News18 Odia Digital
Indian Bank Special FD: ଇଣ୍ଡିଆନ୍ ବ୍ୟାଙ୍କ୍ 'IND SUPER 400 DAYS' ନାମକ ଏକ ସ୍ୱତନ୍ତ୍ର FD ଆରମ୍ଭ କରିଛି । ଏହାର ସୁଧ ହାରକୁ ୧୦ ବେସିକ୍ ପଏଣ୍ଟରେ ବୃଦ୍ଧି କରିଛି । ବ୍ୟାଙ୍କର ୱେବସାଇଟ୍ ଅନୁଯାୟୀ ସଂଶୋଧିତ ହାର ୨୦ ଏପ୍ରିଲ ୨୦୨୩ ଠାରୁ କାର୍ଯ୍ୟକାରୀ ହେବ । ମାର୍ଚ୍ଚ ୨୦୨୩ରେ ଇଣ୍ଡିଆନ୍ ବ୍ୟାଙ୍କ 'IND SUPER 400 DAYS' ନାମକ ଏହି ନୂଆ ଫିକ୍ସଡ୍ ଜମା ଆରମ୍ଭ କରିଥିଲା । ବର୍ତ୍ତମାନ ଏହା ଜୁନ୍ ୩୦, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । FD / MMD ଆକାରରେ ୪୦୦ଦିନ ପାଇଁ ସର୍ବନିମ୍ନ ବିନିଯୋଗ ୧୦ ହଜାର ରୁ ୨କୋଟିରୁ କମ୍ କରିପାରିବେ ।

ପୂର୍ବରୁ ବ୍ୟାଙ୍କ ଏହି ପ୍ଳାନ୍ ଅନ୍ତର୍ଗତ ମହିଳା ନିବେଶକକାରୀ ମାନଙ୍କୁ ଅଧିକ ସୁଧ ହାର ପ୍ରଦାନ କରୁଥିଲା। ଇଣ୍ତିଆନ୍ ବ୍ୟାଙ୍କ ବର୍ତ୍ତମାନ ସାଧାରଣ ଲୋକଙ୍କୁ ୭.୨୫%, ବରିଷ୍ଠ ନାଗରିକଙ୍କୁ ୭.୭୫% ଓ ଅତି ବରିଷ୍ଠ ନାଗରିକଙ୍କୁ ୮.୦୦% ସୁଧ ହାର ପ୍ରଦାନ କରିବ।
ଇଣ୍ଡିଆନ୍ ବ୍ୟାଙ୍କ FD ସୁଧ ହାର...ଇଣ୍ଡିଆନ୍ ବ୍ୟାଙ୍କ୍ ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ ପାଇଁ ୨.୮୦% ରୁ ୬.୭୦% ମଧ୍ୟରେ ସୁଧ ହାର ପ୍ରଦାନ କରିଥାଏ ।
ବରିଷ୍ଠ ନାଗରିକ FD ହାର...ବରିଷ୍ଠ ନାଗରିକଙ୍କ ପାଇଁ ଘରୋଇ ଫିକ୍ସଡ୍ ଜମା ଉପରେ ପ୍ରଯୁଜ୍ୟ ଅତିରିକ୍ତ ସୁଧ ହାର ବାର୍ଷିକ ୦.୫୦% ଲାଗୁ ହେବ । ଯାହା ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ହେବ । ୧୫ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ଜମା ହୋଇଥିବା ସ୍ୱଳ୍ପ ମିଆଦି ଜମା, ସ୍ଥିର ଜମା ଏବଂ ମନି ମଲ୍ଟିପର୍ ଜମା ସ୍କିମ୍ ପାଇଁ କାର୍ଡ ହାରଠାରୁ ଅଧିକ ହାର ମିଳିବ । ବରିଷ୍ଠ ନାଗରିକମାନଙ୍କୁ ଦିଆଯାଉଥିବା ସର୍ବାଧିକ ସୁଧ ହାର ହେଉଛି ୭.୨୦% ।
ଅତି ବରିଷ୍ଠ ନାଗରିକ ପାଇଁ ଏଫ୍ଡି ସୁଧ ହାର...ବରିଷ୍ଠ ନାଗରିକଙ୍କ ପାଇଁ ଦିଆଯାଉଥିବା ସୁଧ ହାର ଠାରୁ ୦.୨୫% (୦.୫୦ + ହ.୨୫ = ୦.୭୫)ଅଧିକ ଅତି ବରିଷ୍ଠ ନାଗରିକ ପାଇଁ ମାନଙ୍କୁ ଦିଆଯାଉଛି । ଯାହା କେବଳ ୫ ବର୍ଷରୁ ୧୦ ବର୍ଷ ପାଇଁ.....
ପଢନ୍ତୁ ଏହି ଖବର ;
Bank News: ୮ ଟି ବ୍ୟାଙ୍କର ଲାଇସେନ୍ସକୁ ବାତିଲ କଲା RBI; ଆପଣଙ୍କର ଆକାଉଣ୍ଟ ନାହିଁ ତ!ପଢନ୍ତୁ ଏହି ଖବର :
AC Offer: ସୁପର ଡୁପର ଅଫର୍...୬୨ ହଜାର ଟଙ୍କାର AC, ମାତ୍ର ୨୪ ହଜାର ଟଙ୍କାରେ କିଣନ୍ତୁ ! ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।