତି । ସେବେ ଠାରୁ ସେ ମୁସଲମାନ ଦେଶଗୁଡ଼ିକର ତୀବ୍ର ସମାଲୋଚନାର ଶିକାର ହେଉଛନ୍ତି ।
Published by: Anand Shankar Thankur Das
First published: October 29, 2020, 7:25 PM IST
corona virus btn
corona virus btn
Loading